ବିଜେପି କ୍ଷମତାକୁ ଆସିବା ପରେ ବଦଳିଛି ପରମ୍ପରା: ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି

ଭୁବନେଶ୍ବର: ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀରେ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପାଳନ ନ କରିବା ଦୁର୍ଭାଗ୍ୟଜନକ ବୋଲି... The post ବିଜେପି କ୍ଷମତାକୁ ଆସିବା ପରେ ବଦଳିଛି ପରମ୍ପରା: ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି appeared first on .

ବିଜେପି କ୍ଷମତାକୁ ଆସିବା ପରେ ବଦଳିଛି ପରମ୍ପରା: ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି

ଭୁବନେଶ୍ବର: ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀରେ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପାଳନ ନ କରିବା ଦୁର୍ଭାଗ୍ୟଜନକ ବୋଲି କହିଛି କହିଛି ବିଜେଡି। ଏହା ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପଚିଚୟ ବୋଲି କହିଛନ୍ତି ବିଜେଡି ସମନ୍ଵୟ କମିଟିର ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର। ସେ କହିଛନ୍ତି, ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଏହା ହୋଇପାରିଥିଲା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁ ବାବୁଙ୍କ ଅନେକ ଅବଦାନ ରହିଛି। ପଞ୍ଚାୟତିରାଜରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସେ କରିଥିଲେ। ସେଥିପାଇଁ ତାଙ୍କ ଜନ୍ମ ଦିନ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଥିଲା ।

ମାତ୍ର ବିଜେପି ସରକାରକୁ ଆସିବା ପରେ ଏଥିରେ ପରିବର୍ତ୍ତନ କରିଛନ୍ତି। ଆସନ୍ତାକାଲି ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବାକୁ ସ୍ଥିର କରିଛନ୍ତି। ତା ବଦଳରେ ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରିବାକୁ ରାଜ୍ୟର ବିଜେପି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅବିଚାର ପ୍ରତି ଓଡ଼ିଶାର ଜନ ସାଧାରଣ ବିଚାର କରିବେ ବୋଲି ଦେବୀ ମିଶ୍ର କହିଛନ୍ତି। ସେହିପରି ପଞ୍ଚାୟତିରାଜ ବିଭାଗ ତରଫରୁ ଯାହା କୁହାଯାଇଛି, ୨୦୨୦ରୁ ଓଡି଼ଶାରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି, ତାହା ଭୁଲ୍। ୩ ଦଶନ୍ଧି ହେଲାଣି ଓଡ଼ିଶା ସରକାର ବିଜୁ ବାବୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଥିବା ସୋସିଆଲ ମିଡିଆ ଏକ୍ସ ରେ କହିଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

The post ବିଜେପି କ୍ଷମତାକୁ ଆସିବା ପରେ ବଦଳିଛି ପରମ୍ପରା: ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି appeared first on .