ଏକାଠି ହେଲେ ହେଭିଓ୍ବେଟ୍‌: ମୋକିମ୍‌ଙ୍କ ଘରେ ଖାଇବେ ଭକ୍ତ

କଟକ,୩।୩: କଟକରେ ପିସିସି ସଭାପତି ଭକ୍ତ ଦାସ ଏବଂ କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ ଏକାଠି ହୋଇଛନ୍ତି। ଦୁଇ ବରିଷ୍ଠ ନେତା ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ପିସିସି ସଭାପତି ହେବା ପରେ ପ୍ରଥମ ଥର ଦୁଇ ହେଭିଓ୍ବେଟଙ୍କ ମହାମିଳନ ହୋଇଛି। ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ମୋକିମ୍‌ ଯୋଗଦେଇ ନ ଥିଲେ। ଉଭୟଙ୍କ ମଧ୍ୟରେ ବିବାଦ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏବେ ଏକାଠି ହୋଇ ବିଭିନ୍ନ ପ୍ରତିମୂର୍ତ୍ତିରେ […] The post ଏକାଠି ହେଲେ ହେଭିଓ୍ବେଟ୍‌: ମୋକିମ୍‌ଙ୍କ ଘରେ ଖାଇବେ ଭକ୍ତ appeared first on Dharitri Odia News.

ଏକାଠି ହେଲେ ହେଭିଓ୍ବେଟ୍‌: ମୋକିମ୍‌ଙ୍କ ଘରେ ଖାଇବେ ଭକ୍ତ

କଟକ,୩।୩: କଟକରେ ପିସିସି ସଭାପତି ଭକ୍ତ ଦାସ ଏବଂ କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ ଏକାଠି ହୋଇଛନ୍ତି। ଦୁଇ ବରିଷ୍ଠ ନେତା ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ପିସିସି ସଭାପତି ହେବା ପରେ ପ୍ରଥମ ଥର ଦୁଇ ହେଭିଓ୍ବେଟଙ୍କ ମହାମିଳନ ହୋଇଛି। ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ମୋକିମ୍‌ ଯୋଗଦେଇ ନ ଥିଲେ। ଉଭୟଙ୍କ ମଧ୍ୟରେ ବିବାଦ ଥିବା ନେଇ ଚର୍ଚ୍ଚା ହେଉଥିଲା।
ହେଲେ ଏବେ ଏକାଠି ହୋଇ ବିଭିନ୍ନ ପ୍ରତିମୂର୍ତ୍ତିରେ ଉଭୟ ମାଲ୍ୟାର୍ପଣ କରୁଛନ୍ତି। ମୋକିମଙ୍କ ଘରକୁ ଯାଇ ଭୋଜନ କରିବେ ବୋଲି ଭକ୍ତ ଦାସ କହିଥିଲେ। ପରେ ସୋଫିଆଙ୍କୁ ଫାୟାର ବ୍ରାଣ୍ଡ ମଧ୍ୟ କହିଥିଲେ।

ଅନ୍ୟପକ୍ଷେ, ଭକ୍ତ ଦାସ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଦଳରେ ଗୁରୁଦାୟିତ୍ୱ ମିଳିବ ବୋଲି ପିସିସି ସଭାପତି ଭକ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ମୋକିମ ଦଳର ଜଣେ ଦକ୍ଷ ନେତା। ମୁଁ ସଭାପତି ହେବା ପରେ ମୋକିମ ମୋତେ ଭେଟିଥିଲେ। ଦଳରେ କାହା ଭିତରେ ମତଭେଦ ନାହିଁ। ଏକାଠି ହୋଇ ସମସ୍ତେ ଚାଲିବା। ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ବିପ୍ଲବ ଆଣିବ। ଯୁବପିଢ଼ି କଂଗ୍ରେସର ଭବିଷ୍ୟତ ବୋଲି ଭକ୍ତ କହିଛନ୍ତି। ଭକ୍ତଙ୍କ ଏହି ବୟାନ ପରେ କଂଗ୍ରେସ କର୍ମୀ ଏବଂ ମୋକିମଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ସୂଚନା ଯୋଗ୍ୟ, ଭକ୍ତଚରଣ ଦାସ ପିସିସି ସଭାପତି ଦାୟିତ୍ୱ ନେବା ପରେ ଏକ ପ୍ରେସ ରିଲିଜ ଜାରି କରିଥିଲେ। ଏହି ପ୍ରେସ ରିଲିଜ ମାଧ୍ୟମରେ ପିସିସି ସଭାପତି କଂଗ୍ରେସର ପୁରୁଣା କର୍ମୀ ଓ ନେତାମାନଙ୍କୁ ପୁଣି ଥରେ ଦଳକୁ ଫେରାଇ ଅଣାଯିବ ବୋଲି କହିଥିଲେ।

The post ଏକାଠି ହେଲେ ହେଭିଓ୍ବେଟ୍‌: ମୋକିମ୍‌ଙ୍କ ଘରେ ଖାଇବେ ଭକ୍ତ appeared first on Dharitri Odia News.