ଏଟିଏମ୍‌ରେ ଇ-ଡିଭାଇସ୍‌ ଲଗାଇ ଠକେଇ

ଭୁବନେଶ୍ୱର,୧୫।୩(ସତ୍ୟଜିତ୍‌ ରାଉତ): ଏଟିଏମ୍‌ କାଉଣ୍ଟରରେ ଏବେ ନୂଆ ଧରଣର ଠକେଇ ଚାଲିଛି। ଠକମାନେ ରିମୋଟ୍‌ କଣ୍ଟ୍ରୋଲ ଇଲେକ୍ଟ୍ରୋନିକ ଡିଭାଇସ୍‌ ଓ ହେଲ୍ପଲାଇନ୍‌ ନମ୍ବର ସହାୟତାରେ ଲୋକଙ୍କୁ ଫସାଇବା ସହ ଡେବିଟ୍‌ କାର୍ଡର ଚିପ୍‌ ନେଇ ଟଙ୍କା ଲୁଟୁଛନ୍ତି। ଜଣେ ଆକାଉଣ୍ଟାଣ୍ଟ୍‌ଙ୍କଠାରୁ ୧.୬୬ ଲକ୍ଷ ଟଙ୍କା ଠକିନେବା ମାମଲାର ତଦନ୍ତ କରି ଭୁବନେଶ୍ୱର ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଥାନା ଜଣେ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିବା ସହ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଗିରଫ ଅଭିଯୁକ୍ତ ହେଲେ […] The post ଏଟିଏମ୍‌ରେ ଇ-ଡିଭାଇସ୍‌ ଲଗାଇ ଠକେଇ appeared first on Dharitri Odia News.

ଏଟିଏମ୍‌ରେ ଇ-ଡିଭାଇସ୍‌ ଲଗାଇ ଠକେଇ

ଭୁବନେଶ୍ୱର,୧୫।୩(ସତ୍ୟଜିତ୍‌ ରାଉତ): ଏଟିଏମ୍‌ କାଉଣ୍ଟରରେ ଏବେ ନୂଆ ଧରଣର ଠକେଇ ଚାଲିଛି। ଠକମାନେ ରିମୋଟ୍‌ କଣ୍ଟ୍ରୋଲ ଇଲେକ୍ଟ୍ରୋନିକ ଡିଭାଇସ୍‌ ଓ ହେଲ୍ପଲାଇନ୍‌ ନମ୍ବର ସହାୟତାରେ ଲୋକଙ୍କୁ ଫସାଇବା ସହ ଡେବିଟ୍‌ କାର୍ଡର ଚିପ୍‌ ନେଇ ଟଙ୍କା ଲୁଟୁଛନ୍ତି। ଜଣେ ଆକାଉଣ୍ଟାଣ୍ଟ୍‌ଙ୍କଠାରୁ ୧.୬୬ ଲକ୍ଷ ଟଙ୍କା ଠକିନେବା ମାମଲାର ତଦନ୍ତ କରି ଭୁବନେଶ୍ୱର ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଥାନା ଜଣେ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିବା ସହ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଗିରଫ ଅଭିଯୁକ୍ତ ହେଲେ ଅସଦ୍‌ ଅଲ୍ଲୀ (୩୩)। ତାଙ୍କଠାରୁ ମୋବାଇଲ, ୧୧ ଡେବିଟ୍‌ କାର୍ଡ ଓ ୪୦ ହଜାର ଟଙ୍କା ଜବତ ହୋଇଛି। ଅସଦଙ୍କ ଘର ରାଜ୍ୟ ବାହାରେ ହୋଇଥିବାବେଳେ ତାଙ୍କ ପ୍ରକୃତ ଠିକଣା ଜାଣିବାକୁ ପୋଲିସ ଚେଷ୍ଟା କରୁଛି। କୋର୍ଟଚାଲାଣ ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏହି ର଼୍ୟାକେଟ୍‌ରେ ଏଭଳି ଅନେକ ଠକିଥିବା ପୋଲିସ ଜାଣିବାକୁ ପାଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ ସହ ଗିରଫ କରିବାକୁ ଚେଷ୍ଟା ଚାଲିଥିବା ଖବରଦାତା ସମ୍ମିଳନୀରେ ଜୋନ ଏସିପି ଗୌତମ କିଷାନ କହିଛନ୍ତି।

The post ଏଟିଏମ୍‌ରେ ଇ-ଡିଭାଇସ୍‌ ଲଗାଇ ଠକେଇ appeared first on Dharitri Odia News.