ଏବେ ୟୁଟ୍ୟୁବ୍‌ ଭିଡିଓ ପଜ୍ କଲେ ବାଜିବ ବିଜ୍ଞାପନ

ନୂଆଦିଲ୍ଲୀ: ୟୁଟ୍ୟୁବ୍‌ରେ ଭିଡିଓ ପଜ୍ କଲେ ବିଜ୍ଞାପନ ବାଜିବ। ଖୁବଶୀଘ୍ର ଏହି ଫିଚର ଲାଗୁ ହେବାକୁ ଯାଉଛି। ଯଦିଓ ଗୁଗଲ ଏହି ଫିଚରକୁ ଚଳିତ ବର୍ଷ ମେ ମାସରେ ପଜ୍‌ ଆଜ୍ ନାଁରେ ନାମିତ କରିଥିଲା। ହେଲେ ଏହି ଫିଚର କେବେ ଲାଗୁ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନଥିଲା। ହେଲେ ଏବେ ଏହି ଫିଚର ଲାଗୁହେବ ବୋଲି ସୂଚନା ମିଳିଛି। ତେବେ କେବଳ ସ୍ମାର୍ଟ ଟିଭିରେ ଏହି ଫିଚର ଜାରି ହେବ।  ପ୍ରକୃତରେ ଟିଭି ସ୍କ୍ରିନ୍‌ରେ ପଜ୍ ଆଡ୍‌ ନିଷ୍ପତ୍ତି କମ୍ପାନୀ ପୂର୍ବରୁ କରି ସାରିଥିଲା। କାରଣ ଭିଡିଓ ଦେଖିଲା ବେଳେ ଦର୍ଶକଙ୍କୁ ଯେମିତି କୌଣସି ସମସ୍ୟା ନୁହେଁ ଏଥିପାଇଁ ପଜ୍ କଲା ବେଳେ ଆଡ୍ ଚାଲୁ କରିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। 9to5Google   ରିପୋର୍ଟ ଅନୁସାରେ, ଜଣେ ରେଡିଟ୍ ୟୁଜର ଓ ଏକ୍ସ ୟୁଜର ତାଙ୍କର ଏଭଳି ଅନୁଭୁତ ଶେୟାର କରିଛନ୍ତି। ସେ ସ୍ମାର୍ଟ ଟିଭି ଦେଖିଲା ବେଳେ ଭିଡିଓ ପଜ୍‌ କରିଥିଲେ। ଏହି ସମୟରେ ଟିଭି ସ୍କ୍ରିନ୍‌ରେ ବିଜ୍ଞାପନ ବାଜିଥିଲା। ତେବେ ବିଜ୍ଞାପନକୁ ଡିସ୍‌ମିସ କରିବାର ସୁବିଧା ମଧ୍ୟ ରହିଛି। 

ଏବେ ୟୁଟ୍ୟୁବ୍‌ ଭିଡିଓ ପଜ୍ କଲେ ବାଜିବ ବିଜ୍ଞାପନ

ନୂଆଦିଲ୍ଲୀ: ୟୁଟ୍ୟୁବ୍‌ରେ ଭିଡିଓ ପଜ୍ କଲେ ବିଜ୍ଞାପନ ବାଜିବ। ଖୁବଶୀଘ୍ର ଏହି ଫିଚର ଲାଗୁ ହେବାକୁ ଯାଉଛି। ଯଦିଓ ଗୁଗଲ ଏହି ଫିଚରକୁ ଚଳିତ ବର୍ଷ ମେ ମାସରେ ପଜ୍‌ ଆଜ୍ ନାଁରେ ନାମିତ କରିଥିଲା। ହେଲେ ଏହି ଫିଚର କେବେ ଲାଗୁ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନଥିଲା। ହେଲେ ଏବେ ଏହି ଫିଚର ଲାଗୁହେବ ବୋଲି ସୂଚନା ମିଳିଛି। ତେବେ କେବଳ ସ୍ମାର୍ଟ ଟିଭିରେ ଏହି ଫିଚର ଜାରି ହେବ।  

ପ୍ରକୃତରେ ଟିଭି ସ୍କ୍ରିନ୍‌ରେ ପଜ୍ ଆଡ୍‌ ନିଷ୍ପତ୍ତି କମ୍ପାନୀ ପୂର୍ବରୁ କରି ସାରିଥିଲା। କାରଣ ଭିଡିଓ ଦେଖିଲା ବେଳେ ଦର୍ଶକଙ୍କୁ ଯେମିତି କୌଣସି ସମସ୍ୟା ନୁହେଁ ଏଥିପାଇଁ ପଜ୍ କଲା ବେଳେ ଆଡ୍ ଚାଲୁ କରିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। 

9to5Google   ରିପୋର୍ଟ ଅନୁସାରେ, ଜଣେ ରେଡିଟ୍ ୟୁଜର ଓ ଏକ୍ସ ୟୁଜର ତାଙ୍କର ଏଭଳି ଅନୁଭୁତ ଶେୟାର କରିଛନ୍ତି। ସେ ସ୍ମାର୍ଟ ଟିଭି ଦେଖିଲା ବେଳେ ଭିଡିଓ ପଜ୍‌ କରିଥିଲେ। ଏହି ସମୟରେ ଟିଭି ସ୍କ୍ରିନ୍‌ରେ ବିଜ୍ଞାପନ ବାଜିଥିଲା। ତେବେ ବିଜ୍ଞାପନକୁ ଡିସ୍‌ମିସ କରିବାର ସୁବିଧା ମଧ୍ୟ ରହିଛି।