ଏବେ କେଉଁ ଦଳରେ ଅଛନ୍ତି ସୁର ରାଉତରାୟ? ନିଜେ କଲେ ଖୁଲାସା
ତିର୍ତ୍ତୋଲ,୨୦।୧୧(ଗୌରାଙ୍ଗ ଚରଣ ସ୍ବାଇଁ):ଜଗତ୍ସିଂହପୁର ଜିଲା ତିର୍ତ୍ତୋଲଠାରେ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବର ମଙ୍ଗଳବାର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଯୋଗଦେଇ ଡ଼. ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରି ଓଡ଼ିଶାର ବିକାଶରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଅବସରରେ ସେ କହିଥିଲେ, ମୋର ଗୋଟିଏ ପୁଅ ବିଜେଡିରେ ଆଉ ଗୋଟେ କଂଗ୍ରେସରେ ରହିଛି। ତେଣୁ ମୁଁ […] The post ଏବେ କେଉଁ ଦଳରେ ଅଛନ୍ତି ସୁର ରାଉତରାୟ? ନିଜେ କଲେ ଖୁଲାସା appeared first on Dharitri Odia News.
ତିର୍ତ୍ତୋଲ,୨୦।୧୧(ଗୌରାଙ୍ଗ ଚରଣ ସ୍ବାଇଁ):ଜଗତ୍ସିଂହପୁର ଜିଲା ତିର୍ତ୍ତୋଲଠାରେ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବର ମଙ୍ଗଳବାର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଯୋଗଦେଇ ଡ଼. ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରି ଓଡ଼ିଶାର ବିକାଶରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଅବସରରେ ସେ କହିଥିଲେ, ମୋର ଗୋଟିଏ ପୁଅ ବିଜେଡିରେ ଆଉ ଗୋଟେ କଂଗ୍ରେସରେ ରହିଛି। ତେଣୁ ମୁଁ ହେଲି ଅଧା ବିଜେଡି ଆଉ ଅଧା କଂଗ୍ରେସ। ସୁରଙ୍କ କଥା ଶୁଣିବା ପରେ କାର୍ଯ୍ୟକ୍ରମରେ ମଜାଳିଆ ପରିବେଶ ସୃଷ୍ଟି ହୋଇଥିଲା।
The post ଏବେ କେଉଁ ଦଳରେ ଅଛନ୍ତି ସୁର ରାଉତରାୟ? ନିଜେ କଲେ ଖୁଲାସା appeared first on Dharitri Odia News.