ଏବର୍ଷ ଅଧିକ ଦିନ ଗ୍ରୀଷ୍ମ ଲହରି

ଭୁବନେଶ୍ୱର,୨୮ା୨ (ଅନୁରାଧା ମହାରଣା)- ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମାର୍ଚ୍ଚ ପୂର୍ବରୁ ଡହ ଡହ ଖରା ଡରାଉଛି। ଶୁକ୍ରବାର ୭ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା। ସେହିଭଳି ୯ ସହରର ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ମଧ୍ୟରେ ରହିଥିବା ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୩୭ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ରାଉରକେଲାରେ ୧୫.୦ଡିଗ୍ରୀ ରହିଥିଲା। ତେବେ ଶନିବାରଠାରୁ ପରବର୍ତ୍ତୀ ୪ରୁ ୫ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ଡିଗ୍ରୀ […] The post ଏବର୍ଷ ଅଧିକ ଦିନ ଗ୍ରୀଷ୍ମ ଲହରି appeared first on Dharitri Odia News.

ଏବର୍ଷ ଅଧିକ ଦିନ ଗ୍ରୀଷ୍ମ ଲହରି

ଭୁବନେଶ୍ୱର,୨୮ା୨ (ଅନୁରାଧା ମହାରଣା)- ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମାର୍ଚ୍ଚ ପୂର୍ବରୁ ଡହ ଡହ ଖରା ଡରାଉଛି। ଶୁକ୍ରବାର ୭ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା। ସେହିଭଳି ୯ ସହରର ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ମଧ୍ୟରେ ରହିଥିବା ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୩୭ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ରାଉରକେଲାରେ ୧୫.୦ଡିଗ୍ରୀ ରହିଥିଲା। ତେବେ ଶନିବାରଠାରୁ ପରବର୍ତ୍ତୀ ୪ରୁ ୫ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଗକୁ ଗ୍ରୀଷ୍ମ ପ୍ରକୋପ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଥିବାରୁ ଚିନ୍ତା ବଢ଼ିଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଏବର୍ଷ ଗ୍ରୀଷ୍ମ ଲହରି ଅବଧି ବଢ଼ିବ। ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରି ଜାରି ରହିବ। ଫଳରେ ସ୍ବାଭାବିକଠାରୁ ଅଧିକ ତାତି ଅନୁଭୂତ ହେବାର ସମ୍ଭାବନା ରହିଥିବା କୁହାଯାଇଛି।

The post ଏବର୍ଷ ଅଧିକ ଦିନ ଗ୍ରୀଷ୍ମ ଲହରି appeared first on Dharitri Odia News.