ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଆଜୀବନ ଜେଲ୍, ଫେକ୍ ଏନକାଉଣ୍ଟର ମାମଲାରେ ୧୪ ଜଣଙ୍କୁ ଜେଲ ଦଣ୍ଡ
ନୂଆଦିଲ୍ଲୀ: ଦେଶର ଖ୍ୟାତନାମା ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ବମ୍ୱେ ହାଇକୋର୍ଟ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି । ପ୍ରଦୀପଙ୍କୁ ରାମନାରାୟଣ ଗୁପ୍ତା ଓରଫ ଲଖନ ଭୈୟକୁ ଫେକ୍ ଏନକାଉଣ୍ଟର କରିବା ମାମଲାରେ ଏହି ଦଣ୍ଡ ଶୁଣାଯାଇଛି । ଲଖନ ଭୈୟା ଛୋଟା ରାଜନ ଗ୍ୟାଙ୍ଗର ସଦସ୍ୟ ଥିଲା । ଏହାର ଏନକାଉଣ୍ଟର ମୁମ୍ୱାଇର ବର୍ସୋଭାରେ ୨୦୦୬ ନଭେମ୍ୱରରେ ହୋଇଥିଲା । ତଦନ୍ତରେ ଏହି ଏନକାଉଣ୍ଟର ଫେକ୍ ଥିବା ଜଣାପଡ଼ିଥିଲା । ଜଷ୍ଟିସ୍ ରେୱତି ମୋହିତେ ଏବଂ ଜୋଷ୍ଟିସ ଗୋରିଙ୍କ ଡିଭିଜନ ବେଞ୍ଚ ଅନ୍ୟ ୧୩ ଜଣଙ୍କ ଆଜୀବନ ଜେଲ ଦଣ୍ଡକୁ ବଜାୟ ରଖିଛନ୍ତି । ନିମ୍ନ ଅଦାଲତ ସମସ୍ତଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ । ଏଥରେ ପ୍ରଦୀପ ସୂର୍ଯ୍ୟବଂଶୀ ନାଁରେ ମଧ୍ୟ ରହିଛି । ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ତାଙ୍କର ବି ଖ୍ୟାତି ରହିଛି ।ଅଭିଯୋଗ ଥିଲା ଯେ ଏମାନେ ଲଖନ ଭୈୟାକୁ ନଭି ମୁମ୍ୱାଇର ୱାଶି ଅଞ୍ଚଳରୁ ଅପହରଣ କରି ନେଇଥିଲେ । ଲଖନର ଜଣେ ସହୋଯୋଗୀ ଅନିଲ ଭେଡାକୁ ମଧ୍ୟ ଧରିଥିଲେ । ଏହି ମାମଲାରେ କୋର୍ଟ ୬ ଅଭିଯୁକ୍ତଙ୍କୁ ମୁକ୍ତ କରିଥିଲେ, ଅନ୍ୟପଟେ ଦୁଇ ଜଣଙ୍କ ବିରୋଧରେ କେସ୍ ବନ୍ଦ ହୋଇ ସାରିଛି । ହାଇକୋର୍ଟରେ ଆବେଦନ ଦାଖଲ ହେବା ମଧ୍ୟରେ ଏମାନଙ୍କର ମୃତ୍ୟୁ ହୋଇଥିଲା । ୨୦୧୩ ଜୁଲାଇ ୧୨ରେ ମୁମ୍ୱାଇ ସେସନ କୋର୍ଟ ପ୍ରଦୀପ ଶର୍ମାଙ୍କୁ ଏହି ମାମଲାରେ ମୁକ୍ତ କରିଥିଲେ । କିନ୍ତୁ ପ୍ରଦୀପ ସୂର୍ଯ୍ୟବଂଶୀଙ୍କ ସମେତ ଅନ୍ୟଙ୍କୁ ଆଜୀବନ ଜେ
ନୂଆଦିଲ୍ଲୀ: ଦେଶର ଖ୍ୟାତନାମା ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ବମ୍ୱେ ହାଇକୋର୍ଟ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି । ପ୍ରଦୀପଙ୍କୁ ରାମନାରାୟଣ ଗୁପ୍ତା ଓରଫ ଲଖନ ଭୈୟକୁ ଫେକ୍ ଏନକାଉଣ୍ଟର କରିବା ମାମଲାରେ ଏହି ଦଣ୍ଡ ଶୁଣାଯାଇଛି । ଲଖନ ଭୈୟା ଛୋଟା ରାଜନ ଗ୍ୟାଙ୍ଗର ସଦସ୍ୟ ଥିଲା । ଏହାର ଏନକାଉଣ୍ଟର ମୁମ୍ୱାଇର ବର୍ସୋଭାରେ ୨୦୦୬ ନଭେମ୍ୱରରେ ହୋଇଥିଲା । ତଦନ୍ତରେ ଏହି ଏନକାଉଣ୍ଟର ଫେକ୍ ଥିବା ଜଣାପଡ଼ିଥିଲା । ଜଷ୍ଟିସ୍ ରେୱତି ମୋହିତେ ଏବଂ ଜୋଷ୍ଟିସ ଗୋରିଙ୍କ ଡିଭିଜନ ବେଞ୍ଚ ଅନ୍ୟ ୧୩ ଜଣଙ୍କ ଆଜୀବନ ଜେଲ ଦଣ୍ଡକୁ ବଜାୟ ରଖିଛନ୍ତି । ନିମ୍ନ ଅଦାଲତ ସମସ୍ତଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ । ଏଥରେ ପ୍ରଦୀପ ସୂର୍ଯ୍ୟବଂଶୀ ନାଁରେ ମଧ୍ୟ ରହିଛି । ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ତାଙ୍କର ବି ଖ୍ୟାତି ରହିଛି ।
ଅଭିଯୋଗ ଥିଲା ଯେ ଏମାନେ ଲଖନ ଭୈୟାକୁ ନଭି ମୁମ୍ୱାଇର ୱାଶି ଅଞ୍ଚଳରୁ ଅପହରଣ କରି ନେଇଥିଲେ । ଲଖନର ଜଣେ ସହୋଯୋଗୀ ଅନିଲ ଭେଡାକୁ ମଧ୍ୟ ଧରିଥିଲେ । ଏହି ମାମଲାରେ କୋର୍ଟ ୬ ଅଭିଯୁକ୍ତଙ୍କୁ ମୁକ୍ତ କରିଥିଲେ, ଅନ୍ୟପଟେ ଦୁଇ ଜଣଙ୍କ ବିରୋଧରେ କେସ୍ ବନ୍ଦ ହୋଇ ସାରିଛି । ହାଇକୋର୍ଟରେ ଆବେଦନ ଦାଖଲ ହେବା ମଧ୍ୟରେ ଏମାନଙ୍କର ମୃତ୍ୟୁ ହୋଇଥିଲା । ୨୦୧୩ ଜୁଲାଇ ୧୨ରେ ମୁମ୍ୱାଇ ସେସନ କୋର୍ଟ ପ୍ରଦୀପ ଶର୍ମାଙ୍କୁ ଏହି ମାମଲାରେ ମୁକ୍ତ କରିଥିଲେ । କିନ୍ତୁ ପ୍ରଦୀପ ସୂର୍ଯ୍ୟବଂଶୀଙ୍କ ସମେତ ଅନ୍ୟଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଯାଇଥିଲା ।
ପଢନ୍ତୁ: NIAର ବଡ଼ ସଫଳତା ! RSS ନେତାଙ୍କ ହତ୍ୟା ମାମଲାରେ PFI ସଦସ୍ୟ ଗିରଫ
ଓକିଲ ରାଜୀବ ଚୌହାନଙ୍କ କହିବା ଅନୁସାରେ ଲଖନ ଭୈୟା ଏବଂ ତାର ସହଯୋଗୀ ଅନିଲ ଭେଡାକୁ ପୋଲିସ ୱାଶି ସ୍ଥିତ ଘରୁ ଉଠାଇ ଆଣିଥିଲା । ଏହାପରେ ୨୦୦୬ ନଭେମ୍ୱର ୧୧ରେ ଏକ ଫେକ୍ ଏନକାଉଣ୍ଟରରେ ମାରି ଦେଇଥିଲା । ଏହା ବ୍ୟତୀତ ପୋଲିସ ଦାବି କରିଥିଲା ଯେ ଲଖନ ଛୋଟା ରାଜନ ଗ୍ୟାଙ୍ଗର ସଦସ୍ୟ ଥିଲା । ପୋଲିସ ଦାବି କରିଥିଲା ଯେ ଲଖନ ଭୈୟା ବିରୋଧରେ ସେହି ସମୟରେ ହତ୍ୟା, ଦାଦା ବଟି ଏବଂ ହତ୍ୟା ଉଦ୍ୟମ ପରି ଅନେକ ମକୋଦ୍ଦମା ଥିଲା । ଏହି ମାମଲାରେ ଲଖନଙ୍କ ଭାଇ ରାମପ୍ରସାଦ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ କୋର୍ଟ ଫେକ୍ ଏନକାଉଣ୍ଟର ଅଭିଯୋଗର ମାଜିଷ୍ଟ୍ରେଟ୍ ତଦନ୍ତ ଦେଇଥିଲେ ।
ମାମଲାର ତଦନ୍ତ ପରେ ୨୦୦୮ ଅଗଷ୍ଟ ୧୧ରେ ମାଜିଷ୍ଟ୍ରେଟ୍ ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟରେ ଜଣାପଡ଼ିଥିଲା ଯେ ଲଖନ ଭୈୟାର ହତ୍ୟା ଯୋଜନାବଦ୍ଧ ଥିଲା । ଏହା ଏନକାଉଣ୍ଟର ନଥିଲା । ଏହାପରେ ହାଇକୋର୍ଟ ଏସଆଇଟି ଗଠନ କରି ଫେକ୍ ଏନକାଉଣ୍ଟରର ତଦନ୍ତ କରିଥିଲେ । ଏହି ବସ୍ତୃତ ତଦନ୍ତରେ ଏସଆଇଟି ଯେଉଁ ଚାର୍ଜସିଟ୍ ଦେଇଥିଲା, ସେଥିରେ ୨୨ ଜଣ ଦୋଷୀ ଥିବା କୁହାଯାଉଥିଲା । ଏମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଜନାର୍ଦ୍ଦନ ଭଙ୍ଗି ସାମିଲ ଥିଲା । କୁହାଯାଇଥିଲା ଯେ ଲଖନ ସହ ତାର କିଛି ଜମିକୁ ନେଇ ବିବାଦ ଥିଲା । ଏହି କାରଣରୁ ପ୍ରଦୀପ ଶର୍ମା ଏବଂ ପ୍ରଦୀପ ସୂର୍ଯ୍ୟବଂଶୀକୁ ତାର ହତ୍ୟା ପାଇଁ କନଟ୍ରାକ୍ଟ ଦିଆଯାଇଥିଲା ।