ଏପ୍ରିଲ ଆରମ୍ଭରୁ ଅସମ୍ଭାଳ ତାତି, ମଙ୍ଗଳବାର ୪ ସହରର ତାପମାତ୍ରା ଟପିଲା ୪୧ ଡିଗ୍ରୀ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହରେ ଛଟ ପଟ ଓଡ଼ିଶା। ଏପ୍ରିଲ ଆରମ୍ଭରୁ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା। ମଙ୍ଗଳବାର ରାଜ୍ୟର ୪ ସହରର ତାପମାତ୍ରା ୪୧ ଡିଗ୍ରୀ ଟପିଛି । ଏମାନଙ୍କ ମଧ୍ୟରେ ମାଲକାନଗିରିରେ ଦିନବେଳା ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହା ପରେ ଟିଟିଲାଗଡ଼ ୪୧.୫, ବୌଦ୍ଧ ୪୧.୪, ଭବାନୀପାଟଣା ୪୧.୨ ଡିଗ୍ରୀ ରେକର୍ଡ। ସେହିଭଳି ନୟାଗଡ଼, ବଲାଙ୍ଗିର ଓ ତାଳଚେରରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରହିଛି। ଅନୁଗୁଳ ୪୦.୭, ଝାରସୁଗୁଡ଼ା ୪୦.୩ ଡିଗ୍ରୀ ରେକର୍ଡ ହୋଇଛି। ସୂଚନାଥାଉକି, ରାଜ୍ୟରେ ଆସନ୍ତା ୪ରୁ ୬ ତାରିଖ ଯାଏ ଗ୍ରୀଷ୍ମଲହରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାବିଭାଗ ସତର୍କ କରାଇଛି । ଆସନ୍ତା ୪ରୁ ୫ ଦିନ ଯାଏ ଉଷ୍ମରାତି ଅନୁଭୂତ ହେବ । କିଛିକିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ  ୪.୫ ଡିଗ୍ରୀ ଡି ରୁ ୬.୫ ଡିଗ୍ରୀ ଅଧିକ ରହିବ । ସେହିଭଳି ଆର୍ଦ୍ରତା ଅଧିକ ଦିନଦିବେଳା ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ ।

ଏପ୍ରିଲ ଆରମ୍ଭରୁ ଅସମ୍ଭାଳ ତାତି, ମଙ୍ଗଳବାର ୪ ସହରର ତାପମାତ୍ରା ଟପିଲା ୪୧ ଡିଗ୍ରୀ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହରେ ଛଟ ପଟ ଓଡ଼ିଶା। ଏପ୍ରିଲ ଆରମ୍ଭରୁ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା। ମଙ୍ଗଳବାର ରାଜ୍ୟର ୪ ସହରର ତାପମାତ୍ରା ୪୧ ଡିଗ୍ରୀ ଟପିଛି । ଏମାନଙ୍କ ମଧ୍ୟରେ ମାଲକାନଗିରିରେ ଦିନବେଳା ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହା ପରେ ଟିଟିଲାଗଡ଼ ୪୧.୫, ବୌଦ୍ଧ ୪୧.୪, ଭବାନୀପାଟଣା ୪୧.୨ ଡିଗ୍ରୀ ରେକର୍ଡ। ସେହିଭଳି ନୟାଗଡ଼, ବଲାଙ୍ଗିର ଓ ତାଳଚେରରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରହିଛି। ଅନୁଗୁଳ ୪୦.୭, ଝାରସୁଗୁଡ଼ା ୪୦.୩ ଡିଗ୍ରୀ ରେକର୍ଡ ହୋଇଛି। 

ସୂଚନାଥାଉକି, ରାଜ୍ୟରେ ଆସନ୍ତା ୪ରୁ ୬ ତାରିଖ ଯାଏ ଗ୍ରୀଷ୍ମଲହରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାବିଭାଗ ସତର୍କ କରାଇଛି । ଆସନ୍ତା ୪ରୁ ୫ ଦିନ ଯାଏ ଉଷ୍ମରାତି ଅନୁଭୂତ ହେବ । କିଛିକିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ  ୪.୫ ଡିଗ୍ରୀ ଡି ରୁ ୬.୫ ଡିଗ୍ରୀ ଅଧିକ ରହିବ । ସେହିଭଳି ଆର୍ଦ୍ରତା ଅଧିକ ଦିନଦିବେଳା ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ ।