ଭୋଟର ତାଲିକାରୁ ନାଁ କଟାଯିବାର ପ୍ରମାଣ ଦେଲା ଆପ୍‌

ନୂଆଦିଲ୍ଲୀ,୧୧ା୧୨: ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଭାଜପା ଭୋଟର ତାଲିକାରେ ଜାଲିଆତି ଉଦ୍ୟମ କରୁଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଅଭିଯୋଗ କରିଛି। କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବା ଆପ୍‌ର ନେତାମାନେ ବୁଧବାର ନିର୍ବାଚନ କମିଶନଙ୍କୁ ଭେଟି ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ନାଁ କଟାଯାଉଥିତ୍ବା ଅଭିଯୋଗର ପ୍ରମାଣ ଦେଇଛନ୍ତି। ଦିଲ୍ଲୀର ଗରିବ, ଅନୁସୂଚିତ ଜାତି ଏବଂ ଦଳିତମାନଙ୍କ ନାଁକୁ ଭୋଟର ତାଲିକାରୁ କାଟିବା ପାଇଁ ଭାଜପା ଚଳାଇଥିବା […] The post ଭୋଟର ତାଲିକାରୁ ନାଁ କଟାଯିବାର ପ୍ରମାଣ ଦେଲା ଆପ୍‌ appeared first on Dharitri Odia News.

ଭୋଟର ତାଲିକାରୁ ନାଁ କଟାଯିବାର ପ୍ରମାଣ ଦେଲା ଆପ୍‌

ନୂଆଦିଲ୍ଲୀ,୧୧ା୧୨: ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଭାଜପା ଭୋଟର ତାଲିକାରେ ଜାଲିଆତି ଉଦ୍ୟମ କରୁଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଅଭିଯୋଗ କରିଛି। କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବା ଆପ୍‌ର ନେତାମାନେ ବୁଧବାର ନିର୍ବାଚନ କମିଶନଙ୍କୁ ଭେଟି ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ନାଁ କଟାଯାଉଥିତ୍ବା ଅଭିଯୋଗର ପ୍ରମାଣ ଦେଇଛନ୍ତି। ଦିଲ୍ଲୀର ଗରିବ, ଅନୁସୂଚିତ ଜାତି ଏବଂ ଦଳିତମାନଙ୍କ ନାଁକୁ ଭୋଟର ତାଲିକାରୁ କାଟିବା ପାଇଁ ଭାଜପା ଚଳାଇଥିବା ଷଡ଼ଯନ୍ତ୍ରର ୩,୦୦୦ ପୃଷ୍ଠା ସମ୍ବଳିତ ପ୍ରମାଣ ନିର୍ବାଚନ କମିଶନଙ୍କୁ ହନ୍ତାନ୍ତର କରିଛୁ ବୋଲି ଆପ୍‌ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। ଭାଜପା ସଦସ୍ୟମାନେ ଶହଦରା ଅଞ୍ଚଳରେ ୧୧,୦୦୦ ଭୋଟରଙ୍କ ନାଁ କାଟିବା ଦିଗରେ କିପରି କାର୍ଯ୍ୟ କରିଥିଲେ, ତାହା ଆବେ ଇସିଙ୍କୁ ଜଣାଇଛୁ। ନିର୍ବାଚନ ପୂର୍ବରୁ ଏଭଳି କାର୍ଯ୍ୟ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିବେଦନ କରାଯାଇଛି। ନାଁ କାଟିବାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଏତଲା ଦାଏର ହୋଇଛି। ବୁଥ୍‌ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଦ୍ୱାରା କ୍ଷେତ୍ର ଅନୁଧ୍ୟାନ କରାଯିବ। ନିର୍ବାଚନ ପୂର୍ବରୁ ଏଭଳି ନାଁ କଟାଯିବ ନାହିଁ ବୋଲି ଇସି ପ୍ରତିଶ୍ରୁତି ଦେଇଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି। ଦିଲ୍ଲୀରେ ଆପ୍‌କୁ ହରାଇବା ଏବଂ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ରୋକିବା ସମ୍ଭବ ନୁହେଁ ବୋଲି ଜାଣିବା ପରେ ଭାଜପା ଭୋଟର ତାଲିକାରୁ ନାଁ କାଟି ଜିତିବା ପାଇଁ ଉଦ୍ୟମ କରୁଥିବା ବରିଷ୍ଠ ଆପ୍‌ ନେତା ମନୀଷ ସିସୋଡିଆ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

The post ଭୋଟର ତାଲିକାରୁ ନାଁ କଟାଯିବାର ପ୍ରମାଣ ଦେଲା ଆପ୍‌ appeared first on Dharitri Odia News.