ଏନ୍‌ସିପିର ସବୁଠୁ ଖରାପ ପ୍ରଦର୍ଶନ

ମୁମ୍ବାଇ ,୨୩ା୧୧: ଭାରତୀୟ ରାଜନୀତିରେ ଅନ୍ୟତମ ଟାଣୁଆ ନେତା ଶରଦ ପାଓ୍ବାରଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାକୁ ଯାଉଥିବା ବେଳେ ସେ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ଥିବା ନିକଟରେ ସୂଚନା ଦେଇଥିଲେ। ତେବେ ଲୋକ ସଭା ନିର୍ବାଚନର ୬ ମାସ ପରେ ତାଙ୍କ ଅଙ୍କ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି। ତାଙ୍କ ନେତୃତ୍ୱାଧୀନ ଏନ୍‌ସିପିକୁ ସବୁଠୁ ବଡ଼ ଝଟ୍‌କା ମିଳିଛି। ୮୭ ଆସନରେ ଏନ୍‌ସିପି (ଏସ୍‌ପି) ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୧୩ଟିରେ ଆଗୁଆ […] The post ଏନ୍‌ସିପିର ସବୁଠୁ ଖରାପ ପ୍ରଦର୍ଶନ appeared first on Dharitri Odia News.

ଏନ୍‌ସିପିର ସବୁଠୁ ଖରାପ ପ୍ରଦର୍ଶନ

ମୁମ୍ବାଇ ,୨୩ା୧୧: ଭାରତୀୟ ରାଜନୀତିରେ ଅନ୍ୟତମ ଟାଣୁଆ ନେତା ଶରଦ ପାଓ୍ବାରଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାକୁ ଯାଉଥିବା ବେଳେ ସେ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ଥିବା ନିକଟରେ ସୂଚନା ଦେଇଥିଲେ। ତେବେ ଲୋକ ସଭା ନିର୍ବାଚନର ୬ ମାସ ପରେ ତାଙ୍କ ଅଙ୍କ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି। ତାଙ୍କ ନେତୃତ୍ୱାଧୀନ ଏନ୍‌ସିପିକୁ ସବୁଠୁ ବଡ଼ ଝଟ୍‌କା ମିଳିଛି।

୮୭ ଆସନରେ ଏନ୍‌ସିପି (ଏସ୍‌ପି) ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୧୩ଟିରେ ଆଗୁଆ ରହିଥିବା ଜଣାପଡ଼ିଛି। ଅର୍ଥାତ୍‌ ତାଙ୍କ ଦଳର ଭୋଟ ହାର ୧୪.୯୪ ପ୍ରତିଶତ ରହିଛି, ଯାହା ବର୍ଷିୟାନ ନେତାଙ୍କ ଦଳର ସବୁଠୁ ଖରାପ ପ୍ରଦର୍ଶନ। ୬ ମାସ ପୂର୍ବରୁ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ପାଓ୍ବାରଙ୍କ ଦଳର ଭୋଟ ହାର ୮୦ ପ୍ରତିଶତ ରହିଥିଲା। ଏଥର ନିର୍ବାଚନରେ ତାଙ୍କ ଦଳ ଅଜିତ ପାଓ୍ବାରଙ୍କ ଗୋଷ୍ଠୀଠାରୁ ୨୬ ଆସନ ପଛରେ ରହିଛି। ଉଭୟ ଦଳ ମଧ୍ୟରେ ଅସ୍ତିତ୍ୱ ପାଇଁ ଲଢ଼େଇ ଚାଲିଥିଲା। ଏନ୍‌ସିପିରୁ ଅଜିତ ପାଓ୍ବାର ଅଲଗା ହୋଇଯିବା ପରେ ଏହା ଥିଲା ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ। ଲୋକ ସଭା ନିର୍ବାଚନରେ ଶରଦଙ୍କ ଦଳ ନିର୍ଣ୍ଣାୟକ ବିଜୟ ହାସଲ କରିଥିବାରୁ ତାଙ୍କ ଗୋଷ୍ଠୀ ନିଜକୁ ପ୍ରକୃତ ଏନ୍‌ସିପି ବୋଲି ଦାବି କରିଥିଲା।

The post ଏନ୍‌ସିପିର ସବୁଠୁ ଖରାପ ପ୍ରଦର୍ଶନ appeared first on Dharitri Odia News.