ଏନ୍‌ଏସି ରାଜନୀତିରେ ନୂଆମୋଡ଼: ନୀଳଗିରି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ

ନୀଳଗିରି, ୬।୮(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିରେ ରାଜନୀତି ନୂଆ ମୋଡ଼ ନେଇଛି। ନୀଳଗିରିର ବିଧାୟକ ସନ୍ତୋଷ ଖଟୁଆ, ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ଏମ୍‌ପିଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଏବଂ ନୀଳଗିରି ଏନ୍‌ଏସିର ୯ଜଣ କାଉନସିଲର ବାଲେଶ୍ୱର ଜିଲାପାଳ ଆଶିଷ ଠାକରେଙ୍କୁ ସୋମବାର ଭେଟି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଅଧ୍ୟକ୍ଷା ଦାସ ପଦବୀ ଗ୍ରହଣ କରିବାର ୨ ବର୍ଷରୁ ଅଧିକ ସମୟ ହୋଇଥିଲେ ହେଁ ସେ ନିଜ […] The post ଏନ୍‌ଏସି ରାଜନୀତିରେ ନୂଆମୋଡ଼: ନୀଳଗିରି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ appeared first on Dharitri Odia News.

ଏନ୍‌ଏସି ରାଜନୀତିରେ ନୂଆମୋଡ଼: ନୀଳଗିରି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ

ନୀଳଗିରି, ୬।୮(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିରେ ରାଜନୀତି ନୂଆ ମୋଡ଼ ନେଇଛି। ନୀଳଗିରିର ବିଧାୟକ ସନ୍ତୋଷ ଖଟୁଆ, ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ଏମ୍‌ପିଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଏବଂ ନୀଳଗିରି ଏନ୍‌ଏସିର ୯ଜଣ କାଉନସିଲର ବାଲେଶ୍ୱର ଜିଲାପାଳ ଆଶିଷ ଠାକରେଙ୍କୁ ସୋମବାର ଭେଟି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଅଧ୍ୟକ୍ଷା ଦାସ ପଦବୀ ଗ୍ରହଣ କରିବାର ୨ ବର୍ଷରୁ ଅଧିକ ସମୟ ହୋଇଥିଲେ ହେଁ ସେ ନିଜ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିବା ସହ ବିଭିନ୍ନ ୱାର୍ଡ ପ୍ରତି ପକ୍ଷପାତିତା ମନୋଭାବ ପୋଷଣ କରିଥିବା ଉକ୍ତ ଅନାସ୍ଥା ପ୍ରସ୍ତାବରେ ଦର୍ଶାଯାଇଛି। ଏହି ଅନାସ୍ଥା ପ୍ରସ୍ତାବରେ ୧୧ଜଣ କାଉନସିଲରଙ୍କ ଦସ୍ତଖତ ରହିଛି। ଏହାକୁ ନେଇ ଭାଜପା ଶିବିରରେ ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି।
ଏନଏସିର ୧୩ଟି କାଉନସିଲର ପଦବୀ ମଧ୍ୟରୁ ବିଜେଡି ୮ଟି ହାତେଇ ଏକାକୀ ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ବେଳେ ବିଜେଡିର ଅମ୍ବିକା ଦାସ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ମାତ୍ର ୨୦୨୪ ନିର୍ବାଚନରେ ଦଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। କିଛି ଦିନ ପୂର୍ବରୁ ଏନ୍‌ଏସିର ୬ଜଣ ବିଜେଡି କାଉନସିଲର ଏବଂ ଜଣେ ସ୍ବାଧୀନ କାଉନସିଲର ଭାଜପାରେ ସାମିଲ ହୋଇଥିଲେ। ରବିବାର ୧୦ନଂ. ୱାର୍ଡ଼ର କାଉନସିଲର ଗୌରାଙ୍ଗ ବିନ୍ଧାଣି ଭାଜପାରେ ସାମିଲ ହୋଇଥିଲେ।

The post ଏନ୍‌ଏସି ରାଜନୀତିରେ ନୂଆମୋଡ଼: ନୀଳଗିରି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ appeared first on Dharitri Odia News.