ଏକାଠି ହୋଇ ପୁରୀ ଯିବେ ସମସ୍ତ ଦଳର ବିଧାୟକ
ଭୁବନେଶ୍ୱର,୨।୧୨: ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ନୌସେନା ଦିବସରେ ଯୋଗଦେବା ପାଇଁ ସବୁ ଦଳର ବିଧାୟକ ପୁରୀ ଯିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ଗୃହରେ ଘୋଷଣା କରିଛନ୍ତି। ବିଧାୟକମାନେ ମଧ୍ୟାହ୍ନ ୧୨ଟା ୩୦ରେ ବିଧାନସଭା ପରିସରରେ ଲଞ୍ଚ କରି ପୁରୀ ଯିବେ ବୋଲି ବାଚସ୍ପତି କହିଛନ୍ତି। ନୌସେନା ଦିବସ ଦେଖିବା ପରେ ବିଧାୟକମାନେ ପୁରୀରୁ କୋଣାର୍କ ଯିବେ। ସେଠାରେ କୋଣାର୍କ ମହୋତ୍ସବ ଦେଖି ପୁଣି ଭୁବନେଶ୍ୱର ଫେରି […] The post ଏକାଠି ହୋଇ ପୁରୀ ଯିବେ ସମସ୍ତ ଦଳର ବିଧାୟକ appeared first on Dharitri Odia News.
ଭୁବନେଶ୍ୱର,୨।୧୨: ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ନୌସେନା ଦିବସରେ ଯୋଗଦେବା ପାଇଁ ସବୁ ଦଳର ବିଧାୟକ ପୁରୀ ଯିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ଗୃହରେ ଘୋଷଣା କରିଛନ୍ତି। ବିଧାୟକମାନେ ମଧ୍ୟାହ୍ନ ୧୨ଟା ୩୦ରେ ବିଧାନସଭା ପରିସରରେ ଲଞ୍ଚ କରି ପୁରୀ ଯିବେ ବୋଲି ବାଚସ୍ପତି କହିଛନ୍ତି। ନୌସେନା ଦିବସ ଦେଖିବା ପରେ ବିଧାୟକମାନେ ପୁରୀରୁ କୋଣାର୍କ ଯିବେ। ସେଠାରେ କୋଣାର୍କ ମହୋତ୍ସବ ଦେଖି ପୁଣି ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଯୋଗ୍ୟ, ଭାରତୀୟ ନୌସେନା ଦିବସ ପାଳନ ନେଇ ପୁରୀ ବେଳାଭୂମିରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ୧୫ଟି ଜାହାଜ, ୪୦ ଏୟାରକ୍ରାଫ୍ଟ ସାମିଲ ହୋଇ ରଣକୌଶଳ ଦେଖାଇବେ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି କାର୍ଯ୍ୟକ୍ରମରେ ଯୋଗ ଦେବାନେଇ ଗଜପତି ମହାରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।
The post ଏକାଠି ହୋଇ ପୁରୀ ଯିବେ ସମସ୍ତ ଦଳର ବିଧାୟକ appeared first on Dharitri Odia News.