ଏଣିକି ଡିଜିଟାଲ ଜନଗଣନା! ମୋବାଇଲରେ ଏପରି ଦେବେ ତଥ୍ୟ
ନୂଆଦିଲ୍ଲୀ,୩୦।୧୦: ଭାରତ ସରକାର ୨୦୨୫ରେ ଡିଜିଟାଲ ଜନଗଣନା କରିବାକୁ ଯାଉଛନ୍ତି। ଏହି ଜନଗଣନା ୨୦୧୧ରେ ହୋଇଥିବା ଜନଗଣନାଠାରୁ ଭିନ୍ନ ହେବ। କହିରଖୁଛୁ କି, ୨୦୧୧ରେ ହୋଇଥିବା ଜନଗଣନାରେ, ଜନଗଣନା ଅଧିକାରୀମାନେ ଲୋକଙ୍କ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲେ। କିନ୍ତୁ ଏଥର ତାହା ଘଟିବ ନାହିଁ। ଏଥର ଏହି କାର୍ଯ୍ୟ ଡିଜିଟାଲ ଭାବରେ କରାଯିବ। ଡିଜିଟାଲ ଜନଗଣନା କିପରି କରାଯିବ ଏବଂ ଏଥିରେ ଲୋକମାନେ କିପରି ଗଣାଯିବେ ଆସନ୍ତୁ ଜାଣିବା। ଜାତୀୟ […] The post ଏଣିକି ଡିଜିଟାଲ ଜନଗଣନା! ମୋବାଇଲରେ ଏପରି ଦେବେ ତଥ୍ୟ appeared first on Dharitri Odia News.
ନୂଆଦିଲ୍ଲୀ,୩୦।୧୦: ଭାରତ ସରକାର ୨୦୨୫ରେ ଡିଜିଟାଲ ଜନଗଣନା କରିବାକୁ ଯାଉଛନ୍ତି। ଏହି ଜନଗଣନା ୨୦୧୧ରେ ହୋଇଥିବା ଜନଗଣନାଠାରୁ ଭିନ୍ନ ହେବ। କହିରଖୁଛୁ କି, ୨୦୧୧ରେ ହୋଇଥିବା ଜନଗଣନାରେ, ଜନଗଣନା ଅଧିକାରୀମାନେ ଲୋକଙ୍କ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲେ। କିନ୍ତୁ ଏଥର ତାହା ଘଟିବ ନାହିଁ। ଏଥର ଏହି କାର୍ଯ୍ୟ ଡିଜିଟାଲ ଭାବରେ କରାଯିବ। ଡିଜିଟାଲ ଜନଗଣନା କିପରି କରାଯିବ ଏବଂ ଏଥିରେ ଲୋକମାନେ କିପରି ଗଣାଯିବେ ଆସନ୍ତୁ ଜାଣିବା।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ ବ୍ୟବହାର କରୁଥିବା ଭାରତର ପ୍ରତ୍ୟେକ ନାଗରିକ ଅନଲାଇନ ମାଧ୍ୟମରେ ଏକ ଫର୍ମ ପାଇବେ। ଯେଉଁଥିରେ ସେମାନଙ୍କୁ ସଠିକ ତଥ୍ୟ ପୂରଣ କରିବାକୁ ପଡିବ। ଏହା ପରେ ଏହି ଫର୍ମ ଅନଲାନରେ ସବମିଟ୍ କରିବା ପରେ ରେଜିଷ୍ଟ୍ରାର୍ ଜେନେରାଲ ଅଫ ଇଣ୍ଡିଆ (ORGI) ଙ୍କ କାର୍ଯ୍ୟାଳୟକୁ ପଠାଯିବ। କୁହାଯାଉଛି ଯେ, ଏହାଦ୍ୱାରା ଶୀଘ୍ର ଜନଗଣନା ହେବା ସହ ସଠିକ୍ ତଥ୍ୟ ମଧ୍ୟ ମିଳି ପାରିବ।
ତେବେ ଦେଶରେ ଏପର୍ଯ୍ୟନ୍ତ ଅନେକ ଗାଁ ଅଛି ଯେଉଁଠାରେ ଇଣ୍ଟରନେଟ ଉପଲବ୍ଧ ନାହିଁ କିମ୍ବା ନେଟଓ୍ବର୍କ ଚାଲୁନାହିଁ। ଏହା ବ୍ୟତୀତ ଅନେକ ସ୍ଥାନରେ ଲୋକମାନେ ସ୍ମାର୍ଟଫୋନ କିପରି ବ୍ୟବହାର କରିବେ ଜାଣନ୍ତି ନାହିଁ । ଏବେ ପ୍ରଶ୍ନ ଉଠୁଛି ଯେ, ଏହି ଲୋକମାନେ କିପରି ଏହି ଡିଜିଟାଲ ଜନଗଣନାରେ ଅଂଶଗ୍ରହଣ କରିବେ। ସରକାର ଏପର୍ଯ୍ୟନ୍ତ ଏ ବିଷୟରେ କିଛି ସ୍ପଷ୍ଟ କରିନାହାଁନ୍ତି। କିନ୍ତୁ କୁହାଯାଉଛି ଯେ ଯେଉଁ ସ୍ଥାନରେ ଇଣ୍ଟରନେଟ ନାହିଁ କିମ୍ବା ଲୋକମାନେ ସ୍ମାର୍ଟଫୋନ କିପରି ବ୍ୟବହାର କରିବେ ଜାଣନ୍ତି ନାହିଁ, ସେଠାରେ ୨୦୧୧ ଭଳି ଜନଗଣନା ଅଧିକାରୀମାନେ ସେଠାକୁ ଯାଇ ତଥ୍ୟ ସଂଗ୍ରହ କରିବେ।
ସୂଚନାଯୋଗ୍ୟ, ଶେଷ ଜନଗଣନା ୨୦୧୧ରେ ଭାରତରେ କରାଯାଇଥିଲା। ଏହାପରେ ଜନଗଣନା ୨୦୨୧ରେ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ କୋଭିଡ କାରଣରୁ ଏହା ହୋଇପାରିଲା ନାହିଁ । କିନ୍ତୁ, ବର୍ତ୍ତମାନ ଡିଜିଟାଲ ଜନଗଣନା ଘୋଷଣା କରାଯାଇଛି ଏବଂ ଖୁବ ଶୀଘ୍ର ଦେଶର ଆନୁମାନିକ ୧୩୬ କୋଟି ଜନସଂଖ୍ୟାର ତଥ୍ୟ ସଂଗ୍ରହ କରାଯିବ। ଇଣ୍ଟରନେଟରେ ଉପଲବ୍ଧ ସୂଚନା ଅନୁଯାୟୀ, ସାମାଜିକ-ଅର୍ଥନୈତିକ ସ୍ଥିତିର ୩୫ ମାପ ପାରାମିଟର ଉପରେ ସରକାର ଏହି ତଥ୍ୟ ଯାଞ୍ଚ ଏବଂ ଅଡିଟ କରିବେ।
The post ଏଣିକି ଡିଜିଟାଲ ଜନଗଣନା! ମୋବାଇଲରେ ଏପରି ଦେବେ ତଥ୍ୟ appeared first on Dharitri Odia News.