ଏଣ୍ଟିଗୁଆରେ ଟିମ୍ ଇଣ୍ଡିଆର କୀର୍ତ୍ତିମାନ,ବାଂଲାଦେଶ ବିପକ୍ଷରେ କଲା ରେକର୍ଡ
ନୂଆଦିଲ୍ଲୀ ୨୩।୦୬: ଟିମ୍ ଇଣ୍ଡିଆ । ବାଂଲାଦେଶ ବିପକ୍ଷ ପଡିଆକୁ ଓହ୍ଲାଇଥିଲା । ପୁରା ଟିମ୍ ଚମତ୍କାର ପ୍ରଦର୍ଶନ ସହ ହାତେଇଛି ମ୍ୟାଚ୍ । ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଟିମ୍ର ଅନେକ ପ୍ଲେୟର ଫେରିଛନ୍ତି ଫର୍ମକୁ । ଖାସ୍ କରି କୋହଲି ଫର୍ମକୁ ଫେରିବା ଟିମ୍ ଇଣ୍ଡିଆର ଚିନ୍ତା ଅଳ୍ପ କମିଛି । ତେବେ ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ରେ ଭାରତର ଏହା କ୍ରମାଗତ ଦ୍ୱିତୀୟ ବିଜୟ ।ଟିମ୍ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୁଲଦୀପ ଯାଦବ ଦମ୍ଦାର୍ ପ୍ରଦର୍ଶନ କରିଥିଲେ। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ନିଜ ନାଁରେ କରିଛି ଏକ ବଡ ରେକର୍ଡ । ଟି-୨୦ ବିଶ୍ୱକପ୍ରେ ବାଂଲାଦେଶକୁ ଅଧିକ ଥର ପରାସ୍ତ କରିବାରେ ଟିମ୍ ଇଣ୍ଡିଆ କରିଛି ଏହି ରେକର୍ଡ । ବାଂଲାଦେଶକୁ ହରାଇବାରେ ତୃତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ବାସ୍ତବରେ, ଟି-୨୦ ବିଶ୍ୱକପରେ କ୍ରମାଗତ ଭାବେ କୌଣସି ଦଳକୁ ପରାସ୍ତ କରିବାରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି । ଅଷ୍ଟ୍ରେଲିଆ ବାଂଲାଦେଶକୁ ୬ଥର ପରାସ୍ତ କରିଛି । ଏହାବ୍ୟତୀତ ବାଂଲାଦେଶକୁ ଅଧିକଥର ଯେଉଁଠାରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି । ପାକିସ୍ତାନ ମଧ୍ୟ ଲଗାତାର ୬ଥର ବାଂଲାଦେଶକୁ ପରାସ୍ତ କରିଛି । ଏହି ତାଲିକାରେ ବର୍ତ୍ତମାନ ଭାରତର ନାଁ ଯୋଡି ହୋଇଛି । ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଲଗାତାର ବାଂଲାଦେଶକୁ ୫ଥର ପରାସ୍ତ କରିଛି।ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୯୬ ରନ୍
ନୂଆଦିଲ୍ଲୀ ୨୩।୦୬: ଟିମ୍ ଇଣ୍ଡିଆ । ବାଂଲାଦେଶ ବିପକ୍ଷ ପଡିଆକୁ ଓହ୍ଲାଇଥିଲା । ପୁରା ଟିମ୍ ଚମତ୍କାର ପ୍ରଦର୍ଶନ ସହ ହାତେଇଛି ମ୍ୟାଚ୍ । ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଟିମ୍ର ଅନେକ ପ୍ଲେୟର ଫେରିଛନ୍ତି ଫର୍ମକୁ । ଖାସ୍ କରି କୋହଲି ଫର୍ମକୁ ଫେରିବା ଟିମ୍ ଇଣ୍ଡିଆର ଚିନ୍ତା ଅଳ୍ପ କମିଛି । ତେବେ ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ରେ ଭାରତର ଏହା କ୍ରମାଗତ ଦ୍ୱିତୀୟ ବିଜୟ ।
ଟିମ୍ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୁଲଦୀପ ଯାଦବ ଦମ୍ଦାର୍ ପ୍ରଦର୍ଶନ କରିଥିଲେ। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ନିଜ ନାଁରେ କରିଛି ଏକ ବଡ ରେକର୍ଡ । ଟି-୨୦ ବିଶ୍ୱକପ୍ରେ ବାଂଲାଦେଶକୁ ଅଧିକ ଥର ପରାସ୍ତ କରିବାରେ ଟିମ୍ ଇଣ୍ଡିଆ କରିଛି ଏହି ରେକର୍ଡ । ବାଂଲାଦେଶକୁ ହରାଇବାରେ ତୃତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ ।
ବାସ୍ତବରେ, ଟି-୨୦ ବିଶ୍ୱକପରେ କ୍ରମାଗତ ଭାବେ କୌଣସି ଦଳକୁ ପରାସ୍ତ କରିବାରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି । ଅଷ୍ଟ୍ରେଲିଆ ବାଂଲାଦେଶକୁ ୬ଥର ପରାସ୍ତ କରିଛି । ଏହାବ୍ୟତୀତ ବାଂଲାଦେଶକୁ ଅଧିକଥର ଯେଉଁଠାରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି । ପାକିସ୍ତାନ ମଧ୍ୟ ଲଗାତାର ୬ଥର ବାଂଲାଦେଶକୁ ପରାସ୍ତ କରିଛି । ଏହି ତାଲିକାରେ ବର୍ତ୍ତମାନ ଭାରତର ନାଁ ଯୋଡି ହୋଇଛି । ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଲଗାତାର ବାଂଲାଦେଶକୁ ୫ଥର ପରାସ୍ତ କରିଛି।
ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୯୬ ରନ୍ ସଂଗ୍ରହ କରିଥିଲା। ଏହି ସମୟ ମଧ୍ୟରେ ରୋହିତ ଶର୍ମା ୧୧ ବଲରେ ୨୩ ରନ କରିଥିଲେ । ସେହିପରି ବିରାଟଙ୍କ ବ୍ୟାଟ୍ ମଧ୍ୟ ଚାଲିଥିଲା । ସେ ଏହି ମ୍ୟାଚ୍ରେ କୋହଲି ୩୭ ରନ୍ କରିଥିଲେ । କୋହଲିଙ୍କ ସହିତ ଋଷଭ ପନ୍ତ ଭଲ ପାଳି ସମ୍ଭାଳିଥିଲେ । ପନ୍ତ ୩୬ ରନ ସ୍କୋର କରି ପାଭିଲିୟନ ଫେରିଥିଲେ । ଏମାନଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୦ ରନ୍ ସଂଗ୍ରହ କରିଥିଲେ । ତେବେ ବାଂଲାଦେଶ ଭାରତ ଦେଇଥିବା ଟାର୍ଗେଟକୁ ପିଛା କରି କରିଥିଲା ମାତ୍ର ୧୪୬ରନ୍ । ଏହି ସମୟରେ କୁଲଦୀପ ଯାଦବ ଭାରତ ପାଇଁ ନେଇଥିଲେ ୩ ୱିକେଟ୍ । ତାଙ୍କ ବ୍ୟତୀତ ଅର୍ଶଦୀପ ସିଂ ଏବଂ ଜସପ୍ରୀତ ବୁମରା ଦୁଇଟି ଲେଖାଏଁ ନେଇଥିଲେ ୱିକେଟ୍ ।
ଏହି ବିଜୟ ସହିତ ଟିମ୍ ଇଣ୍ଡିଆର ସେମିଫାଇନାଲ ଏଣ୍ଟ୍ରିକୁ ସହଜ କରିଛି । ଭାରତ ଏପର୍ଯ୍ୟନ୍ତ ସୁପର-୮ରେ ଦୁଇଟି ମ୍ୟାଚ୍ ଖେଳି ଉଭୟ ଜିତିଛି । ଗତ ମ୍ୟାଚରେ ଏହା ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା । ବର୍ତ୍ତମାନ ବାଂଲାଦେଶ ବିପକ୍ଷରେ ଜିତିଛି ମ୍ୟାଚ୍ । ତେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି । ଏହି ମ୍ୟାଚ୍ ୨୪ ଜୁନରେ ସେଣ୍ଟ ଲୁସିଆରେ ଖେଳାଯିବ ।