ସରକାରୀ ବାବୁଙ୍କ କୋଠା ଲୋଭ: OWSSB ସହକାରୀ ପ୍ରକଳ୍ପ ପରିଚାଳକଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର,୩୦ା୩: ଭିଜିଲାନ୍ସ ରବିବାର ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (OWSSB), ଭୁବନେଶ୍ୱରର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁଙ୍କୁ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଦେବାଶିଷ ତାଙ୍କ ଆୟରୁ ୧୧୪% ଅଧିକ ରଖିଥିବା ବେଳେ ଏହାକୁ ନେଇ ସନ୍ତୋଷଜନକ ହିସାବ ଦେଇପାରି ନଥିଲେ। ଭିଜିଲାନ୍ସ ଅଧିକାରୀମାନେ ସାହୁଙ୍କୁ ଗିରଫ କରିବା ପରେ ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଇ ଦେଇଥିଲେ। ଏହି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ ଦେବାଶିଷ ଏବଂ […] The post ସରକାରୀ ବାବୁଙ୍କ କୋଠା ଲୋଭ: OWSSB ସହକାରୀ ପ୍ରକଳ୍ପ ପରିଚାଳକଙ୍କୁ ଗିରଫ କଲା ଭିଜିଲାନ୍ସ appeared first on Dharitri Odia News.

ସରକାରୀ ବାବୁଙ୍କ କୋଠା ଲୋଭ: OWSSB ସହକାରୀ ପ୍ରକଳ୍ପ ପରିଚାଳକଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର,୩୦ା୩: ଭିଜିଲାନ୍ସ ରବିବାର ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (OWSSB), ଭୁବନେଶ୍ୱରର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁଙ୍କୁ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଦେବାଶିଷ ତାଙ୍କ ଆୟରୁ ୧୧୪% ଅଧିକ ରଖିଥିବା ବେଳେ ଏହାକୁ ନେଇ ସନ୍ତୋଷଜନକ ହିସାବ ଦେଇପାରି ନଥିଲେ।

ଭିଜିଲାନ୍ସ ଅଧିକାରୀମାନେ ସାହୁଙ୍କୁ ଗିରଫ କରିବା ପରେ ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଇ ଦେଇଥିଲେ। ଏହି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ ଦେବାଶିଷ ଏବଂ ତାଙ୍କ ପତ୍ନୀଙ୍କ ବିରୋଦ୍ଧରେ ମାମଲା ରୁଜୁ କରିଛି।

ଅନୁସନ୍ଧାନ ସମୟରେ ସହାୟକ ପ୍ରକଳ୍ପ ପରିଚାଳକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ଏଥିରେ…

ଖୋର୍ଦ୍ଧାର ଜଟଣୀର କଲେଜ ରୋଡରେ ପ୍ରାୟ ୬୩୦୦ ବର୍ଗଫୁଟ ପରିମିତ ଏକ ୨ ମହଲା କୋଠା।

ଖୋର୍ଦ୍ଧାର ଜଟଣୀର ସର୍ଦ୍ଦାର ପଟେଲ ମାର୍ଗରେ ପ୍ରାୟ ୨୫୦୦ ବର୍ଗଫୁଟ ପରିମିତ ଆଉ ଏକ ୨ ମହଲା କୋଠା।

ଖୋର୍ଦ୍ଧାର ଜଟଣୀର ସର୍ଦ୍ଦାର ପଟେଲ ମାର୍ଗରେ ୪୮୦୦ ବର୍ଗଫୁଟ ପରିମିତ ତିନି ମହଲା ବିଶିଷ୍ଟ (ନିର୍ମାଣାଧୀନ) କୋଠା।

ଖୋର୍ଦ୍ଧାର ବନଦୁର୍ଗା ମାର୍କେଟ୍ କମ୍ପ୍ଲେକ୍ସ, ଜଟଣୀରେ ମୋଟ ୫୦୦ ବର୍ଗଫୁଟ ଆକାରର ଦୁଇଟି ଦୋକାନ।

ଖୋର୍ଦ୍ଧାର ଜଟଣୀରେ ୨ ନମ୍ବର ମହଙ୍ଗା ପ୍ଲଟ୍।

ନଗଦ ୧,୫୭,୦୨୦ ଟଙ୍କା।

ସୁନା ଅଳଙ୍କାର ୨୦୦ ଗ୍ରାମ।

୫୬.୧୯ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଏବଂ ବୀମା ଜମା।

୧୨.୩୯ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୩ଟି ଦୁଇ ଚକିଆ ଯାନ ଏବଂ ଘରୋଇ ସାମଗ୍ରୀ।

ସମ୍ପୂର୍ଣ୍ଣ ସନ୍ଧାନ, ଇନଭେଣ୍ଟରୀ ଏବଂ ଅଧିକ ତଦନ୍ତ ପରେ, ଭୁବନେଶ୍ୱରର OWSSBର ଆୟ, ଖର୍ଚ୍ଚ ଏବଂ ସମ୍ପତ୍ତି ଗଣନା କରାଯାଇଥିଲା ଏବଂ ତାଙ୍କ ପାଖରେ ଆୟାବହିର୍ଭୁତ୍ତ ସମ୍ପତ୍ତି ଥିବା ଜଣାପଡ଼ିଥିଲା ​​ଯାହା ତାଙ୍କ ଜ୍ଞାତ ଆୟ ଉତ୍ସଠାରୁ ୧୧୪% ଅଧିକ ଥିଲା।

The post ସରକାରୀ ବାବୁଙ୍କ କୋଠା ଲୋଭ: OWSSB ସହକାରୀ ପ୍ରକଳ୍ପ ପରିଚାଳକଙ୍କୁ ଗିରଫ କଲା ଭିଜିଲାନ୍ସ appeared first on Dharitri Odia News.