ଏଥିପାଇଁ ବିଜେଡି ହାରିଛି: ବଡ଼ କାରଣ ଖୋଲି କହିଦେଲେ ପୂର୍ବତନ ବିଧାୟକ
ଭୁବନେଶ୍ୱର,୩।୭: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମୁହଁ ଖୋଲିଛନ୍ତି। ପ୍ରଭାତ ବିଶ୍ୱାଳ କହିଛନ୍ତି, ଭୁଲ୍ ବୁଝାମଣା ଯୋଗୁ ନିର୍ବାଚନରେ ବିଜେଡି ହାରିଛି। ଚୌଦ୍ୱାରରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଭାତ ବିଶ୍ୱାଳ ଏହି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେ ଆହୁରି କହିଛନ୍ତି, କେଉଁଠି ନା କେଉଁଠି ଆଣ୍ଟି ଇନ୍କମ୍ବାନ୍ସୀ ଏକ ବଡ଼ ଫ୍ୟାକ୍ଟର ଭାବେ କାମ କରିଛି। ନବୀନ ପଟ୍ଟନାୟକ ନିର୍ମଳ ଭାବମୂର୍ତ୍ତି ପାଇଁ ଦୀର୍ଘଦିନ […] The post ଏଥିପାଇଁ ବିଜେଡି ହାରିଛି: ବଡ଼ କାରଣ ଖୋଲି କହିଦେଲେ ପୂର୍ବତନ ବିଧାୟକ appeared first on Dharitri Odia News.
ଭୁବନେଶ୍ୱର,୩।୭: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମୁହଁ ଖୋଲିଛନ୍ତି। ପ୍ରଭାତ ବିଶ୍ୱାଳ କହିଛନ୍ତି, ଭୁଲ୍ ବୁଝାମଣା ଯୋଗୁ ନିର୍ବାଚନରେ ବିଜେଡି ହାରିଛି। ଚୌଦ୍ୱାରରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଭାତ ବିଶ୍ୱାଳ ଏହି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସେ ଆହୁରି କହିଛନ୍ତି, କେଉଁଠି ନା କେଉଁଠି ଆଣ୍ଟି ଇନ୍କମ୍ବାନ୍ସୀ ଏକ ବଡ଼ ଫ୍ୟାକ୍ଟର ଭାବେ କାମ କରିଛି। ନବୀନ ପଟ୍ଟନାୟକ ନିର୍ମଳ ଭାବମୂର୍ତ୍ତି ପାଇଁ ଦୀର୍ଘଦିନ କାମ କଲେ। କିନ୍ତୁ ଦଳ ଭିତରେ କିଛି ଭୁଲ୍ ବୁଝାମଣା ପାଇଁ ଦଳର ଆଜି ଏହି ଅବସ୍ଥା ହୋଇଛି। ଆମେ ଦଳ ପାଇଁ ଦିନ ରାତି ବହୁ ପରିଶ୍ରମ କରିଛୁ। ତେବେ ପ୍ରଭାତଙ୍କ ଏଭଳି ମନ୍ତବ୍ୟ ଉପରେ ବିଜେଡ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
The post ଏଥିପାଇଁ ବିଜେଡି ହାରିଛି: ବଡ଼ କାରଣ ଖୋଲି କହିଦେଲେ ପୂର୍ବତନ ବିଧାୟକ appeared first on Dharitri Odia News.