ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା
ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍ ପୋଲ୍ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ ମୁହାଁମୁହିଁ ହୋଇଛନ୍ତି। ଏହି ସର୍ଭେରୁ ଜଣାପଡିଛି, ଯଦି ଏବେ ଆମେରିକାରେ ନିର୍ବାଚନ ହୁଏ ତେବେ ଡୋନାଲ୍ଡ ଟ୍ରମ୍ପ ଆଗରେ ରହିବେ। ଏହି ସର୍ଭେ ଆମେରିକାର ମୋଟ ସାତୋଟି ଅଞ୍ଚଳରେ, ଆରିଜୋନା, ଜର୍ଜିଆ, ମିଚିଗାନ, ନେଭାଡା, ଉତ୍ତର କାରୋଲିନା, ପେନସିଲଭାନିଆ ଏବଂ ୱିସ୍କୋସିନରେ କରାଯାଇଥିଲା। ବ୍ଲୁମବର୍ଗ ଓପିନିୟନ୍ ପୋଲ୍ ଅନୁଯାୟୀ, ଯଦି […] The post ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା appeared first on Dharitri Odia News.
ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍ ପୋଲ୍ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ ମୁହାଁମୁହିଁ ହୋଇଛନ୍ତି। ଏହି ସର୍ଭେରୁ ଜଣାପଡିଛି, ଯଦି ଏବେ ଆମେରିକାରେ ନିର୍ବାଚନ ହୁଏ ତେବେ ଡୋନାଲ୍ଡ ଟ୍ରମ୍ପ ଆଗରେ ରହିବେ। ଏହି ସର୍ଭେ ଆମେରିକାର ମୋଟ ସାତୋଟି ଅଞ୍ଚଳରେ, ଆରିଜୋନା, ଜର୍ଜିଆ, ମିଚିଗାନ, ନେଭାଡା, ଉତ୍ତର କାରୋଲିନା, ପେନସିଲଭାନିଆ ଏବଂ ୱିସ୍କୋସିନରେ କରାଯାଇଥିଲା।
ବ୍ଲୁମବର୍ଗ ଓପିନିୟନ୍ ପୋଲ୍ ଅନୁଯାୟୀ, ଯଦି ଆଜି ଆମେରିକାରେ ନିର୍ବାଚନ ହୁଏ, ତେବେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନଙ୍କଠାରୁ ୬ ପ୍ରତିଶତ ଆଗରେ ରହିବେ। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ଦ୍ୱାରା ପ୍ରକାଶିତ ଏକ ସର୍ଭେରୁ ଜଣାପଡିଛି ଯେ, ଆମେରିକାର ଲୋକମାନେ ଦେଶର ଅର୍ଥନୀତିରେ ଅସନ୍ତୁଷ୍ଟ। ଜୋ ବାଇଡେନଙ୍କ ଦକ୍ଷତା ଏବଂ କାର୍ଯ୍ୟକଳାପ ଉପରେ ମଧ୍ୟ କ୍ରୋଧିତ। ସର୍ଭେରେ ଜୋ ବାଇଡେନଙ୍କ ଏହି ୭ଟି ରାଜ୍ୟରେ କାର୍ଯ୍ୟକଳାପକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖାଦେଇଛି। କିନ୍ତୁ ଚାକିରି ଏବଂ ପ୍ରଶାସନ ଦୃଷ୍ଟିରୁ ଲୋକଙ୍କ ପ୍ରତିକ୍ରିୟା ଭଲ ରହିଛି।
ସର୍ବେକ୍ଷଣର ସାରାଂଶ ବାହାର କରିବା ପରେ ଜଣାପଡିଛି, ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହୋଇପାରିବେ, କିନ୍ତୁ ବର୍ତ୍ତମାନ ନିର୍ବାଚନରେ ତାଙ୍କ ଉପରେ ଖଣ୍ଡା ଝୁଲୁଛି। ଟ୍ରମ୍ପଙ୍କ ପ୍ରାର୍ଥୀତ୍ୱ ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ଏବେ ମଧ୍ୟ ସନ୍ଦେହ ରହିଛି। ଠକେଇ ମାମଲାରେ ଟ୍ରମ୍ପ ଟ୍ରାଏଲ୍ର ସମ୍ମୁଖୀନ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଟ୍ରମ୍ପ ଯଦି ନିର୍ବାଚନରେ ଜିତନ୍ତି ତେବେ ରାଷ୍ଟ୍ରପତି ହୋଇପାରିବେ କି ନାହିଁ ବୋଲି ପ୍ରଶ୍ନ ଉଠିଛି।
The post ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା appeared first on Dharitri Odia News.