ବିଜେଡିରେ ମିଶିଲେ ମନ୍ମଥ, ପୁଅକୁ ଜିତାଇବା ପାଇଁ ସଂକଳ୍ପ କଲେ ସୁର
ମନ୍ମଥ ରାଉତରାୟ ଯଦି କଂଗ୍ରେସ ଛଡ଼ା ଅନ୍ୟ କୌଣସି ଦଳରୁ ପ୍ରାର୍ଥୀ ହେବେ ତାଙ୍କ ପାଇଁ ପ୍ରଚାର ତ ଦୂରର କଥା ଭୋଟ୍ ଖଣ୍ଡେ ମଧ୍ୟ ଦେବିନି ବୋଲି ସୁର ରାଉତରାୟ ପୂର୍ବରୁ କହିଥିଲେ।
ବିଜେଡିରେ ମିଶିଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ। ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି। ଶୁଣନ୍ତୁ ପୁଅ ବିଜେଡିରେ ଯୋଗଦେବା ପୂର୍ବରୁ କ’ଣ କହୁଥିଲେ ବାପା ସୁର ରାଉତରାୟ। ତେବେ ମନ୍ମଥ ରାଉତରାୟ ଯଦି କଂଗ୍ରେସ ଛଡ଼ା ଅନ୍ୟ କୌଣସି ଦଳରୁ ପ୍ରାର୍ଥୀ ହେବେ ତାଙ୍କ ପାଇଁ ପ୍ରଚାର ତ ଦୂରର କଥା ଭୋଟ୍ ଖଣ୍ଡେ ମଧ୍ୟ ଦେବିନି ବୋଲି ସୁର ରାଉତରାୟ ପୂର୍ବରୁ କହିଥିଲେ। ଏବେ କିନ୍ତୁ ସ୍ୱର ବଦଳାଇଇଛନ୍ତି ସୁର ।