ଏଭରଗ୍ରୀନ ଚା’ ଏବଂ ହାଇଟେକ୍ ହସ୍ପିଟାଲ ତରଫରୁ ଟ୍ରାଫିକ୍‌ ପୋଲିସ୍‌କର୍ମୀଙ୍କ ପାଇଁ ଓଆରଏସ ପ୍ୟାକେଟ୍‌ ପ୍ରଦାନ

ଭୁବନେଶ୍ବର: ପ୍ରବଳ ଖରାରେ କାମ କରୁଥିବା ଟ୍ରାଫିକ୍‌ ପୋଲିସ କର୍ମୀଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏଭରଗ୍ରୀନ୍‌ ଚା ଏବଂ ହାଇଟେକ୍ ହସ୍ପିଟାଲ ତରଫରୁ ଓଆରଏସ ପ୍ୟାକେଟ ପ୍ରଦାନ କରାଯାଇଛି। ଶନିବାର ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂହ ଏବଂ କମିଶନରେଟ ପୋଲିସର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ, ଏଭରଗ୍ରୀନ୍‌ ଚାହାର ଚେୟାରମ୍ୟାନ ସାଜନ ଅଗ୍ରଓ୍ବାଲ, ଏମଡି ପ୍ରବୀର ଅଗ୍ରଓ୍ବାଲ ଏବଂ ହାଇଟେକ୍ ହସ୍ପିଟାଲର ଡା. ଅମ୍ରିତ ପଟ୍ଟଯୋଶୀ ଟ୍ରାଫିକ୍‌ ପୋଲିସ୍‌ କର୍ମୀଙ୍କ ପାଇଁ ୧୦ ହଜାର ଟେଟ୍ରା ପ୍ୟାକ୍‌ ଏବଂ ୫ ହଜାର ଓଆରଏସ ପାଉଚ୍‌ ପ୍ରଦାନ କରିଛନ୍ତି । ତେବେ ଏହା ଏକ  ଦ୍ବାରା ପ୍ରବଳ ଖରା ଭଳି କଠିନ ପରିସ୍ଥିତିରେ, ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ପୋଲିସ କର୍ମୀଙ୍କ ଏକ ଛୋଟ ସହଯୋଗ ବୋଲି କୁହାଯାଇଛି କମିଶନରେଟ ପୋଲିସ ତରଫରୁ କୁହାଯାଇଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ଟ୍ରାଫିକ୍‌ ପୋଲିସଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଏବଂ ଆଗଧାଡ଼ିର ନାୟକଙ୍କ ସୁରକ୍ଷା କରିବା ।

ଏଭରଗ୍ରୀନ ଚା’ ଏବଂ ହାଇଟେକ୍ ହସ୍ପିଟାଲ ତରଫରୁ ଟ୍ରାଫିକ୍‌ ପୋଲିସ୍‌କର୍ମୀଙ୍କ ପାଇଁ ଓଆରଏସ ପ୍ୟାକେଟ୍‌ ପ୍ରଦାନ

ଭୁବନେଶ୍ବର: ପ୍ରବଳ ଖରାରେ କାମ କରୁଥିବା ଟ୍ରାଫିକ୍‌ ପୋଲିସ କର୍ମୀଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏଭରଗ୍ରୀନ୍‌ ଚା ଏବଂ ହାଇଟେକ୍ ହସ୍ପିଟାଲ ତରଫରୁ ଓଆରଏସ ପ୍ୟାକେଟ ପ୍ରଦାନ କରାଯାଇଛି। ଶନିବାର ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂହ ଏବଂ କମିଶନରେଟ ପୋଲିସର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ, ଏଭରଗ୍ରୀନ୍‌ ଚାହାର ଚେୟାରମ୍ୟାନ ସାଜନ ଅଗ୍ରଓ୍ବାଲ, ଏମଡି ପ୍ରବୀର ଅଗ୍ରଓ୍ବାଲ ଏବଂ ହାଇଟେକ୍ ହସ୍ପିଟାଲର ଡା. ଅମ୍ରିତ ପଟ୍ଟଯୋଶୀ ଟ୍ରାଫିକ୍‌ ପୋଲିସ୍‌ କର୍ମୀଙ୍କ ପାଇଁ ୧୦ ହଜାର ଟେଟ୍ରା ପ୍ୟାକ୍‌ ଏବଂ ୫ ହଜାର ଓଆରଏସ ପାଉଚ୍‌ ପ୍ରଦାନ କରିଛନ୍ତି । 

ତେବେ ଏହା ଏକ  ଦ୍ବାରା ପ୍ରବଳ ଖରା ଭଳି କଠିନ ପରିସ୍ଥିତିରେ, ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ପୋଲିସ କର୍ମୀଙ୍କ ଏକ ଛୋଟ ସହଯୋଗ ବୋଲି କୁହାଯାଇଛି କମିଶନରେଟ ପୋଲିସ ତରଫରୁ କୁହାଯାଇଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ଟ୍ରାଫିକ୍‌ ପୋଲିସଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଏବଂ ଆଗଧାଡ଼ିର ନାୟକଙ୍କ ସୁରକ୍ଷା କରିବା ।