ଏଠାରେ ଭଡ଼ାରେ ମିଳୁଛନ୍ତି ବୟଫ୍ରେଣ୍ଡ, ପ୍ରତିବଦଳରେ ଦେବାକୁ ପଡିବ…

ହାନୋଇ,୫।୧୨: ଭିଏଟ୍‌ନାମର ଯୁବପିଢିଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ଜୀବନସାଥୀ ଖୋଜିବାକୁ ସମୟ ନ ଥାଏ, ସେମାନେ ଭଡ଼ାରେ ନିଜ ପାଇଁ ପାର୍ଟନର ଖୋଜିଥାନ୍ତି ବୋଲି ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଯୁବକଙ୍କ ଅପେକ୍ଷା ଯୁବତୀମାନେ ଏହି ମାମଲାରେ ଆଗରେ ରହିଛନ୍ତି। ମା’ ବାପାଙ୍କ ଚାପ ଏବଂ କ୍ୟାରିୟର କରିବାକୁ ଅଧିକ ଆଗ୍ରହୀ ଥିବାହେତୁ ସେମାନେ ଭଡ଼ାରେ ବୟଫ୍ରେଣ୍ଡ ଆଣିବାକୁ ନିଷ୍ପତ୍ତି ନେଇଥାନ୍ତି। ତେବେ ଭଡ଼ାରେ ଉପଲବ୍ଧ ବୟଫ୍ରେଣ୍ଡଙ୍କ ନିକଟରେ ସେ […] The post ଏଠାରେ ଭଡ଼ାରେ ମିଳୁଛନ୍ତି ବୟଫ୍ରେଣ୍ଡ, ପ୍ରତିବଦଳରେ ଦେବାକୁ ପଡିବ… appeared first on Dharitri Odia News.

ଏଠାରେ ଭଡ଼ାରେ ମିଳୁଛନ୍ତି ବୟଫ୍ରେଣ୍ଡ, ପ୍ରତିବଦଳରେ ଦେବାକୁ ପଡିବ…

ହାନୋଇ,୫।୧୨: ଭିଏଟ୍‌ନାମର ଯୁବପିଢିଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ଜୀବନସାଥୀ ଖୋଜିବାକୁ ସମୟ ନ ଥାଏ, ସେମାନେ ଭଡ଼ାରେ ନିଜ ପାଇଁ ପାର୍ଟନର ଖୋଜିଥାନ୍ତି ବୋଲି ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଯୁବକଙ୍କ ଅପେକ୍ଷା ଯୁବତୀମାନେ ଏହି ମାମଲାରେ ଆଗରେ ରହିଛନ୍ତି। ମା’ ବାପାଙ୍କ ଚାପ ଏବଂ କ୍ୟାରିୟର କରିବାକୁ ଅଧିକ ଆଗ୍ରହୀ ଥିବାହେତୁ ସେମାନେ ଭଡ଼ାରେ ବୟଫ୍ରେଣ୍ଡ ଆଣିବାକୁ ନିଷ୍ପତ୍ତି ନେଇଥାନ୍ତି। ତେବେ ଭଡ଼ାରେ ଉପଲବ୍ଧ ବୟଫ୍ରେଣ୍ଡଙ୍କ ନିକଟରେ ସେ ସମସ୍ତ ଗୁଣ ରହିଥାଏ, ଯାହା କୌଣସି ଯୁବତୀଙ୍କ ମା’ ବାପା ନିଜ ଜ୍ବାଇଁଙ୍କ ନିକଟରେ ଦେଖିବାକୁ ଚାହଁାନ୍ତି। ଏହି ବୟଫ୍ରେଣ୍ଡମାନେ ଦେଖିବାକୁ ଫିଟ୍‌ ଏବଂ ସୁନ୍ଦର ହୋଇଥିବା ସହ ସେମାନେ ରୋଷେଇଠାରୁ ଆରମ୍ଭ କରି ଘରର ସବୁ କାମ କରିବାରେ ପାରଙ୍ଗମ ରହିଥାନ୍ତି। ତେବେ ଏ ପ୍ରକାର ବୟଫ୍ରେଣ୍ଡ ପାଇବା ପାଇଁ ଯୁବତୀମାନଙ୍କୁ କେବଳ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଭଡ଼ାରେ ବୟଫ୍ରେଣ୍ଡ ଆଣି ଡେଟ୍‌କୁ ଯିବା ପାଇଁ ପ୍ରାୟ ୧୦ରୁ ୨୦ ଡଲାର (୮୦୦ରୁ ୧୭୦୦ ଟଙ୍କା) ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେହିପରି ବୟଫ୍ରେଣ୍ଡଙ୍କୁ ନିଜ ପରିବାର ସହ ପରିଚିତ କରାଇବାକୁ ହେଲେ ମୂଲ୍ୟ ଟିକେ ବଢ଼ି ଯାଇଥାଏ। ଏପରି ସ୍ଥଳେ ଯୁବତୀମାନଙ୍କୁ ୧ ମିଲିୟନ୍‌ ଭିଏଟ୍‌ନାମ ଡୋଙ୍ଗ୍‌ (ପ୍ରାୟ ୩୪୦୦ ଟଙ୍କା) ଖର୍ଚ୍ଚ କରିବାକୁ ପଡ଼ିଥାଏ।

The post ଏଠାରେ ଭଡ଼ାରେ ମିଳୁଛନ୍ତି ବୟଫ୍ରେଣ୍ଡ, ପ୍ରତିବଦଳରେ ଦେବାକୁ ପଡିବ… appeared first on Dharitri Odia News.