ଜର୍ମାନୀ ଗଲା ନୂଆପଡ଼ା ଆମ୍ବ
ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ଜିଲାର ସୁସ୍ବାଦୁ ଆମ୍ରପଲ୍ଲୀ ଆମ୍ବ ସୋମବାର ସୁଦୁର ଜର୍ମାନୀ ଅଭିମୁଖେ ପଠାଯାଇଛି। ଜିଲା ଉଦ୍ୟାନ କୃଷି ବିଭାଗଙ୍କ ସହଯୋଗିତାରେ ବୋଡେନ ବ୍ଲକ ଡୁର୍କାମୁଣ୍ଡା ଗାଁର ମା’ ଠାକୁରାଣୀ ଉତ୍ପାଦକ ଗୋଷ୍ଠୀ ଏହି ଆମ୍ବ ଉତ୍ପାଦନ କରିଛନ୍ତି। ପ୍ରଥମ ଥର ଟିଟିଲାଗଡ଼ ରେଳଷ୍ଟେଶନ ଯିବାକୁ ଥିବା ୧୧ କୁଇଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ବହନ କରୁଥିବା ଗାଡିକୁ ଜିଲାପାଳ ମଧୁସୂଦନ ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା କୋଲକାତା ଦେଇ ଜର୍ମାନୀ ରପ୍ତାନୀ […] The post ଜର୍ମାନୀ ଗଲା ନୂଆପଡ଼ା ଆମ୍ବ appeared first on Dharitri Odia News.
ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ଜିଲାର ସୁସ୍ବାଦୁ ଆମ୍ରପଲ୍ଲୀ ଆମ୍ବ ସୋମବାର ସୁଦୁର ଜର୍ମାନୀ ଅଭିମୁଖେ ପଠାଯାଇଛି। ଜିଲା ଉଦ୍ୟାନ କୃଷି ବିଭାଗଙ୍କ ସହଯୋଗିତାରେ ବୋଡେନ ବ୍ଲକ ଡୁର୍କାମୁଣ୍ଡା ଗାଁର ମା’ ଠାକୁରାଣୀ ଉତ୍ପାଦକ ଗୋଷ୍ଠୀ ଏହି ଆମ୍ବ ଉତ୍ପାଦନ କରିଛନ୍ତି। ପ୍ରଥମ ଥର ଟିଟିଲାଗଡ଼ ରେଳଷ୍ଟେଶନ ଯିବାକୁ ଥିବା ୧୧ କୁଇଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ବହନ କରୁଥିବା ଗାଡିକୁ ଜିଲାପାଳ ମଧୁସୂଦନ ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା କୋଲକାତା ଦେଇ ଜର୍ମାନୀ ରପ୍ତାନୀ ହେବ। ଏହି ଅବସରରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ଓ ବିଭାଗର ଅନ୍ୟ ଅଧିକାରୀଙ୍କ ସହିତ ସହଯୋଗ କରୁଥିବା ସ୍ବେଚ୍ଛାସେବୀ ସଂଗଠନ ଲୋକଦୃଷ୍ଟିର କର୍ମକର୍ତ୍ତା, ଉତ୍ପାଦକ ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ।
The post ଜର୍ମାନୀ ଗଲା ନୂଆପଡ଼ା ଆମ୍ବ appeared first on Dharitri Odia News.