ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’
ଭୁବନେଶ୍ୱର: ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’। ‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହୋଇଛି ୪୦ଟି ନୂଆ ଇ-ବସ୍ । ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ। ଯାହାଫଳରେ ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର । ଗତକାଲି ଭୁବନେଶ୍ବର ଗାଢ଼କଣସ୍ଥିତ ଆମ ବସ୍ ଡିପୋରେ ୪୦ଟି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନୂଆ ଇ-ବସର ଉଦଘାଟନ କରିଛନ୍ତି। ୪୦ […] The post ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’ appeared first on Odisha.News.
ଭୁବନେଶ୍ୱର: ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’। ‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହୋଇଛି ୪୦ଟି ନୂଆ ଇ-ବସ୍ । ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ। ଯାହାଫଳରେ ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର ।
ଗତକାଲି ଭୁବନେଶ୍ବର ଗାଢ଼କଣସ୍ଥିତ ଆମ ବସ୍ ଡିପୋରେ ୪୦ଟି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନୂଆ ଇ-ବସର ଉଦଘାଟନ କରିଛନ୍ତି। ୪୦ ଟି ବସକୁ ମିଶାଇ ରାଜ୍ୟରେ ବସ ସଂଖ୍ୟା ୧୮୦ କୁ ବୃଦ୍ଧି ହୋଇଚି । ୬ ଟି ସହରରେ ଏହି ବସ ସେବା ମିଳିବ । ଆଗକୁ କେନ୍ଦ୍ର ସରକାର୍ ଆହୁରି ୪୦୦ ଇ ବସ ଯୋଗାଇବାକୁ ଲକ୍ଷ ରଖିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ଆମ ବସ୍ ଭିତରେ ଦୁଇଟି ସିସିଟିଭି କ୍ୟାମେରା ବି ଲଗାଯାଇଥିବା କଥା କହିଛନ୍ତି ମନ୍ତ୍ରୀ।
ତେବେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏହି ଉଦଘାଟନ ଅବସରରେ ମନ୍ତ୍ରୀଙ୍କ ସହ ଟ୍ରାନ୍ସପୋର୍ଟ ବିଭାଗର ଶାସନ ସଚିବ ଉଷା ପାଢ଼ୀ ଉପସ୍ଥିତ ରହିଥିଲେ ।
The post ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’ appeared first on Odisha.News.