ଦିନକ ପରେ ମହାଶିବରାତ୍ରୀ: ଦୀପ ପ୍ରସ୍ତୁତିରେ କୁମ୍ଭକାର
କୋରୁକୋଣ୍ଡା,୨୪ା୨(ଶିବଦତ୍ତ ସାହୁ): ଆସନ୍ତା ୨୬ରେ ମହା ଶିବରାତ୍ରୀ (ଜାଗର )। ଏହି ଉପଲକ୍ଷେ ବାଲିମେଳା ସହର ସମେତେ କୋରୁକୋଣ୍ଡା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠରେ ଭକ୍ତମାନେ ନିଜ ନିଜର ମନସ୍କାମନା ପୂର୍ଣ୍ଣ ଲକ୍ଷ୍ୟରେ ମହାଦେବ ଏବଂ ମାତା ପାର୍ବତୀଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସହ ଦୀପ ପ୍ରଜ୍ବଳନ କରି ରାତିସାରା ଉଜାଗର ରହିବେ। ଏହାକୁ ଦୃଷ୍ଟିରେ ରଖି କୋରୁକୋଣ୍ଡା ବ୍ଲକ ସଦାଶିବପୁର, କେନ୍ଦୁଗୁଡା, କୁମ୍ଭାରଗୁଡା ଓ ସୋମନାଥପୁର ସମେତ ବିଭିନ୍ନ ଅଞ୍ଚଳରେ ଥିବା କୁମ୍ଭକାର […] The post ଦିନକ ପରେ ମହାଶିବରାତ୍ରୀ: ଦୀପ ପ୍ରସ୍ତୁତିରେ କୁମ୍ଭକାର appeared first on Dharitri Odia News.
କୋରୁକୋଣ୍ଡା,୨୪ା୨(ଶିବଦତ୍ତ ସାହୁ): ଆସନ୍ତା ୨୬ରେ ମହା ଶିବରାତ୍ରୀ (ଜାଗର )। ଏହି ଉପଲକ୍ଷେ ବାଲିମେଳା ସହର ସମେତେ କୋରୁକୋଣ୍ଡା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠରେ ଭକ୍ତମାନେ ନିଜ ନିଜର ମନସ୍କାମନା ପୂର୍ଣ୍ଣ ଲକ୍ଷ୍ୟରେ ମହାଦେବ ଏବଂ ମାତା ପାର୍ବତୀଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସହ ଦୀପ ପ୍ରଜ୍ବଳନ କରି ରାତିସାରା ଉଜାଗର ରହିବେ। ଏହାକୁ ଦୃଷ୍ଟିରେ ରଖି କୋରୁକୋଣ୍ଡା ବ୍ଲକ ସଦାଶିବପୁର, କେନ୍ଦୁଗୁଡା, କୁମ୍ଭାରଗୁଡା ଓ ସୋମନାଥପୁର ସମେତ ବିଭିନ୍ନ ଅଞ୍ଚଳରେ ଥିବା କୁମ୍ଭକାର ପୁରୁଷ ଓ ମହିଳାମାନେ ଦୀପ ଓ ବିଭିନ୍ନ ପ୍ରକାର ମାଟିର ପୂଜା ସାମଗ୍ରୀ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।
ଏହି ପୂଜା ପାଳନ ନିମନ୍ତେ ମାଟି ଦୀପ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଗୁଡିକର ଚାହିଦା ରହିଛି। ପ୍ରସ୍ତୁତ ହୋଇଥିବା ଦୀପ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀଗୁଡିକୁ ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ବିଭିନ୍ନ ହାଟ ଓ ବଜାରରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି।
The post ଦିନକ ପରେ ମହାଶିବରାତ୍ରୀ: ଦୀପ ପ୍ରସ୍ତୁତିରେ କୁମ୍ଭକାର appeared first on Dharitri Odia News.