ଏଟିଏମ୍‌ ମେଶିନ ଲୁଟ୍‌ ଉଦ୍ୟମ

କାଲିମେଳା,୨୫ା୧(ଜୀବନକୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ ମେଶିନ ଲୁଟ୍‌ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌ ମେଶିନ ଭାଙ୍ଗି ଟଙ୍କା ଲୁଟ୍‌ କରିବା ଉଦ୍ୟମ ଘଟଣା କାଲିମେଳାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାସହ ଏଟିଏମ୍‌ ସମ୍ମୁଖ ରାସ୍ତା ଅନ୍ୟ ପାଶର୍‌ବରେ ଏକ କମ୍ପ୍ୟୁଟର ଓ ଜେରକ୍ସ ଦୋକାନର ମଧ୍ୟ କବାଟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏ ନେଇ […] The post ଏଟିଏମ୍‌ ମେଶିନ ଲୁଟ୍‌ ଉଦ୍ୟମ appeared first on Dharitri Odia News.

ଏଟିଏମ୍‌ ମେଶିନ ଲୁଟ୍‌ ଉଦ୍ୟମ

କାଲିମେଳା,୨୫ା୧(ଜୀବନକୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ ମେଶିନ ଲୁଟ୍‌ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌ ମେଶିନ ଭାଙ୍ଗି ଟଙ୍କା ଲୁଟ୍‌ କରିବା ଉଦ୍ୟମ ଘଟଣା କାଲିମେଳାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାସହ ଏଟିଏମ୍‌ ସମ୍ମୁଖ ରାସ୍ତା ଅନ୍ୟ ପାଶର୍‌ବରେ ଏକ କମ୍ପ୍ୟୁଟର ଓ ଜେରକ୍ସ ଦୋକାନର ମଧ୍ୟ କବାଟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏ ନେଇ କାଲିମେଳା ପୋଲିସ ଆସି ଘଟଣାର ତଦନ୍ତ କରି ଫେରିଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିବା ପରେ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ହୋଇଛି କି ନାହିଁ କି ଦୋକାନରୁ କ’ଣ ଲୁଟ୍‌ ହୋଇଛି ତାହା ତଦନ୍ତ ପରେ ଜଣାପଡ଼ିବ।

The post ଏଟିଏମ୍‌ ମେଶିନ ଲୁଟ୍‌ ଉଦ୍ୟମ appeared first on Dharitri Odia News.