କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ ଙ୍କ ଆଶୀର୍ବାଦ ନେଲେ ରାଜ୍ୟ ବିଜେପି ସଭାପତି

କଟକ : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ଦଶମୀ ତିଥିରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ । ମା’ ଙ୍କ ଆଶୀର୍ବାଦ ଭିକ୍ଷା କରି ରାଜ୍ୟର ସମୃଦ୍ଧି ଏବଂ ସମସ୍ତଙ୍କ ସୁଖ ଶାନ୍ତି କାମନା କରିଥିଲେ । ଶ୍ରୀ ସାମଲ ମଣ୍ଡପରେ ପହଞ୍ଚିବା ପରେ ସ୍ଥାନୀୟ ମୂରବୀ ଓ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ତାଙ୍କୁ ସ୍ଵାଗତ କରିଥିଲେ । ବିଭିନ୍ନ ମଣ୍ଡପ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା […] The post କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ ଙ୍କ ଆଶୀର୍ବାଦ ନେଲେ ରାଜ୍ୟ ବିଜେପି ସଭାପତି appeared first on KNews Odisha.

କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ ଙ୍କ ଆଶୀର୍ବାଦ ନେଲେ ରାଜ୍ୟ ବିଜେପି ସଭାପତି
Manmohan

କଟକ : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ଦଶମୀ ତିଥିରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ । ମା’ ଙ୍କ ଆଶୀର୍ବାଦ ଭିକ୍ଷା କରି ରାଜ୍ୟର ସମୃଦ୍ଧି ଏବଂ ସମସ୍ତଙ୍କ ସୁଖ ଶାନ୍ତି କାମନା କରିଥିଲେ । ଶ୍ରୀ ସାମଲ ମଣ୍ଡପରେ ପହଞ୍ଚିବା ପରେ ସ୍ଥାନୀୟ ମୂରବୀ ଓ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ତାଙ୍କୁ ସ୍ଵାଗତ କରିଥିଲେ ।

ବିଭିନ୍ନ ମଣ୍ଡପ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନଗର ସଭାପତି ଲଲାଟେନ୍ଦୁ ବଡୁ, ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଜେପି ନେତା ନୟନ କିଶୋର ମହାନ୍ତି, ଦଳୀୟ କର୍ମ କର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ସାମଲ କଟକ ସହରର ନୂଆପଡ଼ା, ବିଦ୍ୟାଧରପୁର, କହ୍ନେଇ ପୁର, ଷ୍ଟେସନ ବଜାର, ମାଲଗୋଦାମ, ପ୍ରଫେସର୍ ପଡା, ଥୋରିଆ ସାହି, ଆଦି 30 ଟି ମଣ୍ଡପ ବୁଲି ଦେଖିଥିଲେ । କଟକ ସହର ଏକ ଭାଇ ଚାରା ଓ ସଂସ୍କୃତି ପୂର୍ଣ୍ଣ ସହର ।

ଏହି ସହରରେ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମିଳିମିଶି ପର୍ବ ପର୍ବାଣୀ ପାଳନ କରନ୍ତି । ଏହି ପର୍ବ ପର୍ବାଣୀ ମଧ୍ୟରୁ ଶାରଦୀୟ ଦୁର୍ଗାପୂଜା କଟକର ଏକ ମହାନ୍ ପର୍ବ । ଯାହାକି ଓଡ଼ିଶା ପାଇଁ ପଥ ପ୍ରଦର୍ଶକ ହୋଇଥାଏ । କଟକର ଦୁର୍ଗା ପୂଜା ନିଆରା, ଏହା ସହିତ କାହାକୁ ତୁଳନା କରାଯାଏ ନାହିଁ ବୋଲି ଶ୍ରୀ ସାମଲ କହିଥିଲେ ।

The post କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ ଙ୍କ ଆଶୀର୍ବାଦ ନେଲେ ରାଜ୍ୟ ବିଜେପି ସଭାପତି appeared first on KNews Odisha.