ଏଏମ୍‌ୟୁକୁ ସଂଖ୍ୟାଲଘୁ ମାନ୍ୟତା: ନୂଆ ପୀଠ ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ,୯ା୧୧: ଆଲିଗଡ଼ ମୁସ୍‌ଲିମ ୟୁନିଭର୍ସିଟି (ଏଏମ୍‌ୟୁ)ର ସଂଖ୍ୟାଲଘୁ ମାନ୍ୟତାକୁ ନେଇ ରହିଥିବା ବିବାଦୀୟ ଆଇନଗତ ପ୍ରଶ୍ନ ଉପରେ ନୂଆ ଖଣ୍ଡପୀଠ ନିଷ୍ପତ୍ତି ନେବେ। ସୁପ୍ରିମକୋର୍ଟ ଏହାର ୧୯୬୭ର ରାୟକୁ ଶୁକ୍ରବାର ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଆଇନ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଶ୍ୱବିଦ୍ୟାଳୟକୁ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ବିବେଚନା କରାଯାଇପାରିବ ନାହିଁ ବୋଲି ୧୯୬୭ରେ ସର୍ବୋଚ୍ଚ ଅଦାଲତ ରାୟ ଦେଇଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ୪:୩ ସଂଖ୍ୟାଗରିଷ୍ଠତାରେ ଉକ୍ତ ରାୟକୁ ଖାରଜ କରିଦେବା […] The post ଏଏମ୍‌ୟୁକୁ ସଂଖ୍ୟାଲଘୁ ମାନ୍ୟତା: ନୂଆ ପୀଠ ନେବେ ନିଷ୍ପତ୍ତି appeared first on Dharitri Odia News.

ଏଏମ୍‌ୟୁକୁ ସଂଖ୍ୟାଲଘୁ ମାନ୍ୟତା: ନୂଆ ପୀଠ ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ,୯ା୧୧: ଆଲିଗଡ଼ ମୁସ୍‌ଲିମ ୟୁନିଭର୍ସିଟି (ଏଏମ୍‌ୟୁ)ର ସଂଖ୍ୟାଲଘୁ ମାନ୍ୟତାକୁ ନେଇ ରହିଥିବା ବିବାଦୀୟ ଆଇନଗତ ପ୍ରଶ୍ନ ଉପରେ ନୂଆ ଖଣ୍ଡପୀଠ ନିଷ୍ପତ୍ତି ନେବେ। ସୁପ୍ରିମକୋର୍ଟ ଏହାର ୧୯୬୭ର ରାୟକୁ ଶୁକ୍ରବାର ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଆଇନ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଶ୍ୱବିଦ୍ୟାଳୟକୁ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ବିବେଚନା କରାଯାଇପାରିବ ନାହିଁ ବୋଲି ୧୯୬୭ରେ ସର୍ବୋଚ୍ଚ ଅଦାଲତ ରାୟ ଦେଇଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ୪:୩ ସଂଖ୍ୟାଗରିଷ୍ଠତାରେ ଉକ୍ତ ରାୟକୁ ଖାରଜ କରିଦେବା ଅବସରରେ କହିଛନ୍ତି, ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କିମ୍ବା ପରିଚାଳନାରେ ଧର୍ମୀୟ ଅଥବା ଭାଷାଗତ ସଂଖ୍ୟାଲଘୁମାନଙ୍କ ବିରୋଧରେ ପକ୍ଷପାତିତା କରୁଥିବା କୌଣସି ବ୍ୟବସ୍ଥାପକ କିମ୍ବା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ସମ୍ବିଧାନର ଅନୁଚ୍ଛେଦ ୩୦(୧)ର ବହିର୍ଭୂତ।
ସଂଖ୍ୟାଲଘୁମାନଙ୍କ ଅଧିକାର ସାବ୍ୟସ୍ତ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ପରିଚାଳନା ପାଇଁ ଅନୁଚ୍ଛେଦ ୩୦ ରହିଛି। ଅନୁଚ୍ଛେଦ ୩୦(୧) ଅନୁଯାୟୀ ଧର୍ମୀୟ କିମ୍ବା ଭାଷାଭିତ୍ତିକ ସମସ୍ତ ସଂଖ୍ୟାଲଘୁଙ୍କର ନିଜ ପସନ୍ଦରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ବା ଏହାର ପରିଚାଳନା ଅଧିକାର ରହିଛି। ତେବେ ୧୯୬୭ର ଅଜିଜ୍‌ ବାଶା ବନାମ କେନ୍ଦ୍ର ସରକାର ମାମଲାରେ ୫ ଜଣିଆ ସାମ୍ବିଧାନିକ ପୀଠ କହିଥିଲେ, ଏଏମ୍‌ୟୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଏହାକୁ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଭାବେ ବିବେଚନା କରାଯାଇପାରିବ ନାହିଁ। ଉକ୍ତ ରାୟକୁ ଖାରଜ କରାଗଲା ବୋଲି ସିଜେଆଇ ୧୧୮ ପୃଷ୍ଠାର ରାୟରେ କହିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା, ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରା ରହିଛନ୍ତି। ଧର୍ମୀୟ କିମ୍ବା ଭାଷାଭିତ୍ତିକ ସଂଖ୍ୟାଲଘୁମାନଙ୍କୁ ପ୍ରମାଣିତ କରିବାକୁ ହେବ ଯେ ସେମାନେ ଅନୁଚ୍ଛେଦ ୩୦(୧)ର ପ୍ରସ୍ତାବ ଅନୁଯାୟୀ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ଉକ୍ତ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ସମ୍ବିଧାନ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରତିଷ୍ଠା ହୋଇଥିବା ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଅନୁଚ୍ଛେଦ ୩୦(୧)ର ଅଧିକାର ଗ୍ୟାରେଣ୍ଟି ଲାଗୁ ହେବ ବୋଲି ସିଜେଆଇ କହିଛନ୍ତି।

The post ଏଏମ୍‌ୟୁକୁ ସଂଖ୍ୟାଲଘୁ ମାନ୍ୟତା: ନୂଆ ପୀଠ ନେବେ ନିଷ୍ପତ୍ତି appeared first on Dharitri Odia News.