ଏବେ କନଫର୍ମ ତତ୍କାଳ ଟିକେଟ୍ ପାଇବା ହେବ ସହଜ , ରେଳ ବିଭାଗ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଲୱେ ସମୟାନୁସାରେ ଅନେକ ପଦକ୍ଷେପ ନେଇଥାଏ। ଏହି କ୍ରମରେ ଏବେ ତତ୍କାଳ ଟିକେଟକୁ ନେଇ ରେଳ ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ବୁଧବାର ( ୪ ଜୁନ )ରେ ଟ୍ୱିଟ୍‌ କରି କହିଛନ୍ତି, ଭାରତୀୟ ରେଲୱେ ଖୁବ୍‌ ଶୀଘ୍ର ତତ୍କାଳ ଟିକେଟ ବୁକ୍‌ କରିବା ପାଇଁ ଇ-ଆଧାରର  ପ୍ରମାଣୀକରଣର ବ୍ୟବହାର ଆରମ୍ଭ କରିବ। ଏଥିରେ ପ୍ରକୃତ ଯାତ୍ରୀଙ୍କୁ ଆବଶ୍ୟକ ସମୟରେ କନଫର୍ମ ଟିକେଟ୍ ପାଇବାରେ ସାହାଯ୍ୟ ମିଳିବ।Bharatiya Railways will soon start using e-Aadhaar authentication to book Tatkal tickets.This will help genuine users get confirmed tickets during need.— Ashwini Vaishnaw (@AshwiniVaishnaw) June 4, 2025ପ୍ରତିଦିନ ପାଖାପାଖି ୨୨୫,୦୦୦ ଜଣ ଯାତ୍ରୀ ଭାରତୀୟ ରେଲୱେର ଅନଲାଇନ୍‌ ପ୍ଲାଟଫର୍ମ ମାଧ୍ୟମରେ  ତତ୍କାଳ ଟିକେଟ୍‌ ବୁକ୍ କରନ୍ତି। ୨୪ ମେ’ରୁ ୨ ଜୁନ ଯାଏ ଅନଲାଇନ୍‌ ତତ୍କାଳ ଟିକେଟ୍ ବୁକିଂ ପ୍ୟାଟର୍ଣ୍ଣରୁ ଜଣାପଡ଼ିଛି ଯେ , ତତ୍କାଳ ୱିଣ୍ଡୋ ଖୋଲିବା ପରେ ପ୍ରଥମ ମିନିଟ୍‌ରେ ହାରାହାରି ୧୦୮,୦୦୦ ଏସି କ୍ଲାସ୍‌ ଟିକେଟ୍‌ ମଧ୍ୟରୁ କେବଳ ୫,୬୧୫ ହିଁ ବୁକ୍‌ ହୋଇ ଥିଲା। ହେଲେ ଦ୍ୱିତୀୟ ମିନିଟ୍‌ରେ ୨୨,୮୨୭ ଟିକେଟ୍‌ ବୁକ୍‌ ହୋଇଥିଲା। ଏସି କ୍ଲାସ୍‌ରେ ୱିଣ୍ଡୋ ଖୋଲିବା ପୂର୍ବରୁ ୧୦ ମିନିଟ୍‌ ଭିତରେ ହାରାହାରି ୬୭

ଏବେ କନଫର୍ମ ତତ୍କାଳ ଟିକେଟ୍ ପାଇବା ହେବ ସହଜ , ରେଳ ବିଭାଗ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଲୱେ ସମୟାନୁସାରେ ଅନେକ ପଦକ୍ଷେପ ନେଇଥାଏ। ଏହି କ୍ରମରେ ଏବେ ତତ୍କାଳ ଟିକେଟକୁ ନେଇ ରେଳ ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ବୁଧବାର ( ୪ ଜୁନ )ରେ ଟ୍ୱିଟ୍‌ କରି କହିଛନ୍ତି, ଭାରତୀୟ ରେଲୱେ ଖୁବ୍‌ ଶୀଘ୍ର ତତ୍କାଳ ଟିକେଟ ବୁକ୍‌ କରିବା ପାଇଁ ଇ-ଆଧାରର  ପ୍ରମାଣୀକରଣର ବ୍ୟବହାର ଆରମ୍ଭ କରିବ। ଏଥିରେ ପ୍ରକୃତ ଯାତ୍ରୀଙ୍କୁ ଆବଶ୍ୟକ ସମୟରେ କନଫର୍ମ ଟିକେଟ୍ ପାଇବାରେ ସାହାଯ୍ୟ ମିଳିବ।


ପ୍ରତିଦିନ ପାଖାପାଖି ୨୨୫,୦୦୦ ଜଣ ଯାତ୍ରୀ ଭାରତୀୟ ରେଲୱେର ଅନଲାଇନ୍‌ ପ୍ଲାଟଫର୍ମ ମାଧ୍ୟମରେ  ତତ୍କାଳ ଟିକେଟ୍‌ ବୁକ୍ କରନ୍ତି। ୨୪ ମେ’ରୁ ୨ ଜୁନ ଯାଏ ଅନଲାଇନ୍‌ ତତ୍କାଳ ଟିକେଟ୍ ବୁକିଂ ପ୍ୟାଟର୍ଣ୍ଣରୁ ଜଣାପଡ଼ିଛି ଯେ , ତତ୍କାଳ ୱିଣ୍ଡୋ ଖୋଲିବା ପରେ ପ୍ରଥମ ମିନିଟ୍‌ରେ ହାରାହାରି ୧୦୮,୦୦୦ ଏସି କ୍ଲାସ୍‌ ଟିକେଟ୍‌ ମଧ୍ୟରୁ କେବଳ ୫,୬୧୫ ହିଁ ବୁକ୍‌ ହୋଇ ଥିଲା। ହେଲେ ଦ୍ୱିତୀୟ ମିନିଟ୍‌ରେ ୨୨,୮୨୭ ଟିକେଟ୍‌ ବୁକ୍‌ ହୋଇଥିଲା। ଏସି କ୍ଲାସ୍‌ରେ ୱିଣ୍ଡୋ ଖୋଲିବା ପୂର୍ବରୁ ୧୦ ମିନିଟ୍‌ ଭିତରେ ହାରାହାରି ୬୭,୧୫୯ ଟିକେଟ୍‌ ଅନଲାଇନ୍‌ ବୁକ୍‌ ହୋଇ ଥିଲା , ଯାହା ଅନଲାଇନ୍‌ ବୁକ୍‌ କରାଯାଇ ଥିବା ସବୁ ଟିକେଟ୍‌ର ୬୨.୫ ପ୍ରତିଶତ ଥିଲା। ଏହା ବ୍ୟତୀତ , ଅନ୍ୟ ୩୭.୫ ପ୍ରତିଶତ ଟିକେଟ୍ ଚାର୍ଟ ପ୍ରସ୍ତୁତିର ୨୦ ମିନିଟ୍‌ ପୂର୍ବରୁ ବୁକ୍‌ ହୋଇଥିଲା, ଯେଉଁଥିରେ ୩.୦୧ ପ୍ରତିଶତ ତତ୍କାଳ ଟିକେଟ୍‌  ଝରକା ଖୋଲିବାର ୧୦ ଘଣ୍ଟା ପରେ ବୁକ୍‌ ହୋଇଥିଲା।

ସୂଚନା ଯେ, ଆଇଆରସିଟିସି ଦ୍ୱାରା ତତ୍କାଳ ଟିକେଟର ଦ୍ରୁତ ଗତିରେ ଗାଏବ ହେବାର ଯାଞ୍ଚ ହୋଇଥିଲା। ଏଥିରେ ପାଖାପାଖି ୨.୫ କୋଟି ଫେକ୍‌ ବ୍ୟବହାରକାରୀଙ୍କ ଆଇଡିକୁ ନିଷ୍କ୍ରିୟ କରାଯାଇ ଥିଲା। ଯେଉଁଥିରେ ଏଜେଣ୍ଟ ଓ ବଟ୍ସଙ୍କ ଦ୍ୱାରା ବୁକିଂ ପ୍ରଣାଳୀର ବଡ଼ ସ୍ତରରେ ଦୁରୁପଯୋଗ ସାମନାକୁ ଆସିଥିଲା। ଏହାପରେ ଏହି ପ୍ରୟାସ କରିଛି ରେଳ ବିଭାଗ। ବ୍ୟବହାରକାରୀ ଅନେକ ଦିନରୁ ଏହି ବିଷୟରେ ଅଭିଯୋଗ କରି ଆସୁଛନ୍ତି ଏବଂ ସେମାନେ ସୋସିଆଲ ମିଡ଼ିଆରେ ନିଜର ଭାବନାକୁ ବ୍ୟକ୍ତ କରୁଛନ୍ତି।