ଏକକ ନିର୍ବାଚନ ପ୍ରସଙ୍ଗ: ସାମ୍ବିଧାନିକ ସଂଶୋଧନ ଆଣିବାକୁ ପଡିବ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ୱାନ ନେସନ.. ୱାନ ଇଲେକ୍ସନକୁ କକେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପରେ ତେଜିଛି ରାଜନୀତି। ଏକକ ନିର୍ବାଚନକୁ ନେଇ ସରଗରମ ହୋଇଛି ଦେଶର ରାଜନୈତିକ ବାତାବରଣ। ବିଜେପି କହୁଛି ଦେଶ ଓ ଗଣତନ୍ତ୍ର ହିତରେ ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ। ଅନ୍ୟପଟେ କଂଗ୍ରେସ ଭଳି ପ୍ରମୁଖ ଦଳ ଏହାକୁ ବିରୋଧ କରି ଏହାକୁ ରାଜନୈତିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କହିଛି।ଭାରତର ସଂଘୀୟ ଢାଞ୍ଚାକୁ ଦୁର୍ବଳ କରିଦେବା ପାଇଁ ଏହି ବିଲ […]

ଏକକ ନିର୍ବାଚନ ପ୍ରସଙ୍ଗ: ସାମ୍ବିଧାନିକ ସଂଶୋଧନ ଆଣିବାକୁ ପଡିବ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ୱାନ ନେସନ.. ୱାନ ଇଲେକ୍ସନକୁ କକେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପରେ ତେଜିଛି ରାଜନୀତି। ଏକକ ନିର୍ବାଚନକୁ ନେଇ ସରଗରମ ହୋଇଛି ଦେଶର ରାଜନୈତିକ ବାତାବରଣ। ବିଜେପି କହୁଛି ଦେଶ ଓ ଗଣତନ୍ତ୍ର ହିତରେ ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ। ଅନ୍ୟପଟେ କଂଗ୍ରେସ ଭଳି ପ୍ରମୁଖ ଦଳ ଏହାକୁ ବିରୋଧ କରି ଏହାକୁ ରାଜନୈତିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କହିଛି।ଭାରତର ସଂଘୀୟ ଢାଞ୍ଚାକୁ ଦୁର୍ବଳ କରିଦେବା ପାଇଁ ଏହି ବିଲ ଅଣାଯାଉଛି ବୋଲି ବିରୋଧୀ କହିଛନ୍ତି। ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏହି ବିଲକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରାଯିବ। ଭାରତର ଗଣତନ୍ତ୍ର ଉପରେ ହେଉଥିବା ଏହି ଆକ୍ରମଣକୁ ପ୍ରତିବାଦ କରିବାକୁ ପଡିବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ବିଜେପି କହିଛି ଭାରତୀୟ ଗଣତନ୍ତ୍ର ଓ ସମ୍ଭିଧାନିକ ବ୍ୟବସ୍ଥାକୁ ଏହି ବିଲ ଆହୁରି ସଶକ୍ତ କରିବ।

ଏକକ ନିର୍ବାଚନ ହେଲେ ୫ଟି ସାମ୍ବିଧାନିକ ସଂଶୋଧନ ଆଣିବାକୁ ପଡିବ । ଯଦି ପଞ୍ଚାୟତସ୍ତରରେ ନିର୍ବାଚନ ହୁଏ, ତେବେ ଆଉ ଦୁଇଟି ସାମ୍ବିଧାନିକ ସଂଶୋଧନ ଆଣିବାକୁ ପଡିବ । ଏ ନେଇ ଅଧାରୁ ଅଧିକ ରାଜ୍ୟ ସହମତି ଦେବା ମଧ୍ୟ ଦରକାର । ଯଦି ଏକକ ନିର୍ବାଚନରେ ସରକାର ଗଠନ ହୁଏ ଏବଂ ପରବର୍ତ୍ତୀ ସମୟରେ କୌଣସି କାରଣ ପାଇଁ ସରକାର ଭାଙ୍ଗିଯାଏ, ତେବେ ଶାସନ କେମିତି ଚାଲିବ ? ବର୍ତ୍ତମାନ ନିର୍ବାଚନରେ ଭୋଟର ପିଛା ୧୦ ଟଙ୍କା ଖର୍ଚ୍ଚ ହେଉଛି । ଏକକ ନିର୍ବାଚନ ହେଲେ ଭୋଟର ପିଛା ୫ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି । ଏହି ଖର୍ଚ୍ଚ କାଟ୍‌ ପାଇଁ ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ୍‌ କରିବା କେତେଦୂର ସମୀଚିନ ତାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ