ଭେନେଜୁଏଲା ରାଷ୍ଟ୍ରପତିଙ୍କ ବିରୋଧରେ ଜୋର୍ଦାର ବିକ୍ଷୋଭ
କାରାକାସ୍,୩୧।୭: ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଶାସକ ଓ ବିରୋଧୀ ମୁହଁାମୁହିଁ ହୋଇଛନ୍ତି। ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ସମର୍ଥକ ଏବଂ ବିରୋଧୀମାନେ ମଙ୍ଗଳବାର ରାଲି ବାହାର କରିଥିଲେ। ବିରୋଧୀ ନିର୍ବାଚନରେ ବିଜୟୀ ହୋଇଥିବା ଦାବି କରୁଥିବାବେଳେ ଫଳାଫଳ ଶାସକ ସୋସିଆଲିଷ୍ଟ ପାର୍ଟି ସପକ୍ଷରେ ଯାଇଥିବାରୁ ଏହାକୁ ନେଇ ବିକ୍ଷୋଭ ଓ ସଂଘର୍ଷ ଜାରି ରହିଛି। ରାଷ୍ଟ୍ରପତି ମାଦୁରୋ ଭୋଟ ଚୋରି କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ମାଦୁରୋଙ୍କ ପୁନଃ ନିର୍ବାଚନ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଆମେରିକା […] The post ଭେନେଜୁଏଲା ରାଷ୍ଟ୍ରପତିଙ୍କ ବିରୋଧରେ ଜୋର୍ଦାର ବିକ୍ଷୋଭ appeared first on Dharitri Odia News.
କାରାକାସ୍,୩୧।୭: ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଶାସକ ଓ ବିରୋଧୀ ମୁହଁାମୁହିଁ ହୋଇଛନ୍ତି। ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ସମର୍ଥକ ଏବଂ ବିରୋଧୀମାନେ ମଙ୍ଗଳବାର ରାଲି ବାହାର କରିଥିଲେ। ବିରୋଧୀ ନିର୍ବାଚନରେ ବିଜୟୀ ହୋଇଥିବା ଦାବି କରୁଥିବାବେଳେ ଫଳାଫଳ ଶାସକ ସୋସିଆଲିଷ୍ଟ ପାର୍ଟି ସପକ୍ଷରେ ଯାଇଥିବାରୁ ଏହାକୁ ନେଇ ବିକ୍ଷୋଭ ଓ ସଂଘର୍ଷ ଜାରି ରହିଛି। ରାଷ୍ଟ୍ରପତି ମାଦୁରୋ ଭୋଟ ଚୋରି କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ମାଦୁରୋଙ୍କ ପୁନଃ ନିର୍ବାଚନ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଆମେରିକା କହିବା ସହ ଅଧିକ କଟକଣା ଜାରି କରିବାକୁ ବିଚାର କରୁଥିବା କହିଛି। ଅନ୍ୟପକ୍ଷରେ ଚାଇନା ଓ ରୁଷିଆ ମାଦୁରୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାଦୁରୋ ୫୧ ପ୍ରତିଶତ ଭୋଟ ପାଇ ପୁନଃ ନିର୍ବାଚିତ ହୋଇଥିବା ଇଲେକ୍ସନ ବୋର୍ଡ ସୋମବାର ଘୋଷଣା କରିବା ପରେ ବିକ୍ଷୋଭ ଜୋର୍ଦାର ହୋଇଛି। ନିର୍ବାଚନ କମିଶନ ଏକଚ୍ଛତ୍ରବାଦୀ ସରକାରଙ୍କ ପକେଟରେ ରହିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ମାଦୁରୋଙ୍କଠାରୁ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଏଡ୍ମୁଣ୍ଡୋ ଗେଞ୍ଜାଲେଜ୍ ଦୁଇଗୁଣାରୁ ଅଧିକ ଭୋଟ ପାଇଥିବା ସେମାନେ ଦାବି କରିଛନ୍ତି। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିବା ସହ ନିଆଁ ଜାଳି ପେଟ୍ରୋଲ ବୋମା ଫିଙ୍ଗି ପ୍ରତିବାଦ କରୁଛନ୍ତି। କାରାକାସ୍ର ରାଷ୍ଟ୍ରପତି ଭବନ ମିରାଫ୍ଲୋର୍ ନିକଟରେ ମଧ୍ୟ ବିକ୍ଷୋଭ ହୋଇଛି। ଲୋକେ ମାଦୁରୋ ସରକାରଙ୍କ ଉପରେ ଅତିଷ୍ଠ ହୋଇପଡ଼ିଲେଣି। ସେମାନେ ପରିବର୍ତ୍ତନ ଚାହାନ୍ତି ଓ ଭେନେଜୁଏଲାର ମୁକ୍ତି ଚାହାନ୍ତି ବୋଲି ଦାବି କରିଛନ୍ତି।
The post ଭେନେଜୁଏଲା ରାଷ୍ଟ୍ରପତିଙ୍କ ବିରୋଧରେ ଜୋର୍ଦାର ବିକ୍ଷୋଭ appeared first on Dharitri Odia News.