ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ
ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ ପକ୍ଷରୁ କିଛି ଦିନ ହେବ ଫ୍ଲାଗ୍ମାର୍ଚ୍ଚ ଜୋରଦାର୍ ଚାଲିଛି। ଏନେଇ ବୁଧବାର କଟକ ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ଧାନଘରପଡ଼ା,ସାସୋଳ,ଆମଣ,ସବଳପୁର,ବିଶାଳପ, ଚାଆଁରାପଡ଼ା ଆଦି ଗ୍ରାମରେ ଫ୍ଲାଗ୍ମାର୍ଚ୍ଚ କରିଥିଲେ। ଜନସାଧାରଣଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ନିର୍ଭୟରେ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିବା […] The post ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ appeared first on Dharitri Odia News.
ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ ପକ୍ଷରୁ କିଛି ଦିନ ହେବ ଫ୍ଲାଗ୍ମାର୍ଚ୍ଚ ଜୋରଦାର୍ ଚାଲିଛି। ଏନେଇ ବୁଧବାର କଟକ ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ଧାନଘରପଡ଼ା,ସାସୋଳ,ଆମଣ,ସବଳପୁର,ବିଶାଳପ, ଚାଆଁରାପଡ଼ା ଆଦି ଗ୍ରାମରେ ଫ୍ଲାଗ୍ମାର୍ଚ୍ଚ କରିଥିଲେ। ଜନସାଧାରଣଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ନିର୍ଭୟରେ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦର ଥାନା ପୋଲିସ ଏସ୍ଆଇ ବିକ୍ରମ ବେହେରା, ଚିତ୍ତରଞ୍ଜନ ସାହୁ ଧୀରେନ ଜେନା ପ୍ରମୁଖ ବହୁ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।
The post ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ appeared first on Dharitri Odia News.