ଏବେ ମେଡ୍‌ ଇନ୍‌ ଇଣ୍ଡିଆ ହେବ ସାମସଙ୍ଗ୍‌ ଲାପଟପ୍‌, ଚଳିତ ବର୍ଷରୁ ନୋଏଡା ଫ୍ୟାକ୍ଟ୍ରିରେ ହେବ ନିର୍ମାଣ

ନୂଆଦିଲ୍ଲୀ: ଏଣିକି ଦେଶରେ ହିଁ ତିଆରି ଲାପ୍‌ଟପ୍‌ ତିଆରି କରିବ ସାମସଙ୍ଗ୍‌। ଦକ୍ଷିଣ କୋରିଆର ଏହି ଇଲେକ୍ଟ୍ରୋନିକ୍ସ କମ୍ପାନି ଚଳିତ ବର୍ଷରୁ ନୋଏଡା ସ୍ଥିତ ଏହାର ଫ୍ୟାକ୍ଟ୍ରିରେ ଲାପଟପ୍‌ ନିର୍ମାଣ ଆରମ୍ଭ କରିବ। ଏନେଇ ସୂଚନା ଦେଇଛନ୍ତି ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ ତଥା ମୋବାଇଲ ଏକ୍ସପିରିଏନ୍ସ ବ୍ୟବସାୟର ମୁଖ୍ୟ ଟି.ଏମ.ରୋହ । ଭାରତ ଗସ୍ତରେ ଆସି ରୋହ କହିଛନ୍ତି, ‘‘ଭାରତରେ କମ୍ପାନିର ଯୋଜନାକୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍ତରରୁ ସମର୍ଥନ ମିଳିଛି। କମ୍ପାନି ଭାରତରେ ଏହାର ନିର୍ମାଣକୁ ମଜବୁତ କରିବା ପାଇଁ ସରକାରଙ୍କ ସହଯୋଗ ଜାରି ରହିବ।’’ କମ୍ପାନି ନିକଟରେ ଘୋଷଣା କରିଥିବା ଏହାର ଏସ୨୪ ସିରିଜର ନିର୍ମାଣ ମଧ୍ୟ ନୋଏଡା ଫ୍ୟାକ୍ଟ୍ରିରେ କରିବା ନେଇ ଘୋଷଣା କରିଛି। ଆହୁରି ପଢ଼ନ୍ତୁ: ଦେଶରେ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା ପିଏଲ୍ଆଇ ସ୍କିମ୍‌ରେ କେତେ ହୋଇଛି ଲାଭ, କେତେ ମିଳିଛି ନିଯୁକ୍ତି ? ପଢ଼ନ୍ତୁ ସମୀକ୍ଷା ରିପୋର୍ଟ ସେ ଆହୁରି କହିଛନ୍ତି ‘‘ନୋଏଡା ସାମସଙ୍ଗ ପାଇଁ ଏକ ବହୁତ ଗୁରୁତ୍ବପୂର୍ଣ୍ଣ ଉତ୍ପାଦନ ସ୍ଥାନ। ଏହା ସାମସଙ୍ଗର ଦ୍ବିତୀୟ ସବୁଠୁ ବଡ଼ ବେସ୍‌। ବୈଶ୍ବିକ ଚାହିଦା ପାଇଁ ଫ୍ୟାକ୍ଟ୍ରିର ସର୍ବୋତ୍ତମ ବ୍ୟବହାର କରିବା ପାଇଁ ଏଥିରେ କିଛି ପରିବର୍ତ୍ତନ କରାଯାଇପାରେ। ନୋଏଡା କାରଖାନରେ ଫିଚର ଫୋନ, ସ୍ମାର୍ଟଫୋନ, ଓ୍ବିୟରବୁଲ (ନେକ୍‌ ବ୍ୟାଣ୍ଡ୍‌, ସ୍ମାର୍ଟଓ୍ବ

ଏବେ ମେଡ୍‌ ଇନ୍‌ ଇଣ୍ଡିଆ ହେବ ସାମସଙ୍ଗ୍‌ ଲାପଟପ୍‌, ଚଳିତ ବର୍ଷରୁ ନୋଏଡା ଫ୍ୟାକ୍ଟ୍ରିରେ ହେବ ନିର୍ମାଣ

ନୂଆଦିଲ୍ଲୀ: ଏଣିକି ଦେଶରେ ହିଁ ତିଆରି ଲାପ୍‌ଟପ୍‌ ତିଆରି କରିବ ସାମସଙ୍ଗ୍‌। ଦକ୍ଷିଣ କୋରିଆର ଏହି ଇଲେକ୍ଟ୍ରୋନିକ୍ସ କମ୍ପାନି ଚଳିତ ବର୍ଷରୁ ନୋଏଡା ସ୍ଥିତ ଏହାର ଫ୍ୟାକ୍ଟ୍ରିରେ ଲାପଟପ୍‌ ନିର୍ମାଣ ଆରମ୍ଭ କରିବ। ଏନେଇ ସୂଚନା ଦେଇଛନ୍ତି ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ ତଥା ମୋବାଇଲ ଏକ୍ସପିରିଏନ୍ସ ବ୍ୟବସାୟର ମୁଖ୍ୟ ଟି.ଏମ.ରୋହ ।

ଭାରତ ଗସ୍ତରେ ଆସି ରୋହ କହିଛନ୍ତି, ‘‘ଭାରତରେ କମ୍ପାନିର ଯୋଜନାକୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍ତରରୁ ସମର୍ଥନ ମିଳିଛି। କମ୍ପାନି ଭାରତରେ ଏହାର ନିର୍ମାଣକୁ ମଜବୁତ କରିବା ପାଇଁ ସରକାରଙ୍କ ସହଯୋଗ ଜାରି ରହିବ।’’ କମ୍ପାନି ନିକଟରେ ଘୋଷଣା କରିଥିବା ଏହାର ଏସ୨୪ ସିରିଜର ନିର୍ମାଣ ମଧ୍ୟ ନୋଏଡା ଫ୍ୟାକ୍ଟ୍ରିରେ କରିବା ନେଇ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ଦେଶରେ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା ପିଏଲ୍ଆଇ ସ୍କିମ୍‌ରେ କେତେ ହୋଇଛି ଲାଭ, କେତେ ମିଳିଛି ନିଯୁକ୍ତି ? ପଢ଼ନ୍ତୁ ସମୀକ୍ଷା ରିପୋର୍ଟ

ସେ ଆହୁରି କହିଛନ୍ତି ‘‘ନୋଏଡା ସାମସଙ୍ଗ ପାଇଁ ଏକ ବହୁତ ଗୁରୁତ୍ବପୂର୍ଣ୍ଣ ଉତ୍ପାଦନ ସ୍ଥାନ। ଏହା ସାମସଙ୍ଗର ଦ୍ବିତୀୟ ସବୁଠୁ ବଡ଼ ବେସ୍‌। ବୈଶ୍ବିକ ଚାହିଦା ପାଇଁ ଫ୍ୟାକ୍ଟ୍ରିର ସର୍ବୋତ୍ତମ ବ୍ୟବହାର କରିବା ପାଇଁ ଏଥିରେ କିଛି ପରିବର୍ତ୍ତନ କରାଯାଇପାରେ। ନୋଏଡା କାରଖାନରେ ଫିଚର ଫୋନ, ସ୍ମାର୍ଟଫୋନ, ଓ୍ବିୟରବୁଲ (ନେକ୍‌ ବ୍ୟାଣ୍ଡ୍‌, ସ୍ମାର୍ଟଓ୍ବାଚ୍‌ ଆଦି) ତଥା ଟାବଲେଟ୍‌ର ଉତ୍ପାଦନ ପୂର୍ବରୁ କରାଯାଉଛି । ଆଉ ଏବେ କମ୍ପାନି ଚଳିତ ବର୍ଷରୁ ଲାପଟପ୍‌ ନିର୍ମାଣ କରିବ।’’

The post ଏବେ ମେଡ୍‌ ଇନ୍‌ ଇଣ୍ଡିଆ ହେବ ସାମସଙ୍ଗ୍‌ ଲାପଟପ୍‌, ଚଳିତ ବର୍ଷରୁ ନୋଏଡା ଫ୍ୟାକ୍ଟ୍ରିରେ ହେବ ନିର୍ମାଣ appeared first on Prameya News7.