ଏକଜିଟ ପୋଲ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଦେଲେ ପ୍ରଶାନ୍ତ କିଶୋର, କହିଲେ ପୁଣି ଫେରୁଛି…
ନୂଆଦିଲ୍ଲୀ,୧।୬: ଏକଜିଟ ପୋଲ ୨୦୨୪ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ, ଭାରତୀୟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ବଡ଼ ପୂର୍ବାନୁମାନ କରିଛନ୍ତି। ଶନିବାର ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ ସବୁ ନ୍ୟୁଜ ଏଜେନ୍ସିଗୁଡିକ ସଂଧ୍ୟା ୬ରୁ ଏକଜିଟ ପୋଲ ପ୍ରସାରଣ କରିବା ଆରମ୍ଭ କରିବେ। କିନ୍ତୁ ଏହା ପୂର୍ବରୁ ରଣନୀତିଜ୍ଞ ପିକେ ଆଶ୍ଚର୍ଯ୍ୟ କରିଦେବା ଭଳି ବଡ଼ ପୂର୍ବାନୁମାନ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ […] The post ଏକଜିଟ ପୋଲ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଦେଲେ ପ୍ରଶାନ୍ତ କିଶୋର, କହିଲେ ପୁଣି ଫେରୁଛି… appeared first on Dharitri Odia News.
ନୂଆଦିଲ୍ଲୀ,୧।୬: ଏକଜିଟ ପୋଲ ୨୦୨୪ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ, ଭାରତୀୟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ବଡ଼ ପୂର୍ବାନୁମାନ କରିଛନ୍ତି। ଶନିବାର ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ ସବୁ ନ୍ୟୁଜ ଏଜେନ୍ସିଗୁଡିକ ସଂଧ୍ୟା ୬ରୁ ଏକଜିଟ ପୋଲ ପ୍ରସାରଣ କରିବା ଆରମ୍ଭ କରିବେ। କିନ୍ତୁ ଏହା ପୂର୍ବରୁ ରଣନୀତିଜ୍ଞ ପିକେ ଆଶ୍ଚର୍ଯ୍ୟ କରିଦେବା ଭଳି ବଡ଼ ପୂର୍ବାନୁମାନ କରିଛନ୍ତି।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରଶାନ୍ତ କିଶୋର କହିଛନ୍ତି, ୨୦୧୯ ନିର୍ବାଚନ ଠାରୁ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ସାମାନ୍ୟ ଭଲ ପ୍ରଦର୍ଶନ କରିବ। ସେ ଆହୁରି କହିଛନ୍ତି, ମୋର ମୂଲ୍ୟାଙ୍କନ ଅନୁଯାୟୀ ଭାଜପା ସମାନ୍ୟ କିମ୍ବା ସାମାନ୍ୟ ଭଲ ମାର୍ଜିନ ସହିତ ପୁଣି ଫେରିବ। ପଶ୍ଚିମ ଏବଂ ଉତ୍ତର ଭାରତର ଆସନ ସଂଖ୍ୟାରେ ମୁଁ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖୁନାହିଁ । କିନ୍ତୁ ଭାଜପା ପୂର୍ବ ଏବଂ ଦକ୍ଷିଣ ଭାଗରୁ ପର୍ଯ୍ୟାପ୍ତ ସମର୍ଥନ ପାଇଛି।
The post ଏକଜିଟ ପୋଲ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଦେଲେ ପ୍ରଶାନ୍ତ କିଶୋର, କହିଲେ ପୁଣି ଫେରୁଛି… appeared first on Dharitri Odia News.