ଏଣିକି ଜବ୍‌କାର୍ଡଧାରୀ କରିବେ e-KYC, ୩ ମାସ ଭିତରେ ନକଲେ କଟିବ କାର୍ଡ

ଭୁବନେଶ୍ବର ୨୫।୭: ଆଉ ଖସିପାରିବେନି ନକଲି ଜବ୍‌କାର୍ଡଧାରୀ । ଓଡ଼ିଶାରେ ଜବ୍‌କାର୍ଡ ଠକେଇ ନେଇ ଲୋକସଭାରେ କେନ୍ଦ୍ରମନ୍ତ୍ରୀ କମଲେଶ ପାସଓ୍ବାନଙ୍କ ମନ୍ତବ୍ୟ ପରେ କଠୋର ହୋଇଛନ୍ତି ରାଜ୍ୟ ସରକାର । ନକଲି ଜବ୍‌ କାର୍ଡ ଧରିବାକୁ ଆରମ୍ଭ ହେବ ଇ-କେୱାଇସି । ସମସ୍ତ ଜବ୍ କାର୍ଡଧାରୀ ଇ-କେୱାଇସି କରିବା ବାଧ୍ୟତାମୂଳକ । ୩ ମାସ ଭିତରେ ଇ-କେୱାଇସି ନକେଲ କଟିଯିବ କାର୍ଡ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ । ସରକାର ବର୍ଷେ ଭିତରେ ୨ ଲକ୍ଷ ନୂଆ ଜବ୍ କାର୍ଡ ଦେଇଥିବା ବେଳେ କିଏ ନକଲି ଜବ୍‌ କାର୍ଡ ହାତେଇଥିଲେ ତାର ଉତ୍ତର ପୂର୍ବରୁ ଯିଏ ଶାସନ କରୁଥିଲେ ସେ ଦିଅନ୍ତୁ ବୋଲି କହିଛନ୍ତି ।ତେବେ ଗୁରୁବାର ସଂସଦରେ ଏନେଇ ତଥ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ କମଲେଶ ପାସଓ୍ବାନ । ତଥ୍ୟ ଅନୁସାରେ ନକଲି ଜବ୍ କାର୍ଡ ହାତେଇବାରେ ବିହାର ପରେ ଓଡ଼ିଶା ଦେଶରେ ଦ୍ବିତୀୟ । ୨୦୨୨-୨୩ରେ ୧ ଲକ୍ଷ ୧୪ ହଜାର ୪୫୪ଟି ନକଲି ଜବ୍‌କାର୍ଡ ବାଦ ଦିଆଯାଇଥିଲା । ସେହିପରି ୨୦୨୩-୨୪ରେ ୨୨ ହଜାର ୨୬୪ ଏବଂ ୨୦୨୪-୨୫ରେ ୭୫୬୬ଟି ନକଲି ଜବ୍‌ କାର୍ଡକୁ ବାଦ୍ ଦିଆଯାଇଛି । You Can Read:ଚଳିତବର୍ଷ ଖୋଳାଯାଇଛି ୨୦ହଜାର ୮୯୧ଟି ନଳକୂପ, ୧୮ ପ୍ରକଳ୍ପ ଦ୍ବାରା ସବୁ ଘରକୁ ଜଳ ବ୍ୟବସ୍ଥା

ଏଣିକି ଜବ୍‌କାର୍ଡଧାରୀ କରିବେ e-KYC, ୩ ମାସ ଭିତରେ ନକଲେ କଟିବ କାର୍ଡ

ଭୁବନେଶ୍ବର ୨୫।୭: ଆଉ ଖସିପାରିବେନି ନକଲି ଜବ୍‌କାର୍ଡଧାରୀ । ଓଡ଼ିଶାରେ ଜବ୍‌କାର୍ଡ ଠକେଇ ନେଇ ଲୋକସଭାରେ କେନ୍ଦ୍ରମନ୍ତ୍ରୀ କମଲେଶ ପାସଓ୍ବାନଙ୍କ ମନ୍ତବ୍ୟ ପରେ କଠୋର ହୋଇଛନ୍ତି ରାଜ୍ୟ ସରକାର । ନକଲି ଜବ୍‌ କାର୍ଡ ଧରିବାକୁ ଆରମ୍ଭ ହେବ ଇ-କେୱାଇସି । ସମସ୍ତ ଜବ୍ କାର୍ଡଧାରୀ ଇ-କେୱାଇସି କରିବା ବାଧ୍ୟତାମୂଳକ । ୩ ମାସ ଭିତରେ ଇ-କେୱାଇସି ନକେଲ କଟିଯିବ କାର୍ଡ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ । ସରକାର ବର୍ଷେ ଭିତରେ ୨ ଲକ୍ଷ ନୂଆ ଜବ୍ କାର୍ଡ ଦେଇଥିବା ବେଳେ କିଏ ନକଲି ଜବ୍‌ କାର୍ଡ ହାତେଇଥିଲେ ତାର ଉତ୍ତର ପୂର୍ବରୁ ଯିଏ ଶାସନ କରୁଥିଲେ ସେ ଦିଅନ୍ତୁ ବୋଲି କହିଛନ୍ତି ।

ତେବେ ଗୁରୁବାର ସଂସଦରେ ଏନେଇ ତଥ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ କମଲେଶ ପାସଓ୍ବାନ । ତଥ୍ୟ ଅନୁସାରେ ନକଲି ଜବ୍ କାର୍ଡ ହାତେଇବାରେ ବିହାର ପରେ ଓଡ଼ିଶା ଦେଶରେ ଦ୍ବିତୀୟ । ୨୦୨୨-୨୩ରେ ୧ ଲକ୍ଷ ୧୪ ହଜାର ୪୫୪ଟି ନକଲି ଜବ୍‌କାର୍ଡ ବାଦ ଦିଆଯାଇଥିଲା । ସେହିପରି ୨୦୨୩-୨୪ରେ ୨୨ ହଜାର ୨୬୪ ଏବଂ ୨୦୨୪-୨୫ରେ ୭୫୬୬ଟି ନକଲି ଜବ୍‌ କାର୍ଡକୁ ବାଦ୍ ଦିଆଯାଇଛି । 


You Can Read:

ଚଳିତବର୍ଷ ଖୋଳାଯାଇଛି ୨୦ହଜାର ୮୯୧ଟି ନଳକୂପ, ୧୮ ପ୍ରକଳ୍ପ ଦ୍ବାରା ସବୁ ଘରକୁ ଜଳ ବ୍ୟବସ୍ଥା