କେନ୍ଦେଇଜୁରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ କ୍ରୀଡା ଉସବ

ଜମନକିରା : ତିଲେଇବଣୀ ବ୍ଲକ ଅନ୍ତର୍ଗତ କେନ୍ଦେଇଜୁରୀ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଏକ ବିଂଶ ତମ ବାର୍ଷିକ କ୍ରୀଡା ଉସବ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ ପଦ୍ମନାଭ ମହାକୁଲ କ୍ରୀଡା ବୈଠକ ସଭାରେ ଅଧ୍ୟକ୍ଷତା ତଥା ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କେନ୍ଦେଇଜୁରୀ ସ୍ଥିତ କଟଙ୍ଗପାଣି ଗ୍ରାମର ଅବସରପ୍ରାପ୍ତ ସେନା ବିଜୟ କୁମାର ପିଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ […] The post କେନ୍ଦେଇଜୁରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ କ୍ରୀଡା ଉସବ appeared first on Odisha.News.

କେନ୍ଦେଇଜୁରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ କ୍ରୀଡା ଉସବ

ଜମନକିରା : ତିଲେଇବଣୀ ବ୍ଲକ ଅନ୍ତର୍ଗତ କେନ୍ଦେଇଜୁରୀ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଏକ ବିଂଶ ତମ ବାର୍ଷିକ କ୍ରୀଡା ଉସବ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ ପଦ୍ମନାଭ ମହାକୁଲ କ୍ରୀଡା ବୈଠକ ସଭାରେ ଅଧ୍ୟକ୍ଷତା ତଥା ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କେନ୍ଦେଇଜୁରୀ ସ୍ଥିତ କଟଙ୍ଗପାଣି ଗ୍ରାମର ଅବସରପ୍ରାପ୍ତ ସେନା ବିଜୟ କୁମାର ପିଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ମହୋତ୍ସବ କୁ ମଶାଲ ଜାଳି ଉଦଘାଟନ କରିଥିଲେ। ବିଦ୍ୟାଳୟର ପରିଚାଳନ ସମିତି ର ସମ୍ପାଦକ ପ୍ରମୋଦ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କ୍ରୀଡାର ଉପଯୋଗିତା ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଉପଦେଷ୍ଟା ଅଶୋକ କୁମାର ସାହୁ, ଧିରେନ୍ କୁମାର ସାହୁ ଏବଂ ବିଦ୍ୟାଳୟର ସଭାପତି ନିହାର ରଞ୍ଜନ ପଟେଲ ପ୍ରମୁଖ ଖେଳାଳି ମାନଙ୍କୁ ଉତ୍ସାହିତକରିଥିଲେ। ଖେଳକୁ ବିଷ୍ଣୁ ଭାଇ, ଦୀପକ ଭାଇ, ପ୍ରଦୀପ ଭାଇ, ଦୁରିତ୍ ଭାଇ, ମଞ୍ଜିତ ଭାଇ, ସଚିନ ଭାଇ, ଶକ୍ତି ଭାଇ, ବାସନ୍ତୀ ଅପା, ଦୀପା ଅପା, ମାନସୀ ଅପା, ପ୍ରିନ୍ସେସ ଅପା, ସ୍ନେହା ଅପା,ଗୁରୁବାରି ଅପା ପ୍ରମୁଖ ପରିଚାଳନା କରିଥିଲେ। ବିଭିନ୍ନ ଖେଳରେ ବିଜେତା ହୋଇଥିବା ଛାତ୍ରୀ ଛାତ୍ର ମାନେ ହେଲେ ମାନସ ମାଝୀ, ସୁଜ୍ଞାନି ପ୍ରଧାନ, ଯତୀନ ସାଗର ମହାନନ୍ଦ, ପ୍ରଜ୍ଞା ପରିମିତା ପ୍ରଧାନ, ଛବିଳ କିଶାନ, ଗୀତାଞ୍ଜଳି ମାଝୀ।

The post କେନ୍ଦେଇଜୁରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ କ୍ରୀଡା ଉସବ appeared first on Odisha.News.