ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର ।   ମାଛ ବଂଶ ବୃଦ୍ଧି ପାଇଁ ନିଆଯାଇଥିବା ଏଭଳି ପଦକ୍ଷେପ ଯୋଗୁ ବାଲେଶ୍ବର ଜିଲ୍ଲା ବାହାବଳପୁର ମାଛଧରା ଜେଟିରେ ହଜାର ହଜାର ମତ୍ସ୍ୟଜୀବୀ , ମାଛ ବ୍ଯବସାୟୀ ଏବେ ନାହିଁ ନଥିବା ଅସୁବିଧାରେ ଭୋଗୁଛନ୍ତି ।  କଟକଣା ହଟିବା ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି । […] The post ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର appeared first on KNews Odisha.

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର
fisherman balasore

ବାଲେଶ୍ବର : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର ।   ମାଛ ବଂଶ ବୃଦ୍ଧି ପାଇଁ ନିଆଯାଇଥିବା ଏଭଳି ପଦକ୍ଷେପ ଯୋଗୁ ବାଲେଶ୍ବର ଜିଲ୍ଲା ବାହାବଳପୁର ମାଛଧରା ଜେଟିରେ ହଜାର ହଜାର ମତ୍ସ୍ୟଜୀବୀ , ମାଛ ବ୍ଯବସାୟୀ ଏବେ ନାହିଁ ନଥିବା ଅସୁବିଧାରେ ଭୋଗୁଛନ୍ତି ।  କଟକଣା ହଟିବା ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି କୁ ମତ୍ସ୍ୟଜୀବୀ ମାନେ ସ୍ବାଗତ କରିଛନ୍ତି ।  କିନ୍ତୁ ଦୁଇ ମାସ ପାଇଁ ମତ୍ସ୍ଯ ବିଭାଗ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।  ଅନ୍ୟ ପଟେ ବାଲେଶ୍ବର ଜିଲ୍ଲା ସହକାରୀମତ୍ସ୍ୟ ଅଧିକାରୀ କହିଛନ୍ତି ଯେଉଁ ଗରିବ ମତ୍ସ୍ୟଜୀବୀ ମାନେ ସୋସାଇଟିରେ ପଞ୍ଜୀକୃତ ହୋଇଛନ୍ତି, ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ।

Also read: ସମୁଦ୍ରରେ ମାଛ ମରା ଉପରେ ଲାଗିଛି କଟକଣା, ଚିନ୍ତାରେ ପଡିଲେ ମତ୍ସ୍ୟଜୀବୀ ପରିବାର

 

The post ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର appeared first on KNews Odisha.