ଏକାଠି ହେଲେ ଗୌତମ, ପୁଲିନ
ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି ଟିକେଟ୍ ନ ପାଇ ଭାଜପାରୁ ଆଶାୟୀ ଥିବା ଯୁବନେତା ପୁଲିନ ପ୍ରକାଶ ପୁହାଣ ା ସୋମବାର ରଙ୍ଗପୁରଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ା ଏହି ସଭାରେ ମୁଖ୍ୟ ଅତିଥିଭାବେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଯୋଗଦେଇ ପୁଲିନ ପ୍ରକାଶ ପୁହାଣଙ୍କୁ ରାଜ୍ୟ ଭାଜପା କୃଷକ […] The post ଏକାଠି ହେଲେ ଗୌତମ, ପୁଲିନ appeared first on Dharitri Odia News.
ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି ଟିକେଟ୍ ନ ପାଇ ଭାଜପାରୁ ଆଶାୟୀ ଥିବା ଯୁବନେତା ପୁଲିନ ପ୍ରକାଶ ପୁହାଣ ା ସୋମବାର ରଙ୍ଗପୁରଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ା ଏହି ସଭାରେ ମୁଖ୍ୟ ଅତିଥିଭାବେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଯୋଗଦେଇ ପୁଲିନ ପ୍ରକାଶ ପୁହାଣଙ୍କୁ ରାଜ୍ୟ ଭାଜପା କୃଷକ ମୋର୍ଚ୍ଚାର ଉପ-ସଭାପତି ଭାବେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଏହି ସଭାରେ ଘୋଷଣା କରିଥିଲେ ା ଏହି ଘୋଷଣା ପରେ ପୁଲିନଙ୍କ ଶତାଧିକ ସମର୍ଥକ ଉତ୍ସାହିତ ହୋଇପଡ଼ିଥିଲେ ା ସଭାରେ ଉପସ୍ଥିତ ଥିବା ଭାଜପା ବିଧାୟକ ପ୍ରାର୍ଥୀ ତଥା ଯାଜପୁର ଜିଲା ଭାଜପା ସଭାପତି ଗୌତମ ରାୟଙ୍କୁ ପୁଲିନ ଏବଂ ତାଙ୍କ ସମର୍ଥକମାନେ ଆଗାମୀ ନିର୍ବାଚନରେ ଦୃଢ଼ଭାବେ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ। ସଭା ମଞ୍ଚରେ ଗୌତମ ପୁଲିନଙ୍କୁ ଆଲିଙ୍ଗନ କରିବା ଘଟଣା କର୍ମୀମାନଙ୍କ ମନରେ ଉତ୍ସାହ ଭରିଦେଇଥିଲା ା
The post ଏକାଠି ହେଲେ ଗୌତମ, ପୁଲିନ appeared first on Dharitri Odia News.