ଏନକାଉଣ୍ଟରରେ ଜଣେ ମାଓବାଦୀ ନିପାତ, ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦକ୍ଷିଣ ବସ୍ତରରେ ଯବାନଙ୍କ ତଲାସୀ ଅଭିଯାନ ବେଳେ ମିଳିଛି ଏକ ବଡ଼ ସଫଳତା। ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ଯବାନ ମାନେ। ସୂଚନା ଅନୁଯାୟୀ ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳରେ ଥିବା ଇନ୍ଦ୍ରାବତୀ ନଦୀ ପାର କରି ଯବାନ ମାନେ ନେଲଗୋଡା ତୁମନାର, ଇକେଲି ନିକଟସ୍ଥ ଜଙ୍ଗଲ ପାହାଡରେ ତଲାସୀ ଅଭିଯାନ କରୁଥିଲେ। […]

ଏନକାଉଣ୍ଟରରେ ଜଣେ ମାଓବାଦୀ ନିପାତ, ଅସ୍ତ୍ରଶସ୍ତ୍ର ଜବତ
firing-between-jawan-and-maoist

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦକ୍ଷିଣ ବସ୍ତରରେ ଯବାନଙ୍କ ତଲାସୀ ଅଭିଯାନ ବେଳେ ମିଳିଛି ଏକ ବଡ଼ ସଫଳତା। ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ଯବାନ ମାନେ। ସୂଚନା ଅନୁଯାୟୀ ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳରେ ଥିବା ଇନ୍ଦ୍ରାବତୀ ନଦୀ ପାର କରି ଯବାନ ମାନେ ନେଲଗୋଡା ତୁମନାର, ଇକେଲି ନିକଟସ୍ଥ ଜଙ୍ଗଲ ପାହାଡରେ ତଲାସୀ ଅଭିଯାନ କରୁଥିଲେ। ଏହି ସମୟରେ ଜଙ୍ଗଲରେ କିଛି ସଶସ୍ତ୍ର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଥିଲେ। ଡିଆରଜି, ବସ୍ତର ଫାଇଟର୍ସର ଯବାନ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କୁ ତଲାସ କରିବା ବେଳେ ହଟାତ ଯବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିଥିବା ବେଳେ ଆତ୍ମରକ୍ଷା ପାଇଁ ଯବାନ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଗୁଳି ବିନିମୟ ପରେ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ନକ୍ସଲ ସାମଗ୍ରୀ ସହିତ ଜଣେ ମୃତ ନକ୍ସଲ ଶବ ଜବତ କରିଛନ୍ତି ଯବାନ। ମୃତ ନକ୍ସଲଙ୍କ ପରିଚୟ ମିଳି ପାରିନାହିଁ।