ଜାହ୍ନବୀଙ୍କୁ କିଏ ଦେଲା ୪ କୋଟିର ମହଙ୍ଗା କାର ? ଭିଡିଓ ଦେଖି ଫ୍ୟାନ୍ସ ତାଜୁବ୍

ମୁମ୍ଵାଇ ୧୪।୦୪; ଜାହ୍ନବୀ କପୁର ତାଙ୍କ ଷ୍ଟାଇଲ ପାଇଁ ବେଶ୍ ଲୋକପ୍ରିୟ। ତାଙ୍କ ଫ୍ୟାଶନ ଯେମିତି ତାଙ୍କ କଲେକ୍ସନ ମଧ୍ୟ ସେମିତି । ସବୁବେଳେ ସ୍ମାର୍ଟ ଓ ପର୍ଫେକ୍ଟ ଲୁକରେ ନଜର ଆସନ୍ତି । ହେଲେ ତାଙ୍କର ଦାମୀ ଡ୍ରେସ୍‌ ଠାରୁ ଦାମୀର କାର କଲେକସନ୍‌ ଖୁବ୍‌ ଅଧିକ । ଏବେ ଜାହ୍ନବୀ କପୁରଙ୍କ ଏକ ନୂତନ କାରକୁ ଚର୍ଚ୍ଚା ହେଉଛି । ଜାହ୍ନବୀ କପୁରଙ୍କ ଜଣେ ଖାସ ବନ୍ଧୁ ତାଙ୍କୁ ଦାମୀ କାର ଉପହାର ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି ।View this post on InstagramA post shared by BollywoodShaadis.com (@bollywoodshaadis)ସୂଚନା ଅନୁଯାୟୀ, ଜାହ୍ନବୀ କପୁରଙ୍କୁ ତାଙ୍କ ବନ୍ଧୁ ଅନନ୍ୟା ବିର୍ଲା ଏକ ଭାଓଲେଟ ଲାମ୍ବୋର୍ଗିନୀ ହୁରାକାନ ଇଭୋ ସ୍ପାଇଡର କାର୍ ଉପହାର ଦେଇଛନ୍ତି। ଏହି କାର ବ୍ୟତୀତ ଆଉ ଏକ ବଡ଼ ଉପହାରର ବାକ୍ସ ମଧ୍ୟ ଦେଖିବାକୁ ମିଳିଥିଲା । ଯାହା ଉପରେ ଅନନ୍ୟା ବିର୍ଲାଙ୍କ ନାମ ଲେଖାଯାଇଥିଲା । ଉପହାରରେ ମିଳିଥିବା କାରର ମୂଲ୍ୟ  ୪.୯୯ କୋଟି ଟଙ୍କା ବୋଲି ରିପୋର୍ଟରୁ ଖବର ମିଳିଛି । ଏହି କାର ସମ୍ପର୍କରେ ସୋସିଆଲ ମିଡିଆରେ ବର୍ତ୍ତମାନ ଜୋର ଧରିଛି ।ସୂଚନାଯୋଗ୍ୟ, ଜାହ୍ନବୀ କପୁରଙ୍କ କାର ସଂଗ୍ରହ ବିଷୟରେ କହିବାକୁ ଗଲେ, ଏଥିରେ ଟୟୋଟା ଲେକ୍ସସ୍ (୨.୫ କୋଟି ଟଙ୍କା), ମର୍ସିଡିଜ୍ GLE 250D (୬୭.୧୫ ଲକ୍ଷ ଟଙ୍କା), BMW X5 (୯୫.୯୦ ଲକ୍ଷ ଟଙ୍କା), ମର୍ସିଡିଜ୍ ବେଞ୍ଜ S-କ୍ଲାସ୍ (୧.୬୨ କୋଟି ଟଙ୍କା) ଅନ

ଜାହ୍ନବୀଙ୍କୁ କିଏ ଦେଲା ୪ କୋଟିର ମହଙ୍ଗା କାର ? ଭିଡିଓ ଦେଖି ଫ୍ୟାନ୍ସ ତାଜୁବ୍

ମୁମ୍ଵାଇ ୧୪।୦୪; ଜାହ୍ନବୀ କପୁର ତାଙ୍କ ଷ୍ଟାଇଲ ପାଇଁ ବେଶ୍ ଲୋକପ୍ରିୟ। ତାଙ୍କ ଫ୍ୟାଶନ ଯେମିତି ତାଙ୍କ କଲେକ୍ସନ ମଧ୍ୟ ସେମିତି । ସବୁବେଳେ ସ୍ମାର୍ଟ ଓ ପର୍ଫେକ୍ଟ ଲୁକରେ ନଜର ଆସନ୍ତି । ହେଲେ ତାଙ୍କର ଦାମୀ ଡ୍ରେସ୍‌ ଠାରୁ ଦାମୀର କାର କଲେକସନ୍‌ ଖୁବ୍‌ ଅଧିକ । ଏବେ ଜାହ୍ନବୀ କପୁରଙ୍କ ଏକ ନୂତନ କାରକୁ ଚର୍ଚ୍ଚା ହେଉଛି । ଜାହ୍ନବୀ କପୁରଙ୍କ ଜଣେ ଖାସ ବନ୍ଧୁ ତାଙ୍କୁ ଦାମୀ କାର ଉପହାର ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ଜାହ୍ନବୀ କପୁରଙ୍କୁ ତାଙ୍କ ବନ୍ଧୁ ଅନନ୍ୟା ବିର୍ଲା ଏକ ଭାଓଲେଟ ଲାମ୍ବୋର୍ଗିନୀ ହୁରାକାନ ଇଭୋ ସ୍ପାଇଡର କାର୍ ଉପହାର ଦେଇଛନ୍ତି। ଏହି କାର ବ୍ୟତୀତ ଆଉ ଏକ ବଡ଼ ଉପହାରର ବାକ୍ସ ମଧ୍ୟ ଦେଖିବାକୁ ମିଳିଥିଲା । ଯାହା ଉପରେ ଅନନ୍ୟା ବିର୍ଲାଙ୍କ ନାମ ଲେଖାଯାଇଥିଲା । ଉପହାରରେ ମିଳିଥିବା କାରର ମୂଲ୍ୟ  ୪.୯୯ କୋଟି ଟଙ୍କା ବୋଲି ରିପୋର୍ଟରୁ ଖବର ମିଳିଛି । ଏହି କାର ସମ୍ପର୍କରେ ସୋସିଆଲ ମିଡିଆରେ ବର୍ତ୍ତମାନ ଜୋର ଧରିଛି ।

ସୂଚନାଯୋଗ୍ୟଜାହ୍ନବୀ କପୁରଙ୍କ କାର ସଂଗ୍ରହ ବିଷୟରେ କହିବାକୁ ଗଲେ, ଏଥିରେ ଟୟୋଟା ଲେକ୍ସସ୍ (୨.୫ କୋଟି ଟଙ୍କା), ମର୍ସିଡିଜ୍ GLE 250D (୬୭.୧୫ ଲକ୍ଷ ଟଙ୍କା), BMW X5 (୯୫.୯୦ ଲକ୍ଷ ଟଙ୍କା), ମର୍ସିଡିଜ୍ ବେଞ୍ଜ S-କ୍ଲାସ୍ (୧.୬୨ କୋଟି ଟଙ୍କା) ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ ତାଙ୍କ କ୍ୟାରିୟରରେ ସଫଳତା ସହିତ ଆଗକୁ ବଢିଚାଲିଛନ୍ତି ।