ଏକାଦଶାହ ଭୋଜି ଖାଇ ୩ ମୃତ ,୩୦ ଆକ୍ରାନ୍ତ

ବାରିପଦା : ଏକାଦଶାହ ଭୋଜି ଖାଇ ଡାଇରିଆରେ ୩ ମୃତ,୩୦ ଆକ୍ରାନ୍ତ । ବଡସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତର ‘ଆଲବନ୍ଧ ବାଥୁଡି ସାହି’ରେ ଘଟିଛି ଏହି ଅଘଟଣ । ଅସୁସ୍ଥମାନଙ୍କୁ ବାରିପଦା ପିଆରଏମ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଘଟଣା ସ୍ଥଳରେ ମେଡିକାଲ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା । ମୃତକ ମାନେ ହେଲେ ଆଲବନ୍ଧ ଗ୍ରାମର ରାଜକିଶୋର ନାଏକ, କରଞ୍ଜିଆର ନିଦ୍ରାବତୀ ନାଏକ, ଓ ଚଉଳିଆଶୋଳ […]

ଏକାଦଶାହ ଭୋଜି ଖାଇ ୩ ମୃତ ,୩୦ ଆକ୍ରାନ୍ତ
ଏକାଦଶାହ ଭୋଜି ଖାଇ ୩ ମୃତ ,୩୦ ଆକ୍ରାନ୍ତ

ବାରିପଦା : ଏକାଦଶାହ ଭୋଜି ଖାଇ ଡାଇରିଆରେ ୩ ମୃତ,୩୦ ଆକ୍ରାନ୍ତ । ବଡସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତର ‘ଆଲବନ୍ଧ ବାଥୁଡି ସାହି’ରେ ଘଟିଛି ଏହି ଅଘଟଣ । ଅସୁସ୍ଥମାନଙ୍କୁ ବାରିପଦା ପିଆରଏମ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଘଟଣା ସ୍ଥଳରେ ମେଡିକାଲ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ।

ମୃତକ ମାନେ ହେଲେ ଆଲବନ୍ଧ ଗ୍ରାମର ରାଜକିଶୋର ନାଏକ, କରଞ୍ଜିଆର ନିଦ୍ରାବତୀ ନାଏକ, ଓ ଚଉଳିଆଶୋଳ ଗ୍ରାମର ଜଣେ ନାବାଳକ । ଗତ ୧୭ ତାରିଖରେ ନିକଟସ୍ଥ ବାଥୁଡ଼ି ସାହିରେ ଜଣେ ସମ୍ପର୍କୀୟଙ୍କ ଘରେ ସମସ୍ତେ ଏକାଦଶାହ ଭୋଜିରେ ମାଛଭାତ ଖାଇବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।

ସୂଚନାନୁସାରେ,୧୭ ତାରିଖ ଦିନ ଆଲବନ୍ଧ ଗାଁର ଶିରୀଷ ଚନ୍ଦ୍ର ନାଏକଙ୍କ ପୁଅ ଚନ୍ଦ୍ରଶେଖର ନାଏକଙ୍କର ଏକାଦଶାହ ଭୋଜି ଥିଲା । ପ୍ରାୟ ୧୫୦ ରୁ ୨୦୦ ଲୋକ ଭୋଜି ଖାଇବାକୁ ଯାଇଥିଲେ । ସେଠାରେ ମାଛ,ଭାତ,ଡାଲ୍ମା ଏବଂ ଖଟା ଖାଇ କୂଅ ପାଣି ପିଇଥିଲେ । ତେବେ ଭୋଜି ଖାଇବା ପର ଦିନ ଅର୍ଥାତ ୧୮ ତାରିଖ ଦିନ କିଛି ଲୋକଙ୍କ ପେଟ ଯନ୍ତ୍ରଣା ହେବା ସହିତ ଝାଡା ବାନ୍ତି ହୋଇଥିଲା । ପରେ ପରେ ଜଣକ ପରେ ଜଣେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଗାଁର ପ୍ରାୟ ୪୦/ ୫୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ତେବେ ସେହି ଦିନଠାରୁ କିଛି କିଛି ଡାକ୍ତରଖାନାରେ ଚିକିତ୍ସା ହେଇ ଘରକୁ ଫେରିଥିବା ବେଳେ ଅନ୍ୟ କିଛି ଜଣ ସିକିତ୍ସିତ ହେଉଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ।