ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ ଭାରତର ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ କିଟ୍ ଓ କିସର ନାମ ଘୋଷଣା କରାଯାଇଛି । ମେ ୩୦ ତାରିଖରେ ଏଫଆଇଭିବି ପକ୍ଷରୁ ସୁଇଜରଲାଣ୍ଡର ଜେନେଭାଠାରେ ଏହାର ମୁଖ୍ୟାଳୟରେ ନୂତନ କରି ଏଫ୍ ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ ର ଶୁଭାରମ୍ଭ ଅବସରରେ ଏଫଆଇଭିବି ସଭାପତି ଡ. ଆରି ଗ୍ରାକା କିଟ୍ ଓ କିସ୍ ନାମ ଘୋଷଣା […] The post ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା appeared first on KNews Odisha.

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ ଭାରତର ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ କିଟ୍ ଓ କିସର ନାମ ଘୋଷଣା କରାଯାଇଛି । ମେ ୩୦ ତାରିଖରେ ଏଫଆଇଭିବି ପକ୍ଷରୁ ସୁଇଜରଲାଣ୍ଡର ଜେନେଭାଠାରେ ଏହାର ମୁଖ୍ୟାଳୟରେ ନୂତନ କରି ଏଫ୍ ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ ର ଶୁଭାରମ୍ଭ ଅବସରରେ ଏଫଆଇଭିବି ସଭାପତି ଡ. ଆରି ଗ୍ରାକା କିଟ୍ ଓ କିସ୍ ନାମ ଘୋଷଣା କରିଥିଲେ।

କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସମାଜସେବା କ୍ଷେତ୍ରରେ କରିଥିବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏଫଆଇଭିବି ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି । ସମଗ୍ର ବିଶ୍ୱରେ ଭଲିବଲ ମ୍ୟାଚ୍ ଆୟୋଜନ କରି ଏଫ୍ ଆଇଭିବି ସେଥିରୁ କିଛି ଅର୍ଥ ଦାନ ଆକାରରେ ଗ୍ରହଣ କରିବ। ଏହି ଦାନ ଅର୍ଥକୁ ଏଫ୍ ଆଇଭିବି ବିଶ୍ୱର ବିଭିନ୍ନ ଦେଶରେ ସମାଜସେବା କ୍ଷେତ୍ରରେ ବିନିଯୋଗ କରିବା ହେଉଛି ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନ୍ ର ମୁଖ୍ୟ ଲକ୍ଷ୍ୟ ।

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଭାପତି ଥୋମାସ ବାକଙ୍କ ସମେତ ସମଗ୍ର ବିଶ୍ୱରୁ ୨ଶହରୁ ଊର୍ଦ୍ଧ୍ୱ ଦେଶରେ ଥିବା ଭଲିବଲ୍ ସଂଘର ପ୍ରତିନିଧି ଓ ଅନ୍ୟାନ୍ୟ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମେ ୩୦ ତାରିଖରେ ଏଫଆଇଭିବି ଓ କିଟ୍ ଓ କିସ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ନିର୍ବାଚନ ଯୋଗୁଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ନ ପାରିବାରୁ ଏହି ବୁଝାମଣା ପରେ ସ୍ୱାକ୍ଷରିତ ହେବ। କ୍ରୀଡ଼ା କ୍ଷେତ୍ରରେ କିଟ୍ ଓ କିସର ଅବଦାନ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରଛି।

ବିଶ୍ୱରେ ଯେତେ ସବୁ କ୍ରୀଡ଼ା ସଂଘ ରହିଛି ସମସ୍ତେ କ୍ରୀଡ଼ା ପ୍ରତି କିଟ୍ ଓ କିସ୍ ର ଥିବା ଅବଦାନକୁ ପ୍ରଶଂସା କରିଆସିଛନ୍ତି। ସଂପ୍ରତି ଏଫ୍ ଆଇଭିବି କିଟ୍ ଓ କିସ୍ କୁ ଏଫ୍ ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ ର ଏକମାତ୍ର ସହଯୋଗୀ ଶିକ୍ଷାନୁଷ୍ଠାନ ଭାବେ ଗ୍ରହଣ କରିଛି। ଫାଉଣ୍ଡେସନ୍ ଶୁଭାରମ୍ଭ ଅବସରରେ ଏଫ୍ ଆଇଭିବି ସହ କିଟ୍ ଓ କିସ୍ ର ଲୋଗୋ ରଖି କିଟ୍ ଓ କିସକୁ ଏହାର ସହଯୋଗୀ ଅନୁଷ୍ଠାନ ଘୋଷଣା କରାଯାଇଥିଲା। ଏହା ସହ କିଟ୍ ଓ କିସ୍ କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏଫ୍ ଆଇଭିବି, ଏହାର ସଭାପତି ଡ. ଆରି ଗ୍ରାକ, ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଡ. ସାମନ୍ତ କହିଛନ୍ତି ମୋ ସମାଜସେବା କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଏଫ୍ ଆଇଭିବି ବିଭିନ୍ନ ଦେଶରେ ଭଲିବଲ୍ ଆୟୋଜନ ସହ ସମାଜସେବା କରିବା ନେଇ ନିଷ୍ପତ୍ତି ନେଇଥିବାରୁ ମୁଁ ଏଫ୍ ଆଇଭିବିକୁ ଧନ୍ୟବାଦ ଜଣାଉଛି । ନିର୍ବାଚନ ଯୋଗୁଁ ମୁଁ ଜେନେଭାରେ ଉପସ୍ଥିତ ରହିପାରି ନ ଥିଲେ ମଧ୍ୟ ଏଫ୍ ଆଇଭିବି କିଟ୍ ଓ କିସ୍ ଅନୁଷ୍ଠାନକୁ ଯଥେଷ୍ଟ ସମ୍ମାନୀତ କରିଛନ୍ତି । ସମଗ୍ର ବିଶ୍ୱରୁ କିଟ୍ ଓ କିସ୍ କୁ ଏକମାତ୍ର ସହଯୋଗୀ ଅନୁଷ୍ଠାନ ଭାବେ ଏଫ୍ ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ ଗ୍ରହଣ କରିଥିବାରୁ ଏହା ଓଡ଼ିଶା ଓ ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଡ. ସାମନ୍ତ କହିଛନ୍ତି।

The post ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା appeared first on KNews Odisha.