ବ୍ୟାଙ୍କ ଆକାଉଣ୍ଟର ରହିପାରିବେ ୪ ନୋମିନି
ନୂଆଦିଲ୍ଲୀ,୯।୮: ବ୍ୟାଙ୍କ ଆକାଉଣ୍ଟରେ ୪ ଜଣଙ୍କୁ ନୋମିନି ଭାବେ ରଖାଯାଇପାରିବ। ଏଥିପାଇଁ ଶୁକ୍ରବାର ଲୋକ ସଭାରେ ଏକ ବିଲ୍ ଗୃହୀତ ହୋଇଛି। ଜମାକାରୀମାନଙ୍କୁ ଉତ୍ତମ ସୁରକ୍ଷା ସୁନିଶ୍ଚିତ କରାଇବା ଏବଂ ଗ୍ରାହକ ସୁବିଧା ବଢ଼ାଇବା ବ୍ୟାଙ୍କିଙ୍ଗ ଆଇନ(ସଂଶୋଧନ) ବିଲ୍ର ଉଦ୍ଦେଶ୍ୟ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀ ଏହି ବିଲ୍ ଆଗତ କରିଥିଲେ। ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ଜଣେ ଆକାଉଣ୍ଟଧାରୀ ୪ ଜଣଙ୍କୁ ତାଙ୍କ ନୋମିନି ରଖିପାରିବେ। ଦାବିଦାର ନ ଥିବା ଲାଭାଂଶ, ଅଂଶଧନ ଏବଂ ସୁଧ […] The post ବ୍ୟାଙ୍କ ଆକାଉଣ୍ଟର ରହିପାରିବେ ୪ ନୋମିନି appeared first on Dharitri Odia News.
ନୂଆଦିଲ୍ଲୀ,୯।୮: ବ୍ୟାଙ୍କ ଆକାଉଣ୍ଟରେ ୪ ଜଣଙ୍କୁ ନୋମିନି ଭାବେ ରଖାଯାଇପାରିବ। ଏଥିପାଇଁ ଶୁକ୍ରବାର ଲୋକ ସଭାରେ ଏକ ବିଲ୍ ଗୃହୀତ ହୋଇଛି। ଜମାକାରୀମାନଙ୍କୁ ଉତ୍ତମ ସୁରକ୍ଷା ସୁନିଶ୍ଚିତ କରାଇବା ଏବଂ ଗ୍ରାହକ ସୁବିଧା ବଢ଼ାଇବା ବ୍ୟାଙ୍କିଙ୍ଗ ଆଇନ(ସଂଶୋଧନ) ବିଲ୍ର ଉଦ୍ଦେଶ୍ୟ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀ ଏହି ବିଲ୍ ଆଗତ କରିଥିଲେ। ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ଜଣେ ଆକାଉଣ୍ଟଧାରୀ ୪ ଜଣଙ୍କୁ ତାଙ୍କ ନୋମିନି ରଖିପାରିବେ। ଦାବିଦାର ନ ଥିବା ଲାଭାଂଶ, ଅଂଶଧନ ଏବଂ ସୁଧ ବା ବଣ୍ଡ୍ ରିଡେମ୍ପଶନ୍କୁ ନିବେଶକ ଶିକ୍ଷା ଓ ସୁରକ୍ଷା ପାଣ୍ଠି (ଆଇଇପିଏଫ୍) ସ୍ଥାନାନ୍ତର କରାଯାଇପାରିବ। ବ୍ୟକ୍ତିବିଶେଷ ଉକ୍ତ ପାଣ୍ଠିରୁ ନିଜର ଅର୍ଥ ଦାବି କରିପାରିବେ। ଏହାଦ୍ୱାରା ଜମାକାରୀମାନଙ୍କ ସ୍ବାର୍ଥର ସୁରକ୍ଷା ହୋଇପାରିବ।
The post ବ୍ୟାଙ୍କ ଆକାଉଣ୍ଟର ରହିପାରିବେ ୪ ନୋମିନି appeared first on Dharitri Odia News.