ପ୍ରେସ୍‌ମିଟ୍‌ କରି କଡ଼ା ଭାଷାରେ ମୋଦିଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ, ଯଦି ମୋର ଶୁଭଚିନ୍ତକ ତେବେ…

ଭୁବନେଶ୍ୱର,୨୯।୫: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଭାଷାରେ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସନ୍ଧ୍ୟାରେ ଏକ ପ୍ରେସ୍‌ମିଟ୍‌ କରି ସେ କହିଛନ୍ତି ଯେ, ଯଦି ନରେନ୍ଦ୍ର ମୋଦି ମୋର ଶୁଭଚିନ୍ତକ ତାହେଲେ ମୋତେ ଫୋନ କରିପାରିଥାନ୍ତେ। ମୋର ସ୍ବାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ନିଶ୍ଚିତ ଭାବେ ଏକ କମିଟି କରି ଏଭଳି ଅପପ୍ରଚାରର ତଦନ୍ତ କରାନ୍ତୁ। ୧୦ ବର୍ଷ ହେଲା ଦିଲ୍ଲୀରେ ଭାଜପା ନେତା ଅପପ୍ରଚାର […] The post ପ୍ରେସ୍‌ମିଟ୍‌ କରି କଡ଼ା ଭାଷାରେ ମୋଦିଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ, ଯଦି ମୋର ଶୁଭଚିନ୍ତକ ତେବେ… appeared first on Dharitri Odia News.

ପ୍ରେସ୍‌ମିଟ୍‌ କରି କଡ଼ା ଭାଷାରେ ମୋଦିଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ, ଯଦି ମୋର ଶୁଭଚିନ୍ତକ ତେବେ…

ଭୁବନେଶ୍ୱର,୨୯।୫: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଭାଷାରେ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସନ୍ଧ୍ୟାରେ ଏକ ପ୍ରେସ୍‌ମିଟ୍‌ କରି ସେ କହିଛନ୍ତି ଯେ, ଯଦି ନରେନ୍ଦ୍ର ମୋଦି ମୋର ଶୁଭଚିନ୍ତକ ତାହେଲେ ମୋତେ ଫୋନ କରିପାରିଥାନ୍ତେ। ମୋର ସ୍ବାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ନିଶ୍ଚିତ ଭାବେ ଏକ କମିଟି କରି ଏଭଳି ଅପପ୍ରଚାରର ତଦନ୍ତ କରାନ୍ତୁ। ୧୦ ବର୍ଷ ହେଲା ଦିଲ୍ଲୀରେ ଭାଜପା ନେତା ଅପପ୍ରଚାର କରୁଛନ୍ତି। ମୁଁ ଯଦି ଫିଟ୍‌ ନଥାନ୍ତି, ଏତେ ଖରାରେ କେମିତି ପ୍ରଚାର କରୁଥାନ୍ତି। ମୋ ସ୍ବାସ୍ଥ୍ୟାବସ୍ଥା ପୂରା ଠିକ୍‌ ଅଛି, ଏବେ ପ୍ରଚାର ପାଇଁ ନିମାପଡ଼ା ଯିବି। ଯଦି ମୋଦି ଓଡ଼ିଶାର ଭଲ ଚାହୁଁଛନ୍ତି କୋଇଲା ରୟାଲିଟି ରିଭିଜନ କରାନ୍ତୁ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ଦାବି ପୂରଣ କରନ୍ତୁ ବୋଲି ସେ କହିଛନ୍ତି।

 

ସୂଚନାଯୋଗ୍ୟ,  ମୟୂରଭଞ୍ଜର ବାରିପଦାରେ ମୋଦି କହିଥିଲେ, ‘ନବୀନଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ହୋଇଛି। ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ରହିଛି। ବିଜେଡି ଯାହା ଲୁଚାଇବାକୁ ଚାହୁଁଛି, ଭାଜପା ତା’ର ଖୁଲାସା କରିବ। ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି। ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଏତେ ଖରାପ କେମିତି ହେଲା। ସେନେଇ ସବୁ କଥା ସାମ୍ନାକୁ ଆସିବ। ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ବି ହୋଇପାରେ ବୋଲି ଆଶଙ୍କା ରହୁଛି। ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି? ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି। ତେଣୁ ଭାଜପା ସରକାରକୁ ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ। ନବୀନଙ୍କ ଅଚାନକ କେମିତି ସ୍ବାସ୍ଥ୍ୟ ଖରାପ ହେଲା, ତା’ ନେଇ ଯାଞ୍ଚ କରାଯିବ ବୋଲି ମୋଦି କହିଥିଲେ।

 

The post ପ୍ରେସ୍‌ମିଟ୍‌ କରି କଡ଼ା ଭାଷାରେ ମୋଦିଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ, ଯଦି ମୋର ଶୁଭଚିନ୍ତକ ତେବେ… appeared first on Dharitri Odia News.