ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି, ୧୧।୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ଦକ୍ଷିଣ ବସ୍ତରରେ ଯବାନଙ୍କ ତଲାସୀ ବେଳେ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯବାନମାନେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ଦକ୍ଷିଣବସ୍ତର ଅଞ୍ଚଳ ଇନ୍ଦ୍ରାବତୀ ନଦୀପାର କରି ଯବାନମାନେ ନେଲଗୋଡା ତୁମନାର, ଇକେଲି ନିକଟ ଜଙ୍ଗଲ ପାହାଡରେ ତଲାସୀ କରୁଥିଲେ। ଏହି ସମୟରେ ଜଙ୍ଗଲରେ ସଶସ୍ତ୍ର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଥିଲେ। ଡିଆର୍‌ଜି, ବସ୍ତର ଫାଇଟର୍ସ […] The post ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ appeared first on Dharitri Odia News.

ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି, ୧୧।୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ଦକ୍ଷିଣ ବସ୍ତରରେ ଯବାନଙ୍କ ତଲାସୀ ବେଳେ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯବାନମାନେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ଦକ୍ଷିଣବସ୍ତର ଅଞ୍ଚଳ ଇନ୍ଦ୍ରାବତୀ ନଦୀପାର କରି ଯବାନମାନେ ନେଲଗୋଡା ତୁମନାର, ଇକେଲି ନିକଟ ଜଙ୍ଗଲ ପାହାଡରେ ତଲାସୀ କରୁଥିଲେ। ଏହି ସମୟରେ ଜଙ୍ଗଲରେ ସଶସ୍ତ୍ର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଥିଲେ। ଡିଆର୍‌ଜି, ବସ୍ତର ଫାଇଟର୍ସ ଯବାନ ଜଙ୍ଗଲ ମଧ୍ୟରେ ତଲାସ ବେଳେ ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ଯବାନ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଗୁଳି ବିନିମୟ ପରେ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ସାମଗ୍ରୀ ସହିତ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି ଯବାନ। ମୃତକଙ୍କ ପରିଚୟ ମିଳିପାରି ନାହିଁ।

The post ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ appeared first on Dharitri Odia News.