ସାରାଙ୍କୁ ମିଳିଗଲା ନୂଆ ବୟଫ୍ରେଣ୍ଡ୍: ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ
ମହାନ ଭାରତୀୟ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସୋସିଆଲ ମିଡିଆରେ ତାଙ୍କ ବୋଲ୍ଡ ଅନ୍ଦାଜ୍ ପାଇଁ ତ କେତେବେଳେ ତାଙ୍କ ଡେଟିଂ ଖବର ପାଇଁ। ଏବେ ସାରାଙ୍କୁ ଏକ ନୂଆ ବୟଫ୍ରେଣ୍ଡ୍ ମିଳିଯାଇଛି । ସାରା ଏବଂ ଉଦୀୟମାନ ବଲିଉଡ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ସାରା ଏବଂ ସିଦ୍ଧାନ୍ତଙ୍କୁ ନିକଟ ଅତୀତରେ କିଛି ଥର ଏକାଠି ଦେଖିବାକୁ ମିଳିଛି। ଉଭୟ ବର୍ତ୍ତମାନ […] The post ସାରାଙ୍କୁ ମିଳିଗଲା ନୂଆ ବୟଫ୍ରେଣ୍ଡ୍: ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ appeared first on Dharitri Odia News.
ମହାନ ଭାରତୀୟ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସୋସିଆଲ ମିଡିଆରେ ତାଙ୍କ ବୋଲ୍ଡ ଅନ୍ଦାଜ୍ ପାଇଁ ତ କେତେବେଳେ ତାଙ୍କ ଡେଟିଂ ଖବର ପାଇଁ। ଏବେ ସାରାଙ୍କୁ ଏକ ନୂଆ ବୟଫ୍ରେଣ୍ଡ୍ ମିଳିଯାଇଛି । ସାରା ଏବଂ ଉଦୀୟମାନ ବଲିଉଡ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି।
ସାରା ଏବଂ ସିଦ୍ଧାନ୍ତଙ୍କୁ ନିକଟ ଅତୀତରେ କିଛି ଥର ଏକାଠି ଦେଖିବାକୁ ମିଳିଛି। ଉଭୟ ବର୍ତ୍ତମାନ ସାଧାରଣ ପ୍ରଶଂସକଙ୍କ ଦୃଷ୍ଟିରୁ ସେମାନଙ୍କ ସମ୍ପର୍କକୁ ଦୂରରେ ରଖୁଛନ୍ତି। ନିକଟରେ ସାରା ଏବଂ ଷ୍ଟାର ଭାରତୀୟ କ୍ରିକେଟର ଶୁବମନ ଗିଲ ପରସ୍ପରକୁ ଅନଫଲୋ କରିଥିଲେ। ଉଭୟଙ୍କ ସମ୍ପର୍କକୁ ନେଇ ୨-୩ ବର୍ଷ ଧରି ଚର୍ଚ୍ଚାରେ ରହିଛି।
କିଛି ମାସ ପୂର୍ବରୁ ସାରାଙ୍କୁ ସଚିନ ତେନ୍ଦୁଲକର ଫାଉଣ୍ଡେସନର ନିର୍ଦ୍ଦେଶକ କରାଯାଇଥିଲା। ଏହି ଫାଉଣ୍ଡେସନ ପଛୁଆ ଅଞ୍ଚଳର ଗରିବ ପିଲାମାନଙ୍କୁ ସାହାଯ୍ୟ କରେ। ଏହା ବ୍ୟତୀତ, ସମ୍ପ୍ରତି ସାରା ଇ-କ୍ରିକେଟ ପ୍ରିମିୟର ଲିଗ୍ରେ ମୁମ୍ବାଇ ଦଳ କିଣିଥିଲେ, ଯାହା ଏହି ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲା।
The post ସାରାଙ୍କୁ ମିଳିଗଲା ନୂଆ ବୟଫ୍ରେଣ୍ଡ୍: ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ appeared first on Dharitri Odia News.