ଏନ୍ଏସି ମାନ୍ୟତା ଦାବିରେ ତିହିଡି ବନ୍ଦ
ତିହିଡି,୧୬।୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡିକୁ ଏନ୍ଏସି ମାନ୍ୟତା ମିଳି ପାରିନାହିଁ। ଏହାର ପ୍ରତିବାଦରେ ଶନିବାର ତିହିଡି ବନ୍ଦ ପାଳନ କରାଯାଇଛି। ତିହିଡି ବ୍ଲକ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାଠାରୁ ଦୋକାନ, ବଜାର ବନ୍ଦ କରାଯାଇଥିବା ବେଳେ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରାଯିବ ବୋଲି ସୂଚନା ମିଳିଛି। ସୂଚନା ଯୋଗ୍ୟ, ଜନସଂଖ୍ୟା, ଗମନାମନ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ୱିକ ସୁବିଧା ଦୃଷ୍ଟିରୁ ଏନ୍ଏସି ପାଇଁ ତିହିଡିର ଯୋଗ୍ୟତା ଥିଲେ ମଧ୍ୟ ତିହିଡିକୁ […] The post ଏନ୍ଏସି ମାନ୍ୟତା ଦାବିରେ ତିହିଡି ବନ୍ଦ appeared first on Dharitri Odia News.
ତିହିଡି,୧୬।୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡିକୁ ଏନ୍ଏସି ମାନ୍ୟତା ମିଳି ପାରିନାହିଁ। ଏହାର ପ୍ରତିବାଦରେ ଶନିବାର ତିହିଡି ବନ୍ଦ ପାଳନ କରାଯାଇଛି। ତିହିଡି ବ୍ଲକ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାଠାରୁ ଦୋକାନ, ବଜାର ବନ୍ଦ କରାଯାଇଥିବା ବେଳେ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରାଯିବ ବୋଲି ସୂଚନା ମିଳିଛି।
ସୂଚନା ଯୋଗ୍ୟ, ଜନସଂଖ୍ୟା, ଗମନାମନ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ୱିକ ସୁବିଧା ଦୃଷ୍ଟିରୁ ଏନ୍ଏସି ପାଇଁ ତିହିଡିର ଯୋଗ୍ୟତା ଥିଲେ ମଧ୍ୟ ତିହିଡିକୁ ଏନ୍ଏସି ଘୋଷଣା କରାଯାଇ ନ ଥିବାରୁ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି।
ତିହିଡି ପ୍ରତି କ୍ରମାଗତ ଅବିଚାରର ପ୍ରତିବାଦ ସ୍ବରୂପ ୮ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବିଭିନ୍ନ ସାମାଜିକ ସଂଗଠନ, ସାହିତ୍ୟ ସଂଗଠନ, ବରିଷ୍ଠ ନାଗରିକ ସଂଘ, ନବନିର୍ମାଣ କୃଷକ ସଂଗଠନ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
କମିଟିର ସଭାପତି ଶିକ୍ଷାବିତ ସୋମନାଥ ପାଢୀ, ଆବାହକ ଧୀରେନ୍ଦ୍ର ସାହୁ, ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ବିପିନ ବିହାରୀ ପତି, ରଘୁନାଥ ପାତ୍ର, ସୀତାକାନ୍ତ ନାୟଜ, ରଘୁନାଥ ଜେନା, ଅମୂଲ୍ୟ ସେନାପତି, ରାଜକିଶୋର ନାୟକ, କୈଳାସ ବେହେରା, ନିରଞ୍ଜନ ବାରିକ, ବସନ୍ତ ମହାପାତ୍ର ପ୍ରମୁଖ ବନ୍ଦର ନେତୃତ୍ୱ ନେଇଛନ୍ତି।
The post ଏନ୍ଏସି ମାନ୍ୟତା ଦାବିରେ ତିହିଡି ବନ୍ଦ appeared first on Dharitri Odia News.