ଏମର୍ଜେନ୍ସି କଲ୍ ପାଇ ଘରେ ପହଞ୍ଚିଲା ପୁଲିସ, ଅଭିଯୋଗକାରୀ କହିଲେ, ମୋର ୨୫୦ ଗ୍ରାମ ଆଳୁ ଖୋଜି ଦିଅ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ହ୍ୟାଲୋ… ପୁଲିସ ବାବୁ… ଟିକେ ଶୀଘ୍ର ଘରକୁ ଆସନ୍ତୁ…। ମୋର ବହୁତ ବଡ଼ ଚୋରି ହୋଇଛି…। ଏମାର୍ଜେନ୍ସି କଲ୍ ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଆଉ ତା’ପରେ ଯାହା ଘଟିଲା ଆପଣ ହସି ହସି ଗଡ଼ିଯିବେ। ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ। ଜିଲ୍ଲାର ବିଜୟ ବର୍ମା ନାମକ ଜଣେ ବ୍ୟକ୍ତି ତାଙ୍କ ଘରୁ ଚୋରି ହୋଇଯାଇଥିବା ପୁଲିସକୁ ଫୋନ୍ କରିଥିଲେ। ଫୋନ୍ ପାଇ ପୁଲିସ ତୁରନ୍ତ ବିଜୟଙ୍କ ଘରେ ପହଞ୍ଚିଥିଲା। ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଭିଯୋଗ କର୍ତ୍ତା ବିଜୟ ଅତି ଦୁଃଖିତ ଅବସ୍ଥାରେ ଥିବା ଜାଣିବାକୁ ପାଇଥିଲା ପୁଲିସ। ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ। ପୁଲିସ ପଚାରିଥିଲା ଆପଣଙ୍କର କ’ଣ ଚୋରି ହୋଇଛି? ଉତ୍ତରରେ ବିଜୟ ବର୍ମା କହିଥିଲେ ୨୫୦ ଗ୍ରାମ ଆଳୁ। ରୋଷେଇ କରିବା ପାଇଁ ମୁଁ ଅଢ଼େଇଶହ ଆଳୁ ଛଡ଼ାଇ ରଖିଥିଲି। ହେଲେ ତାକୁ କିଏ ନେଇଯାଇଛି, ମୁଁ ପାଉନି। ପୁଲିସ ବାବୁ ଆପଣ ତୁରନ୍ତ ମୋ ଆଳୁ ଖୋଜି ଦିଅନ୍ତୁ।Vijay Verma of Hardoi, UP called the police after 250 grams of potatoes were stolen.pic.twitter.com/wjqAMbPVFw— Ghar Ke Kalesh (@gharkekalesh) November 1, 2024ବିଜୟଙ୍କର ଏଭଳି ଅଭିଯୋଗ ଶୁଣିବା ପରେ ପୁଲିସ ହସିବ ନା କଥାକୁ ଗୁରୁତରସହ ନେବ ଜାଣିପାରି ନଥିଲା। ପୁଲିସ ଏହି କଥୋପକଥନକୁ ଭିଡିଓ ରେକର୍ଡିଂ କରିଥିଲା। ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛ

ଏମର୍ଜେନ୍ସି କଲ୍ ପାଇ ଘରେ ପହଞ୍ଚିଲା ପୁଲିସ, ଅଭିଯୋଗକାରୀ କହିଲେ, ମୋର ୨୫୦ ଗ୍ରାମ ଆଳୁ ଖୋଜି ଦିଅ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ହ୍ୟାଲୋ… ପୁଲିସ ବାବୁ… ଟିକେ ଶୀଘ୍ର ଘରକୁ ଆସନ୍ତୁ…। ମୋର ବହୁତ ବଡ଼ ଚୋରି ହୋଇଛି…। ଏମାର୍ଜେନ୍ସି କଲ୍ ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଆଉ ତା’ପରେ ଯାହା ଘଟିଲା ଆପଣ ହସି ହସି ଗଡ଼ିଯିବେ। ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ। 

ଜିଲ୍ଲାର ବିଜୟ ବର୍ମା ନାମକ ଜଣେ ବ୍ୟକ୍ତି ତାଙ୍କ ଘରୁ ଚୋରି ହୋଇଯାଇଥିବା ପୁଲିସକୁ ଫୋନ୍ କରିଥିଲେ। ଫୋନ୍ ପାଇ ପୁଲିସ ତୁରନ୍ତ ବିଜୟଙ୍କ ଘରେ ପହଞ୍ଚିଥିଲା। ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଭିଯୋଗ କର୍ତ୍ତା ବିଜୟ ଅତି ଦୁଃଖିତ ଅବସ୍ଥାରେ ଥିବା ଜାଣିବାକୁ ପାଇଥିଲା ପୁଲିସ। ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ। ପୁଲିସ ପଚାରିଥିଲା ଆପଣଙ୍କର କ’ଣ ଚୋରି ହୋଇଛି? ଉତ୍ତରରେ ବିଜୟ ବର୍ମା କହିଥିଲେ ୨୫୦ ଗ୍ରାମ ଆଳୁ। ରୋଷେଇ କରିବା ପାଇଁ ମୁଁ ଅଢ଼େଇଶହ ଆଳୁ ଛଡ଼ାଇ ରଖିଥିଲି। ହେଲେ ତାକୁ କିଏ ନେଇଯାଇଛି, ମୁଁ ପାଉନି। ପୁଲିସ ବାବୁ ଆପଣ ତୁରନ୍ତ ମୋ ଆଳୁ ଖୋଜି ଦିଅନ୍ତୁ।


ବିଜୟଙ୍କର ଏଭଳି ଅଭିଯୋଗ ଶୁଣିବା ପରେ ପୁଲିସ ହସିବ ନା କଥାକୁ ଗୁରୁତରସହ ନେବ ଜାଣିପାରି ନଥିଲା। ପୁଲିସ ଏହି କଥୋପକଥନକୁ ଭିଡିଓ ରେକର୍ଡିଂ କରିଥିଲା। ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ପୁଲିସ ବିଜୟଙ୍କୁ ନିଶା ପିଇଛ କି ବୋଲି ପଚାରିବାରୁ ସେ ସତ ମାନିବା ସହ କଠିନ୍ନ ପରିଶ୍ରମ କରୁଛି। ଏଥିପାଇଁ ଟିକେ ପିଇ ଦେଉଛି ବୋଲି କହିଥିଲା। ଏହି ଭିଡିଓ ଦେଖିବା ପରେ ନେଟିଜେନ୍ସ ଅନେକ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି। ଅନ୍ୟପଟେ ପୁଲିସ ବିଜୟକୁ ଅଟକ ରଖିଥିବା ଜଣାପଡ଼ିଛି।