ଏମର୍ଜେନ୍ସି: କଇଁଚି ପାଇଁ କଙ୍ଗନା ରାଜି

ମୁମ୍ବାଇ,୧।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଆଧାରିତ ଫିଲ୍ମ ‘ଏମର୍ଜେନ୍ସି’ର କେତେକ ଦୃଶ୍ୟରେ କାଟଛାଣ୍ଟ ପାଇଁ ଅଭିନେତ୍ରୀ ତଥା ପ୍ରଯୋଜିକା କଙ୍ଗନା ରାଣାଓ୍ବତ୍‌ ରାଜି ହୋଇଛନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌ (ସିବିଏଫ୍‌ସି) ସୋମବାର ବମ୍ବେ ହାଇକୋର୍ଟଙ୍କୁ ଏହା ଅବଗତ କରାଇଛି। ସେପ୍ଟେମ୍ବର ୬ରେ ‘ଏମଜେନ୍ସି’ ମୁକ୍ତିଲାଭ କରିବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସେଥିରେ ଐତିହାସିକ ତଥ୍ୟର ଭୁଲ୍‌ ଅବତାରଣା କରାଯାଇଥିବା ଅଭିଯୋଗ ଆଣି ପଞ୍ଜାବର ଶିରୋମଣି ଅକାଳୀ ଦଳ ସମେତ କେତେକ […] The post ଏମର୍ଜେନ୍ସି: କଇଁଚି ପାଇଁ କଙ୍ଗନା ରାଜି appeared first on Dharitri Odia News.

ଏମର୍ଜେନ୍ସି: କଇଁଚି ପାଇଁ କଙ୍ଗନା ରାଜି

ମୁମ୍ବାଇ,୧।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଆଧାରିତ ଫିଲ୍ମ ‘ଏମର୍ଜେନ୍ସି’ର କେତେକ ଦୃଶ୍ୟରେ କାଟଛାଣ୍ଟ ପାଇଁ ଅଭିନେତ୍ରୀ ତଥା ପ୍ରଯୋଜିକା କଙ୍ଗନା ରାଣାଓ୍ବତ୍‌ ରାଜି ହୋଇଛନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌ (ସିବିଏଫ୍‌ସି) ସୋମବାର ବମ୍ବେ ହାଇକୋର୍ଟଙ୍କୁ ଏହା ଅବଗତ କରାଇଛି।
ସେପ୍ଟେମ୍ବର ୬ରେ ‘ଏମଜେନ୍ସି’ ମୁକ୍ତିଲାଭ କରିବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସେଥିରେ ଐତିହାସିକ ତଥ୍ୟର ଭୁଲ୍‌ ଅବତାରଣା କରାଯାଇଥିବା ଅଭିଯୋଗ ଆଣି ପଞ୍ଜାବର ଶିରୋମଣି ଅକାଳୀ ଦଳ ସମେତ କେତେକ ଶିଖ୍‌ ସଙ୍ଗଠନ ଆପତ୍ତି ଉଠାଇଥିଲେ। ଫଳରେ ଏହି ବିବାଦୀୟ ଫିଲ୍ମ ରିଲିଜ୍‌ ହୋଇପାରି ନାହିଁ। ତେଣୁ ଫିଲ୍ମର ସହପ୍ରଯୋଜକ ଜି ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ସିବିଏଫ୍‌ସିକୁ ପ୍ରମାଣପତ୍ର ଜାରି ସକାଶେ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସେନ୍‌ସର ବୋର୍ଡ ପ୍ରମାଣପତ୍ର ଜାରି ନ କରି ଫିଲ୍ମର ରିଲିଜ୍‌କୁ ଅଟକାଇ ଦେଇଛି ବୋଲି ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କଙ୍ଗନା ଅଭିଯୋଗ ଆଣିଥିଲେ। ଜଷ୍ଟିସ୍‌ ବି.ପି. କୋଲାବାଓ୍ବାଲା ଏବଂ ଫିର୍ଦ୍ଦୋଶ ପୁନିଓ୍ବାଲାଙ୍କ ଖଣ୍ଡପୀଠରେ ସୋମବାର ଏହାର ଶୁଣାଣି ହୋଇଛି। ଶୁଣାଣି ବେଳେ ପ୍ରଯୋଜନା ସଂସ୍ଥାର ଓକିଲ ଶରଣ ଜଗତିଆନି କହିଥିଲେ, ବିବାଦୀୟ ଦୃଶ୍ୟଗୁଡ଼ିକୁ ଫିଲ୍ମରୁ ବାଦ୍‌ ଦେବା ପାଇଁ କଙ୍ଗନା ଏବଂ ସିବିଏଫ୍‌ସି ମଧ୍ୟରେ ସହମତି ପ୍ରକାଶ ପାଇଛି। ଖଣ୍ଡପୀଠ ଏହା ଶୁଣିବା ପରେ ଅକ୍ଟୋବର ୩ରେ ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି।

The post ଏମର୍ଜେନ୍ସି: କଇଁଚି ପାଇଁ କଙ୍ଗନା ରାଜି appeared first on Dharitri Odia News.