ଏବେ ପୋଷ୍ଟ ଅଫିସ ଜରିଆରେ ବି ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍‌, ଆର୍‌ବିଆଇ କଲା ଘୋଷଣା…

ନୂଆଦିଲ୍ଲୀ,୬।୧: ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ନେଇ ନୂଆ ଘୋଷଣା କରିଛି ଆର୍‌ବିଆଇ। ଏବେ ବ୍ୟାଙ୍କ ବ୍ୟତିତ ଗ୍ରାହକମାନେ ପୋଷ୍ଟଅଫିସ ଜରିଆରେ ଏହି ନୋଟ ବଦଳାଇପାରିବେ। ଏହାକୁ ନେଇ କିଛି ନିର୍ଦ୍ଦେଶନାମା ମାନିବାକୁ ପଡ଼ିବ। ପ୍ରଥମେ ଅନଲାଇନ୍‌ରେ ଉପଲବ୍ଧ ହେଉଥିବା ଏକ ଆବେଦନ ପତ୍ର ପୂରଣ କରିବାକୁ ହେବ। ପରେ ନୋଟଗୁଡ଼ିକୁ ଭାରତୀୟ ଡାକର ଯେକୌଣସି ସୁବିଧା ଜରିଆରେ ଆର୍‌ବିଆଇ କାର୍ଯ୍ୟାଳୟକୁ ପଠାଇବାକୁ ହେବ। ଏହାପରେ ଜମା ରାଶି ବ୍ୟାଙ୍କ ଖାତାକୁ ଆସିଯିବ। ବାସ୍ତବରେ ୨୦୦୦ ଟଙ୍କା […] The post ଏବେ ପୋଷ୍ଟ ଅଫିସ ଜରିଆରେ ବି ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍‌, ଆର୍‌ବିଆଇ କଲା ଘୋଷଣା… appeared first on Dharitri Odia News.

ଏବେ ପୋଷ୍ଟ ଅଫିସ ଜରିଆରେ ବି ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍‌, ଆର୍‌ବିଆଇ କଲା ଘୋଷଣା…

ନୂଆଦିଲ୍ଲୀ,୬।୧: ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ନେଇ ନୂଆ ଘୋଷଣା କରିଛି ଆର୍‌ବିଆଇ। ଏବେ ବ୍ୟାଙ୍କ ବ୍ୟତିତ ଗ୍ରାହକମାନେ ପୋଷ୍ଟଅଫିସ ଜରିଆରେ ଏହି ନୋଟ ବଦଳାଇପାରିବେ। ଏହାକୁ ନେଇ କିଛି ନିର୍ଦ୍ଦେଶନାମା ମାନିବାକୁ ପଡ଼ିବ। ପ୍ରଥମେ ଅନଲାଇନ୍‌ରେ ଉପଲବ୍ଧ ହେଉଥିବା ଏକ ଆବେଦନ ପତ୍ର ପୂରଣ କରିବାକୁ ହେବ। ପରେ ନୋଟଗୁଡ଼ିକୁ ଭାରତୀୟ ଡାକର ଯେକୌଣସି ସୁବିଧା ଜରିଆରେ ଆର୍‌ବିଆଇ କାର୍ଯ୍ୟାଳୟକୁ ପଠାଇବାକୁ ହେବ। ଏହାପରେ ଜମା ରାଶି ବ୍ୟାଙ୍କ ଖାତାକୁ ଆସିଯିବ।

ବାସ୍ତବରେ ୨୦୦୦ ଟଙ୍କା ବଦଳାଇବା ଲାଗି ଆର୍‌ବିଆଇର ବିଭିନ୍ନ ସହରରେ ଥିବା କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଭିଡ଼ ଜମୁଛି। ଏଣୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଥରକରେ ୨୦ହଜାର ଯାଏ ନୋଟ୍‌କୁ ଗ୍ରାହକ ବଦଳାଇପାରିବେ ନଚେତ ଜମା କରିପାରିବେ। ଏଥିଲାଗି କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ। ପୋଷ୍ଟ ଅଫିସର ସୁବିଧା ଜରିଆରେ ନୋଟ୍‌କୁ ଆର୍‌ବିଆଇ ଅଫିସ ପଠାଇ ହେବ। ଏଥିଲାଗି ଆର୍‌ବିଆଇର ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ଏକ ଆବେଦନପତ୍ର ପୂରଣ କରିବାକୁ ହେବ।

The post ଏବେ ପୋଷ୍ଟ ଅଫିସ ଜରିଆରେ ବି ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍‌, ଆର୍‌ବିଆଇ କଲା ଘୋଷଣା… appeared first on Dharitri Odia News.