ଏଣିକି ରିଭ୍ୟୁ ହେବ ନିର୍ଭୁଲ, ଆଇପିଏଲ୍‌ରେ ବ୍ୟବହୃତ ହେବ ନୂଆ ସ୍ମାର୍ଟ ରିପ୍ଲେ ସିଷ୍ଟମ

ମୁମ୍ବାଇ, ୧୯ା୩: ଯେକୌଣସି ମ୍ୟାଚ୍‌ ହେଉନା କାହିଁକି, ଗୋଟିଏ ଭୂଲ ନିଷ୍ପତ୍ତି ଫଳାଫଳକୁ ବଦଳାଇଦେଇଥାଏ। ଏହାକୁ ନେଇ ଆଇପିଏଲ୍‌ ୨୦୨୪ରେ ଏକ ସ୍ମାର୍ଟ ରିପ୍ଲେ ସିଷ୍ଟମର ବ୍ୟବହାର କରାଯିବ। ଶୀଘ୍ର ଓ ନିର୍ଭୁଲ ନିଷ୍ପତ୍ତି ପାଇଁ ଏହାର ବ୍ୟବହାର ହେବ। ତଦନୁଯାୟୀ ପଡ଼ିଆରେ ୮ ହାଇ-ସ୍ପିଡ୍‌ କ୍ୟାମେରା ଖଞ୍ଜା ଯିବ। ସମାନ ପ୍ରକୋଷ୍ଠରେ ବସି ରହିଥିବା ଟିଭି ଅମ୍ପାୟର ହକ୍‌-ଆଇ ସିଷ୍ଟମର ଦୁଇ ଅପରେଟରଙ୍କଠାରୁ ସିଧାସଳଖ ଇନ୍‌ପୁଟ ପାଇବେ। ନୂଆ ସିଷ୍ଟମରେ ଟିଭି ବ୍ରଡକାଷ୍ଟ ଡାଇରେକ୍ଟରଙ୍କ ଭୂମିକା […] The post ଏଣିକି ରିଭ୍ୟୁ ହେବ ନିର୍ଭୁଲ, ଆଇପିଏଲ୍‌ରେ ବ୍ୟବହୃତ ହେବ ନୂଆ ସ୍ମାର୍ଟ ରିପ୍ଲେ ସିଷ୍ଟମ appeared first on Dharitri Odia News.

ଏଣିକି ରିଭ୍ୟୁ ହେବ ନିର୍ଭୁଲ, ଆଇପିଏଲ୍‌ରେ ବ୍ୟବହୃତ ହେବ ନୂଆ ସ୍ମାର୍ଟ ରିପ୍ଲେ ସିଷ୍ଟମ

ମୁମ୍ବାଇ, ୧୯ା୩: ଯେକୌଣସି ମ୍ୟାଚ୍‌ ହେଉନା କାହିଁକି, ଗୋଟିଏ ଭୂଲ ନିଷ୍ପତ୍ତି ଫଳାଫଳକୁ ବଦଳାଇଦେଇଥାଏ। ଏହାକୁ ନେଇ ଆଇପିଏଲ୍‌ ୨୦୨୪ରେ ଏକ ସ୍ମାର୍ଟ ରିପ୍ଲେ ସିଷ୍ଟମର ବ୍ୟବହାର କରାଯିବ। ଶୀଘ୍ର ଓ ନିର୍ଭୁଲ ନିଷ୍ପତ୍ତି ପାଇଁ ଏହାର ବ୍ୟବହାର ହେବ। ତଦନୁଯାୟୀ ପଡ଼ିଆରେ ୮ ହାଇ-ସ୍ପିଡ୍‌ କ୍ୟାମେରା ଖଞ୍ଜା ଯିବ। ସମାନ ପ୍ରକୋଷ୍ଠରେ ବସି ରହିଥିବା ଟିଭି ଅମ୍ପାୟର ହକ୍‌-ଆଇ ସିଷ୍ଟମର ଦୁଇ ଅପରେଟରଙ୍କଠାରୁ ସିଧାସଳଖ ଇନ୍‌ପୁଟ ପାଇବେ। ନୂଆ ସିଷ୍ଟମରେ ଟିଭି ବ୍ରଡକାଷ୍ଟ ଡାଇରେକ୍ଟରଙ୍କ ଭୂମିକା ସମାପ୍ତ ହୋଇଯିବ।

ନୂଆ ସିଷ୍ଟମ ଦ୍ୱାରା ପୂର୍ବ ତୁଳନାରେ ବିଭିନ୍ନ କୋଣରୁ ଅଧିକ ସ୍ପଷ୍ଟ ଭିଜୁଆଲ ସଂଗୃହୀତ ହୋଇପାରିବ। ଏହା ଟିଭି ଅମ୍ପାୟରଙ୍କ ପାଇଁ ବିଶେଷ ସହାୟକ ହେବ। ଏହାଦ୍ୱାରା ବାଉଣ୍ଡାରୀ ଦଉଡ଼ି ନିକଟରେ କ୍ୟାଚ୍‌, କଟ୍‌ ବିହାଇଣ୍ଡ, ଲେଗ୍‌ ବିଫୋର, ଷ୍ଟମ୍ପିଂ ଏପରି ନିଚା କ୍ୟାଚଗୁଡ଼ିକ ସମ୍ପର୍କରେ ନିର୍ଭୁଲ ନିଷ୍ପତ୍ତି ନେଇ ହେବ ବୋଲି ଜଣାପଡ଼ିଛି।

The post ଏଣିକି ରିଭ୍ୟୁ ହେବ ନିର୍ଭୁଲ, ଆଇପିଏଲ୍‌ରେ ବ୍ୟବହୃତ ହେବ ନୂଆ ସ୍ମାର୍ଟ ରିପ୍ଲେ ସିଷ୍ଟମ appeared first on Dharitri Odia News.