ଏଟିଏମ୍‌ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଗୋପାଳପୁର,୧୨ା୮(ନବୀନ ରାଜ ଆଚାରୀ): ବେଶ୍‌ କିଛି ଦିନର ନୀରବତା ପରେ ଗଞ୍ଜାମ ଜିଲା ଅଧିନସ୍ଥ ଗୋଳନ୍ଥରା ଥାନା ଅଞ୍ଚଳରେ ମୁଣ୍ଡ ଟେକିଛନ୍ତି ଦୁର୍ବୃତ୍ତ। ରବିବାର ବିଳମ୍ବିତ ରାତିରେ ଏଟିଏମ୍‌କୁ କଟର ସାହାଯ୍ୟରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସୂଚନାନୁସାରେ, ଏହି ଥାନା ଅଧିନସ୍ଥ କନିସି ହାଟ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୟୁକୋ ବ୍ୟାଙ୍କ ଏଟିଏମ୍‌କୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ […] The post ଏଟିଏମ୍‌ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା appeared first on Dharitri Odia News.

ଏଟିଏମ୍‌ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଗୋପାଳପୁର,୧୨ା୮(ନବୀନ ରାଜ ଆଚାରୀ): ବେଶ୍‌ କିଛି ଦିନର ନୀରବତା ପରେ ଗଞ୍ଜାମ ଜିଲା ଅଧିନସ୍ଥ ଗୋଳନ୍ଥରା ଥାନା ଅଞ୍ଚଳରେ ମୁଣ୍ଡ ଟେକିଛନ୍ତି ଦୁର୍ବୃତ୍ତ। ରବିବାର ବିଳମ୍ବିତ ରାତିରେ ଏଟିଏମ୍‌କୁ କଟର ସାହାଯ୍ୟରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସୂଚନାନୁସାରେ, ଏହି ଥାନା ଅଧିନସ୍ଥ କନିସି ହାଟ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୟୁକୋ ବ୍ୟାଙ୍କ ଏଟିଏମ୍‌କୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କ୍ୟାବିନ ଭିତରେ ପଶି ମେଶିନକୁ ବାମ ପାର୍ଶ୍ୱରେ ଗ୍ୟାସ୍‌ କଟର ସାହାଯ୍ୟରେ କାଟି ଦେଇ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶଟର ପକେଇ ଚମ୍ପଟ ମାରିଥିଲେ। ସୋମବାର ସକାଳେ ୟୁକୋ ବ୍ୟାଙ୍କର ଅଧିକାରୀମାନେ ଏଟିଏମ୍‌ ଖୋଲି ଦେଖିଲା ବେଳକୁ ଲୁଟ୍‌ ହୋଇଥିବା ନେଇ ଜାଣିବାକୁ ପାଇଥିଲେ।

ଏ ନେଇ ବ୍ୟାଙ୍କ ସହକାରୀ ଶାଖା ପରିଚାଳକ ଶିବରାମ ପଣ୍ଡା ଗୋଳନ୍ଥରା ଥାନାରେ ୫ ଲକ୍ଷ ୭୩ ହଜାର ୩ ଶହ ଟଙ୍କା ଲୁଟ୍‌ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ଏସ୍‌ଆଇ ବିଭୂତି ସେଠୀ ଓ ସାଇଣ୍ଟି ଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏଟିଏମ୍‌ରେ ନିକଟରେ ଲାଗିଥିବା ସିସିଟିଭିରେ ଦୁର୍ବୃତ୍ତମାନେ କଳାକନା ବୁଲେଇ ଦେଇଥିବା ସହ ଧଳା କାର୍‌ରେ ଆସିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତ ଜାଣିବାକୁ ପାଇଛି। କେସ୍‌ ନଂ ୩୨୫/୨୪ରେ ପୋଲିସ ମାମଲା ରୁଜୁ କରିଛି । ଜାତୀୟ ରାଜ ପଥ ଓ ସ୍ଥାନୀୟ ଆଖ ପାଖ ଅଞ୍ଚଳ ସିସି ଫୁଟେଜ୍‌କୁ ଯାଞ୍ଚ କରୁଛି। ଦୁର୍ବୃତ୍ତମାନେ ବାହାର ରାଜ୍ୟ ବୋଲି ପୋଲିସ ସନ୍ଦେହ କରୁଛି। ଏ ନେଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କୁ ପଚାରିବାରୁ ବିଭିନ୍ନ ଦିଗ ନେଇ ଯାଞ୍ଚ କରାଯାଉଥିବା କହିଛନ୍ତି।

The post ଏଟିଏମ୍‌ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା appeared first on Dharitri Odia News.